• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ପାଠ ପଢ଼ା ଜୋରସରରେ ଚାଲିଛି । ହେଲେ ଚଳିତ ଶିକ୍ଷାବର୍ଷରେ କେମିତି ରହିବ ପରୀକ୍ଷା ଢାଞ୍ଚା, ତାକୁ ନେଇ ଆସିନି ସ୍ପଷ୍ଟତା । କରୋନା ପାଇଁ ଗତବର୍ଷ ଭଳି କ୍ୱାଟର ଏଣ୍ଡ ପରୀକ୍ଷା ହେବ ନା ବର୍ଷ ଶେଷକୁ ହେବ ଫାଇନାଲ୍ ପରୀକ୍ଷା ସେ ନେଇ ସିଏଚଏସଇ ସ୍ପଷ୍ଟ କରୁନଥିବାରୁ ବଢୁଛି ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ସଂଶୟ । ଏ ନେଇ ଗଣଶିକ୍ଷାମନ୍ତ୍ରୀ କହିଛନ୍ତି ପ୍ଲସ ଟୁ ପରୀକ୍ଷା ନିଷ୍ପତ୍ତି କାଉନସିଲ୍ ହିଁ ନେବ ।

୨୦୨୩ରେ ଯୁକ୍ତ ଦୁଇ ବୋର୍ଡ଼ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ଶତ ପ୍ରତିଶତ ସିଲାବସରେ ପରୀକ୍ଷା ଦେବେ । କିନ୍ତୁ ଅଦ୍ୟାବଧି ପରୀକ୍ଷା ପଦ୍ଧତି କେମିତି ରହିବ, ସେ ସମ୍ପର୍କରେ ଜାଣିନାହାନ୍ତି । ଯେହେତୁ ଗତବର୍ଷ କୋଭିଡ କାରଣରୁ କ୍ୱାଟର ଏଣ୍ଡ ପରୀକ୍ଷା ପଦ୍ଧତି ଲାଗୁ ହୋଇଥିଲା, ସେହି ଅନୁସାରେ ପ୍ରତି ୩ ମାସରେ ଥରେ ପରୀକ୍ଷା ହେଉଥିଲା । ଶେଷରେ କ୍ୱାଟର ଏଣ୍ଡ ପରୀକ୍ଷାର ୨୦ ପ୍ରତିଶତ ଓ ବୋର୍ଡ ପରୀକ୍ଷାର ୮୦ ପ୍ରତିଶତ ମାର୍କକୁ ମିଶାଇ ଫାଇନାଲ ଫଳ ପ୍ରକାଶ ପାଇଥିଲା । ହେଲେ ଏବର୍ଷ କରୋନା କୋପ ନଥିବାରୁ ଗତବର୍ଷ ଭଳି ପରୀକ୍ଷା ପଦ୍ଧତି ରହିବ ନା ବଦଳିବ ତାକୁ ନେଇ ଦୂର ହେଉନି ସଂଶୟ ।

ଆଉ ୭ ମାସ ପରେ ହେବ ଫାଇନାଲ୍ ପରୀକ୍ଷା ସବୁବେଳେ ସିବିଏସଇକୁ ଅନୁକରଣ କରୁଥିବା CHSE କାହିଁକି ବର୍ଷ ଆରମ୍ଭରୁ ପରୀକ୍ଷା ପଦ୍ଧତି ନେଇ ସ୍ପଷ୍ଟ କରୁନି? ତାକୁ ନେଇ ପ୍ରଶ୍ନ ଉଠୁଥିବାବେଳେ ଗଣଶିକ୍ଷା ମନ୍ତ୍ରୀ କହୁଛନ୍ତି ଏ ନିଷ୍ପତ୍ତି କାଉନସିଲ ନେବ କେଉଁ ପଦ୍ଧତି ଆପଣାଇଲେ ଠିକ୍ ହେବ ତାହା ପରୀକ୍ଷା ପରିଚାଳନା କମିଟି ବସି ସ୍ଥିର କରିବେ । ତେଣୁ CHSE ଅଧ୍ୟକ୍ଷ କହିଛନ୍ତି, ଏବର୍ଷର ପରୀକ୍ଷା ଢାଞ୍ଚା ସମ୍ପର୍କରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ।