• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Education Updates

ମହଙ୍ଗା ହେଉଛି ଡଲାର
Dollar Rate Increasing: ଛାତ୍ରଛାତ୍ରୀଙ୍କ ଉପରେ ମହଙ୍ଗା ଡଲାର ଛାଟ, ବିଦେଶରେ ପାଠପଢ଼ା ସ୍ୱପ୍ନ ପାଲଟିଲାଣି

ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଏନଆରଆଇଙ୍କ ପାଇଁ ବରଦାନ ହୋଇପାରେ କିନ୍ତୁ ବିଦେଶରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅଭିଶାପ ସଦୃଶ । ଟଙ୍କାର ମୂଲ୍ୟ ହ୍ରାସ ଭାରତୀୟ ଛାତ୍ରମାନଙ୍କ ଉପରେ ଏକ ବଡ ପ୍ରଭାବ ପକାଇବ । ସେମାନେ ଅଧିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । କାରଣ ଟ୍ୟୁସନ ଫି, ରହିବା ଖର୍ଚ୍ଚ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ସାଧାରଣତଃ ଛାତ୍ରଛାତ୍ରୀଙ୍କ ଠାରୁ ଆମେରିକୀୟ ଡଲାରରେ ଆଦାୟ କରାଯାଏ । ସାମାନ୍ୟ ପରିବର୍ତ୍ତନ ମଧ୍ୟ ବାର୍ଷିକ ଖର୍ଚ୍ଚକୁ ଅନେକ ଲକ୍ଷ ଟଙ୍କା ବୃଦ୍ଧି କରିଥାଏ ।

KIIT Officials Appear
KIIT Suicide Row: କମିଟି ଆଗରେ ହାଜର ହେଲେ କିଟର ୬ ଅଧିକାରୀ, ଚାଲିଛି ପଚରାଉଚରା

KIIT ଇଣ୍ଟରନାଲ୍ କମିଟି ମୁଖ୍ୟ ଇପ୍ସିତା ଶତପଥୀ, ସୁରକ୍ଷା ମୁଖ୍ୟ ପି କେ ପଟ୍ଟନାୟକ, ସହକାରୀ ନିର୍ଦ୍ଦେଶିକା ସ୍ମରିକା ପତି, ସିନିୟର୍ ହଷ୍ଟେଲ୍ ସୁପରିଟେଣ୍ଡେଣ୍ଟ ସଂହିତା ମିଶ୍ରଙ୍କ ସମେତ ୬ ଜଣ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହୋଇଛନ୍ତି। ଏହି ୬ ଜଣଙ୍କୁ ହାଜର ହେବାକୁ ଗତ ୨୫ ତାରିଖରେ ନୋଟିସ୍‌ ଜାରି କରାଯାଇଥିଲା ।

CBSE To Hold 2 Board Exams a Year
ବର୍ଷକୁ ଦୁଇଥର ସିବିଏସ୍ଇ ଦଶମ ପରୀକ୍ଷା

ବର୍ଷକୁ ଦୁଇଥର ସିବିଏସ୍ଇ ଦଶମ ପରୀକ୍ଷା ଆସନ୍ତାବର୍ଷଠୁ ଗୋଟିଏ ଶିକ୍ଷା ବର୍ଷରେ ଦୁଇଟି ବୋର୍ଡ ପରୀକ୍ଷା ଦେଇପାରିବେ ସିବିଏସଇ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ଜାତୀୟ ଶିକ୍ଷାନୀତି ଅନୁଯାୟୀ ବୋର୍ଡ ଏହି ନିଷ୍ପତ୍ତି ନେଇଥିବାବେଳେ ସବୁ ମହଲରୁ ଏହାକୁ ସ୍ୱାଗତ କରାଯାଇଛି । ତେବେ ଏଭଳି ଦୁଇଟି ବୋର୍ଡ ପରୀକ୍ଷା ବ୍ୟବସ୍ଥା ଆମ ମାଟ୍ରିକ୍ ପରୀକ୍ଷାରେ ଲାଗୁ ହେବ କି, ତାକୁ ନେଇ ପ୍ରଶ୍ନ ଉଠିଥିଲା ବେଳେ, ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ସିବିଏସଇ ବ୍ୟବସ୍ଥାରୁ ସୁଫଳ ମିଳିଲେ, ଏ ବାବଦରେ ନିଆଯାଇପାରେ ନିଷ୍ପତ୍ତି।

  • Wednesday, 26 February 2025
CBSE To Hold 2 Board Exams a Year
CBSE To Hold 2 Board Exams a Year: ବର୍ଷକୁ ୨ଥର ହେବ CBSE ଦଶମ ବୋର୍ଡ ପରୀକ୍ଷା; ପ୍ରଥମଟି ଭଲ ନହେଲେ, ଟେନସନ୍ ନାହିଁ...

