• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବନ୍ୟା ସ୍ଥିତି ପାଇଁ ASO ଲିଖିତ ପରୀକ୍ଷା ଘୁଞ୍ଚିଲା । ଆସନ୍ତା ରବିବାର ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ ଘୁଞ୍ଚାଇ ଦିଆଯାଇଛି । ନୂଆ ଆଦେଶ ଆସିବା ପର୍ଯ୍ୟନ୍ତ ASO ପରୀକ୍ଷା ହେବ ନାହିଁ । ତେବେ ନୂଆ ତାରିଖ ଖୁବଶୀଘ୍ର ଘୋଷଣା ହେବ । ପରୀକ୍ଷା ଘୁଞ୍ଚିବା ନେଇ OPSC ପକ୍ଷରୁ ସୂଚନା ଦିଆଯାଇଛି । ବନ୍ୟା ଯୋଗୁଁ କେତେକ ଜିଲ୍ଲାର ପରୀକ୍ଷାର୍ଥୀଙ୍କ ପାଇଁ ଏହି ପଦକ୍ଷେପ ନିଆଯାଇଛି । 

ଗୁରୁବାର ତଥା ଅଗଷ୍ଟ ୨୧ (ରବିବାର) ୨୦୨୨ରେ ହେବାକୁ ଥିଲା ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ASO) ପରୀକ୍ଷା । ଓପିଏସସି ବିଜ୍ଞପ୍ତିରେ ଅନୁସାରେ “ରାଜ୍ୟରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ASO ଲିଖିତ ପରୀକ୍ଷା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।