/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660207067.jpeg)
Odisha Plus 3 admission to start from today
ଆଜିଠାରୁ +୩ ପାଇଁ ନାମଲେଖା ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ +୩ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅଗଷ୍ଟ ୨୫ ମଧ୍ୟରେ ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ସାମ୍ସ ଓଡ଼ିଶା ୱେବ୍ସାଇଟ୍- www.samsodisha.gov.in କୁ ଯାଇ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ।
Advertisment
ଅନ୍ଲାଇନ୍ ଆବେଦନର ଶେଷ ତାରିଖ ଅଗଷ୍ଟ ୨୫ ଥିବାବେଳେ ଅଗଷ୍ଟ ୩୧ରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ। ସେପ୍ଟେମ୍ବର ୨ରୁ ୫ ଯାଏ ପ୍ରଥମ ମେରିଟ୍ ଲିଷ୍ଟରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଆଡମିଶନ କରିବେ। ସେହିପରି ସେପ୍ଟେମ୍ବର ୧୧ରେ ୨ୟ ମେରିଟ ଲିଷ୍ଟ ପ୍ରକାଶ ପାଇବ ବୋଲି ଘୋଷଣା କରାଯାଇଛି।
ସେପ୍ଟେମ୍ବର ୧୨ରୁ ୧୪ ଯାଏ ଦ୍ୱିତୀୟ ମେରିଟ୍ ଲିଷ୍ଟରେ ଚୟନ ହୋଇଥିବା ଛାତ୍ରଛାତ୍ରୀ ଆଡମିଶନ କରିବେ। ସେପ୍ଟେମ୍ବର ୧୬ରେ ଖାଲି ପଡ଼ିଥିବା ସିଟ୍ର ତାଲିକା ସାମ୍ସ ୱେବ୍ସାଇଟ୍ରେ ପ୍ରକାଶ ପାଇବ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)