ଇମ୍ପ୍ରୁଭମେଣ୍ଟ ପାଇଁ ଦେଇ ହେବ ଦ୍ବିତୀୟ ବୋର୍ଡ ପରୀକ୍ଷା । ପ୍ରଥମଟି ବାଧ୍ୟତାମୂଳକ, ଦ୍ବିତୀୟଟି ଇଚ୍ଛାଧୀନ । ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ କରିବାକୁ ଦଶମ ପରୀକ୍ଷାରେ ଜାତୀୟ ଶିକ୍ଷାନୀତି 2020 ଆଧାରରେ ଏମିତି ସଂସ୍କାର ଆଣିବାକୁ ଯାଉଛି ସିବିଏସ୍ଇ। 

CBSE Board Exam
CBSE Matric Exams: ବର୍ଷକୁ ୨ ଥର CBSE ମାଟ୍ରିକ ପରୀକ୍ଷା କରିବାକୁ ସୁପାରିସ୍; ମତାମତ ପରେ ଚୂଡ଼ାନ୍ତ ନିଷ୍ପତ୍ତି

ବର୍ଷକୁ ୨ ଥର ହୋଇପାରେ CBSE ମାଟ୍ରିକ ପରୀକ୍ଷା । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ଏକ ବୈଠକରେ ଏନେଇ ସୁପାରିସ୍ ହୋଇଛି । ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଏକ ଚିଠା ନୀତି ପ୍ରସ୍ତୁତ କରାଯିବ ।

Drop Out
ଫର୍ମପୂରଣ କରିବି ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ପ୍ରାୟ ୧୦ ହଜାର ପିଲା

ପେଟ ପାଇଁ କିଏ ବାହାର ରାଜ୍ୟରେ ଦାଦନ ଖଟୁଛି ତ କିଏ ଲାଗୁଛି ମୂଲ । ଫର୍ମପୂରଣ କରିବି ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ପ୍ରାୟ ୧୦ ହଜାର ପିଲା। ଉପକୂଳରୁ ଉପାନ୍ତ ସବୁ ଜିଲ୍ଲାରେ ଅନୁପସ୍ଥିତି। ଡ୍ରପ୍ ଆଉଟ୍ କଥାକୁ ମାନିଲେ ଜିଲ୍ଲା ଶିକ୍ଷାଧିକାରୀ। ବୋର୍ଡ ଓ ସରକାରଙ୍କୁ ଦାୟୀ କଲା ଅଭିଭାବକ ମହାସଂଘ ।

Drop Out
Drop out Rate increasing: ଡ୍ରପ ଆଉଟ କମୁନି, ଦଶମ ପରୀକ୍ଷା ଦେଲେନି ୧୦ ହଜାର ପିଲା

ବର୍ଷସାରା ପାଠ ପଢିଲେ, ପରୀକ୍ଷା ପାଇଁ ଫର୍ମ ପୂରଣ ବି କଲେ। ହେଲେ ପରୀକ୍ଷା ବେଳକୁ ଦେଖାନାହିଁ। ଏଥର ମାଟ୍ରିକ ପରୀକ୍ଷା ଦେଉନାହାଁନ୍ତି ରାଜ୍ୟର ପ୍ରାୟ ୧୦ ହଜାର ପିଲା। ଉପକୂଳରୁ ଉପାନ୍ତ ସବୁ ଜିଲ୍ଲାରେ ଅନୁପସ୍ଥିତି। ଦାଦନ ଖଟିବାକୁ କିଏ ବାହାର ରାଜ୍ୟକୁ ଯାଇଛି ତ କିଏ ପରିବାର ପାଇଁ ମୂଲ ଲଗୁଛି।

Matric Examination
Matric Examination: ଆଜିଠୁ ମାଟ୍ରିକ ପରୀକ୍ଷା, କପି ରୋକିବାକୁ ୪ ସ୍ତରୀୟ ସ୍କ୍ୱାଡ୍, ପେପର୍ ଲିକ୍ ରୋକିବ କ୍ୟୁଆର୍ କୋଡ୍

ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । କପି ରୋକିବାକୁ ୪ ସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା କରାଯାଇଛି । ସବୁ ପରୀକ୍ଷା କେନ୍ଦ୍ରରେ ଲାଗିଛି ସିସିଟିଭି ।

କାଲିଠୁ ମାଟ୍ରିକ୍‌ ପରୀକ୍ଷା
ରାତି ପାହିଲେ ମାଟ୍ରିକ ପରୀକ୍ଷା

ମାଟ୍ରିକ ସହ ମଧ୍ୟମା ଓ ରାଜ୍ୟ ଓପନ୍ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ହଲରେ ବସିବେ ମୋଟ୍ ୫ ଲକ୍ଷ ୨୨ ହଜାର ୩୩୬ ଛାତ୍ରଛାତ୍ରୀ।

ପରୀକ୍ଷା ପୂର୍ବରୁ କେମିତି ଆଣିବେ ଏକାଗ୍ରତା
Concentration Before Exam: ପରୀକ୍ଷା ପୂର୍ବରୁ କେମିତି ବଢ଼ାଇବେ ଏକାଗ୍ରତା, ଜାଣନ୍ତୁ କିଛି ଟିପ୍ସ...

