/odishatv-khabar/media/post_attachments/uploadimage/library/16_9/16_9_0/samir-das_1626691455.jpg)
samir das
ଆସନ୍ନ ବର୍ଷା ଓ ବନ୍ୟାକୁ ଦୃଷ୍ଟିରେ ରଖି ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରସ୍ତୁତି । ବିଭାଗ ପକ୍ଷରୁ ସମସ୍ତ DEO, DPC ଓ BEO ମାନଙ୍କୁ ନିର୍ଦ୍ଦେଶ ଜାରି । ପ୍ରଭାବିତ ଜିଲ୍ଲାର ସ୍କୁଲ ଘରକୁ ପ୍ରଶାସନ ଲାଗି ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ । ସ୍କୁଲ ଗୃହ ଆଶ୍ରୟସ୍ଥଳ ଓ ରିଲିଫ୍ ବଣ୍ଟନ କାର୍ଯ୍ୟରେ ବ୍ୟବହୃତ ପାଇଁ ନିର୍ଦ୍ଦେଶ । ସ୍କୁଲର MDM ସାମଗ୍ରୀ ଆବଶ୍ୟକ ଅନୁସାରେ ଖର୍ଚ୍ଚ ହୋଇପରେ । ପରେ ଏହାକୁ ଭରଣା ହେବ ।
Advertisment
ବର୍ଷାରେ ଯେପରି କୌଣସି ଡକ୍ୟୁମେଣ୍ଟ ନଷ୍ଟ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଆସନ୍ନ ବର୍ଷା ହେତୁ ଯେଉଁ କ୍ଷୟକ୍ଷତି ହେବ ତାର ରିପୋର୍ଟ ପ୍ରସ୍ତୁତ କରିବାକୁ କୁହାଯାଇଛି । DEO, DPC ଓ BEOମାନଙ୍କୁ ରିପୋର୍ଟ ପ୍ରସ୍ତୁତ ଲାଗି ନିର୍ଦ୍ଦେଶ । ବର୍ଷା ଛାଡ଼ିବା ପରେ ତୁରନ୍ତ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ ଲାଗି କୁହାଯାଇଛି । ଜିଲ୍ଲାପାଳଙ୍କ ବିନାନୁମତିରେ ମୁଖ୍ୟାଳୟ ଛାଡ଼ିବେନି DEO, DPC ଓ BEO ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)