• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବନ୍ୟା ବିପଦ ଥିବାରୁ ସ୍କୁଲ ବନ୍ଦ । ଜଗତସିଂହପୁର ଜିଲ୍ଲାରେ କାଲି ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ କରିବାକୁ ବିଇଓମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପାଣି ପଶିଥିବା ବା ପଶିବା ସମ୍ଭାବନା ଥିବା ସ୍କୁଲ ବନ୍ଦ କରିବାକୁ କୁହାଯାଇଛି । ଅନ୍ୟପଟେସ୍କୁଲର ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦିଆଯାଇଛି ।

ସେପଟେ ଜଗତସିଂହପୁର କୁଜଙ୍ଗ ପାଖରେ ମହାନଦୀରେ ଘାଇ ସୃଷ୍ଟି ହୋଇପାରିଛି । କୁଜଙ୍ଗ ଜୟଶଙ୍ଖପୁରଠାରେ ମହାନଦୀରେ ୭୦ ଫୁଟର ଘାଇ ହୋଇଛି । ଜିଲାନାସୀ ଓ ମାଧପୁର ଭିତରକୁ ମାଡ଼ି ଚାଲିଛି ବନ୍ୟାଜଳ । ବଡ଼ବାଲିକଣି ନିକଟରେ ପାଇକା ନଦୀବନ୍ଧରେ ମଧ୍ୟ ଘାଇ ଦେଖା ଦେଇଛି । ଫଳରେ ହଂସୁରା ନିକଟରେ ମଧ୍ୟ ମହାନଦୀ ବନ୍ଧ ଉପରେ ଚାଲୁଛି ପାଣି । ଅନେକ ଗାଁ, ଚାଷ ଜମିରେ ପାଣି ଜମିଛି । ସେହିପରି ଦଳେଇ ଘାଇରେ ବିପଦ ସଂକେତ ଟପିଛି ଦେବୀ ନଦୀ । ବିପଦ ସଂକେତ ମାର୍କ ୫୭ ଫୁଟ୍ ଥିବା ବେଳେ ଜଳସ୍ତର ୫୯ ଫୁଟ୍ ରହିଛି ।

ଅନ୍ୟପଟେ ମହାନଦୀ ଜଳସ୍ତର ବଢୁଥିବାରୁ ଆଠଗଡ଼ ଅଞ୍ଚଳର ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି । କଟକ ତିଗିରିଆ ପଞ୍ଚାୟତର ବହୁ ଗାଁ ଜଳମଗ୍ନ ହୋଇଛି । ତିଗିରିଆ ପଞ୍ଚାୟତର ଚଷାଆଁରା ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଚଷାଆଁରା ଗାଁକୁ ପ୍ରଶାସନ ପକ୍ଷରୁ ବୋଟ୍ ଓ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରାଯାଉଛି । ସେହିଭଳି ଓସ୍ତିଆ ପଞ୍ଚାୟତର ଓସ୍ତିଆ ଗାଁ ମଧ୍ୟ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ।