Advertisment

ଦଶମ ଶ୍ରେଣୀ ଭୂଗୋଳ ବହିରେ ବଡ଼ ତ୍ରୁଟି

ଦଶମ ଶ୍ରେଣୀର ଭୂଗୋଳ ବହିରେ ଭୁଲ୍। ଯାହା ଭୁଲ୍ ହୋଇଛି ତା’ ଓଡ଼ିଶା ଆନ୍ଧ୍ର ବିବାଦକୁ ଆଉ ଟିକେ ଖୋରାକ ଯୋଗାଇଛି। ଏହି ଭୁଲ୍ ଖୋଦ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରକାଶିତ ଦଶମ ଶ୍ରେଣୀର ଭୂଗୋଳ ବହିରେ ହୋଇଛି।

author-image
Manoranjan Behera
Geography Book Error

Geography Book Error

ଦଶମ ଶ୍ରେଣୀର ଭୂଗୋଳ ବହିରେ ତ୍ରୁଟି । ଏମିତି ଭୁଲ୍ ଯାହା ଓଡ଼ିଶା ଆନ୍ଧ୍ର ବିବାଦକୁ ଆଉ ଟିକେ ଖୋରାକ ଯୋଗାଇଛି । ଏହି ଭୁଲ୍ ଖୋଦ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରକାଶିତ ଦଶମ ଶ୍ରେଣୀର ଭୂଗୋଳ ବହିରେ ହୋଇଥିବାର ଦେଖିବାକୁ ମିଳିଛି । 

Advertisment

ମାଛକୁଣ୍ଡ ଜଳପ୍ରପାତ ଓଡ଼ିଶାରେ ନୁହେଁ ବରଂ ଆନ୍ଧ୍ର ପ୍ରଦେଶର ବୋଲି ପୁସ୍ତକରେ ପ୍ରକାଶ ପାଇଛି । ୨୦୧୮ରେ ପ୍ରକାଶିତ ପୁସ୍ତକରେ ଏହି ତ୍ରୁଟି ହୋଇଥିଲେ ମଧ୍ୟ ଚଳିତ ବର୍ଷ ବି ଏଥିରେ ସଂଶୋଧନ ହୋଇନାହିଁ । ଫଳରେ ଏହାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ମହଲରେ ଅସନ୍ତୋଷ ବୃଦ୍ଧି ପାଇଛି ।

ପରିତାପର ବିଷୟ ଯେ, ଦୀର୍ଘ ୪ ବର୍ଷ ହେଲା ପିଲା ଓଡ଼ିଶାର ଭୌଗାଳିକ ସ୍ଥିତି ସମ୍ପର୍କରେ ଭୁଲ୍ ତଥ୍ୟ ପଢ଼ି ଆସୁଛନ୍ତି । ଏହି ଭୁଲ୍ କିନ୍ତୁ ଧରିଛନ୍ତି ଖୋଦ କୋରାପୁଟ ବ୍ଲକର ମହାଦେଇପୁଟ ଉଚ୍ଚ ବିଦ୍ୟାଳୟର ଭୂଗୋଳ ଶିକ୍ଷକ । ସେ ସଂଶୋଧିତ କରି ପିଲାଙ୍କୁ ପାଠ ପଢ଼ାଉଥିବା ବେଳେ ଏ ସଂକ୍ରାନ୍ତରେ ପ୍ରଧାନ ଶିକ୍ଷକ ଏବଂ ବିଭାଗୀୟ କତ୍ତୃପକ୍ଷଙ୍କୁ ଅବଗତ କରାଇଛନ୍ତି ।

Advertisment

ଭୂଗୋଳ ବହିର ପୃଷ୍ଠା ନମ୍ବର ୬୯ର ସାରଣୀ ୧୬ରେ ମାଛକୁଣ୍ଡ ଆନ୍ଧ୍ରପ୍ରଦେଶର ବୋଲି ଉଲ୍ଲେଖ କରାଯାଇଛି । କୋରାପୁଟ ଜିଲାର ଲମତପୁଟ ବ୍ଲକ ଆନ୍ଧ୍ର ସୀମାନ୍ତରେ ରହିଛି । ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ ୧୯୫୫ ମସିହାରେ ଦେଶର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ପ୍ରକଳ୍ପର ଉଦଘାଟନ କରିଥିଲେ । ଏବେବି ରକ୍ଷଣାବେକ୍ଷଣ ଦାୟିତ୍ୱ ଓଡିଶା ସରକାରଙ୍କର, କିନ୍ତୁ ଜଳ ବିଦ୍ୟୁତ ଶକ୍ତିକୁ ଆନ୍ଧ୍ର ଓ ଓଡିଶା ମଧ୍ୟରେ ୫୦/ ୫୦ ପ୍ରତିଶତ ଭାଗ ବଣ୍ଟା ଯାଉଛି । ପରିଚାଳନା ଆନ୍ଧ୍ରପ୍ରଦେଶ କରୁଛି ଯାହା ଫଳରେ ଓଡିଶା ଏବଂ ଓଡିଆ ମାନଙ୍କର ସ୍ୱାର୍ଥ ରକ୍ଷା ଠିକ୍ ଭାବରେ ହୋଇପାରୁନି ବୋଲି ଚର୍ଚ୍ଚା ଜୋର ଧରିଛି ।

ରିପୋର୍ଟର- ସୂର୍ଯ୍ୟନାରାୟଣ ପଣ୍ତା,କୋରାପୁଟ

BSE Geography Book Error
Advertisment
Advertisment