/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661267593.jpg)
Plus Two Exam
ଏଥର ମଧ୍ୟ ପ୍ଲସ୍ ଟୁରେ ହେବ ତ୍ରୈମାସିକ ପରୀକ୍ଷା । ୨୦୨୨-୨୩ ଶିକ୍ଷା ବର୍ଷରେ ପ୍ଲସ୍ ଟୁ ପିଲାଙ୍କୁ ଦେବାକୁ ପଡ଼ିବ ତ୍ରୟମାସିକ ପରୀକ୍ଷା । ଏହି ପରୀକ୍ଷା ପାଇଁ ଦରକାର ମୁତାବକ ପଦକ୍ଷେପ ନେବା ପାଇଁ CHSE ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି ଗଣଶିକ୍ଷା ବିଭାଗ ।
Advertisment
ଥିଓରି ପାଇଁ ୨୦ ଓ ପ୍ରାକ୍ଟିକାଲ ପାଇଁ ୧୦ ମାର୍କର ପରୀକ୍ଷା ହେବ । ଜୁନ ୧୮ରୁ କଲେଜ ଖୋଲିଥିଲେ ମଧ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇନଥିଲା ଯେ, ତ୍ରୈମାସିକ ପରୀକ୍ଷା ହେବ ନା ନାହିଁ । ଏବେ ପରିଷଦ ପକ୍ଷରୁ ତାହା ସ୍ପଷ୍ଟ କରାଯାଇଛି, କ୍ୱାଟର୍ ଏଣ୍ଡ ପରୀକ୍ଷା ହେବ । CHSE ପକ୍ଷରୁ ପରେ ତାରିଖ ଘୋଷଣା ହେବ ବୋଲି ଜଣାପଡ଼ିଛି । କରୋନା ସମୟରେ ବୋର୍ଡ ପରୀକ୍ଷା ହୋଇନପାରିବାରୁ ୨୦୨୦ରେ ମୂଲ୍ୟାୟନରେ ସମସ୍ୟା ହୋଇଥିଲା । ତେଣୁ ପରେ କ୍ୱାଟର୍ଲି ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)