/odishatv-khabar/media/post_attachments/uploadimage/library/16_9/16_9_0/ASO_Exam_1660983975.jpg)
ASO Exam
ବନ୍ୟା ଯୋଗୁଁ ଘୁଞ୍ଚିଥିବା ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର ପରୀକ୍ଷା ଆସନ୍ତା ୨୭ ତାରିଖରେ ହେବ । ରାଜ୍ୟରେ ଦେଖା ଦେଇଥିବା ବନ୍ୟା ପରିସ୍ଥିତିକୁ ନଜରରେ ରଖି ୨୧ ତାରିଖରେ ହେବାକୁ ଥିବା ପରୀକ୍ଷା ଘୁଞ୍ଚାଇ ଦିଆଯାଇଥିଲା । ଏହି ପରୀକ୍ଷା ଆସନ୍ତା ୨୭ରେ ହେବ ବୋଲି OPSC ଅଧ୍ୟକ୍ଷ ସତ୍ୟଜିତ୍ ମହାନ୍ତି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
୨୭ ତାରିଖ ଶନିବାର ୩ଟି ସିଟିଂରେ ପରୀକ୍ଷା ହେବ । ସକାଳ ୯ଟାରୁ ୧୦ଟା ୩୦ ଯାଏ ଜେନେରାଲ ଆୱାରନେସ୍ ପରୀକ୍ଷା ହେବ । ତା ପରେ ୧୧ଟା ୩୦ରୁ ଦିନ ୧ଟା ଯାଏ ରିଜନିଂ ଓ ମ୍ୟାଥମେଟିକ୍ସ ପରୀକ୍ଷା ହେବ । ତା'ପରେ ଦିନ ୨ଟା ୩୦ରୁ ଅପରାହ୍ନ ୪ଟା ୩୦ ଯାଏ ଇଂରାଜୀ ଓ ଓଡ଼ିଆ ଭାଷା ପରୀକ୍ଷା ହେବ ବୋଲି ଓପିଏସ୍ସି ପକ୍ଷରୁ କୁହାଯାଇଛି ।
Rescheduled programme for ASO written examination- 27 August. Best wishes to the candidates pic.twitter.com/HzZADhHzlH
— SATYAJIT MOHANTY (@satyajitips88) August 20, 2022
ଗୁରୁବାର ତଥା ଅଗଷ୍ଟ ୨୧ (ରବିବାର) ୨୦୨୨ରେ ହେବାକୁ ଥିବା ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ASO) ପରୀକ୍ଷା ୨୭ ରେ ହେବ । ଓପିଏସସି ବିଜ୍ଞପ୍ତିରେ ଅନୁସାରେ, ରାଜ୍ୟରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ASO ଲିଖିତ ପରୀକ୍ଷା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)