ଆମ ଚିହ୍ନା ପରିଚିତ ଏବଂ ପରିବାରରେ ଅନେକ ଛାତ୍ରଛାତ୍ରୀ ଥା’ନ୍ତି, ଯିଏ ବର୍ଷସାରା ଅକ୍ଲାନ୍ତ ପରିଶ୍ରମ ସହ ରାତି ଅନିଦ୍ରା ହୋଇ ଘଣ୍ଟାଘଣ୍ଟା ପାଠ ପଢୁଥା’ନ୍ତି। କିନ୍ତୁ ବର୍ଷ ଶେଷରେ ପରୀକ୍ଷା ଦେଲା ବେଳକୁ ଆଶାନୁରୂପ ଫଳ ମିଳେନି। କେବଳ ଆମେ ନୁହେଁ, ଶିକ୍ଷକବି ଏପରି ପରୀକ୍ଷା ଫଳ ଦେଖି ଆଶ୍ଚର୍ଯ୍ୟ ହୁଅନ୍ତି। ଏହା ଅନେକ ସମୟରେ ଏକାଗ୍ରତାର ଅଭାବରୁ ହୋଇଥାଏ। ଚାଲନ୍ତୁ ଜାଣିବା ପରୀକ୍ଷା ସମୟମରେ କେମିତି ଏକାଗ୍ରତା ବଢାଇବେ।

Teacher
Strange Application For Leave: ସ୍କୁଲ୍ ଶିକ୍ଷକଙ୍କ ଅଜବ ଦରଖାସ୍ତ; ଦରମା ମିଳୁନି, ମୂଲ ଲାଗିବି...ଛୁଟି ଦିଅ

ଦରଖାସ୍ତରେ ସେ ଦର୍ଶାଇଛନ୍ତି, ଦରମା ମିଳୁନଥିବାରୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଣୁ ଆସନ୍ତାକାଲି ସେ ମଜୁରୀ କରିଯିବାକୁ ଯିବେ, ଏଥିପାଇଁ ସ୍କୁଲରୁ ଛୁଟି ଦରକାର।

Matric Exam
Odisha BSE Matric Exam: ଆସନ୍ତାକାଲିଠୁ ମାଟ୍ରିକ୍ ପରୀକ୍ଷା; ଆଜି ଡ୍ରାଏ ରନ୍

ପରୀକ୍ଷା ପୂର୍ବରୁ ଆଜି ଡ୍ରାଏ ରନ୍ କରାଯିବ। ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ଚୟନ ହୋଇଥିବା କମାଣ୍ଡ ସେଣ୍ଟର୍ ତଥା ନୋଡାଲ୍ ସେଣ୍ଟର୍ ଓ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥାର ଅନୁଧ୍ୟାନ କରାଯିବ।

ସାମ୍ନାକୁ ଆସିଲା ମୋ ସ୍କୁଲ୍ ଦୁର୍ନୀତି
Mo School Corruption: ମୋ ସ୍କୁଲ୍ ଯୋଜନା ଅର୍ଥ ହେରଫେର...ସାମ୍ନାକୁ ଆସିଲା ସାଂଘାତିକ ସତ

ଏ ସଂପର୍କରେ ମିଳିଥିବା ଅଭିଯୋଗରୁ ପ୍ରକାଶଯେ, ଚାରିଛକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିର୍ମଳ ରଣା ଚଞ୍ଚକତା କରି ମୋ ସ୍କୁଲ ଯୋଜନା ଅର୍ଥକୁ ହରିଲୁଟ କରୁଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଜିଲ୍ଲା ଶିକ୍ଷାଧିକାରୀ ଏ ସୂଚନା ପାଇବା ପରେ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତକାରୀ ଟିମ ସ୍କୁଲକୁ ଆସି ଶିକ୍ଷକଙ୍କ କେଳେଙ୍କାରୀର ତଦନ୍ତ କରିବା ସମୟରେ ବହୁ ଅକୁହା କଥା ସାମ୍ନାକୁ ଆସିଥିଲା ।

Plus Two Exam
Plus Two Exam 2025: ଆଜିଠୁ ଯୁକ୍ତ ୨ ପରୀକ୍ଷା, କପି ରୋକିବାକୁ ୫ ସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା

ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ୨ ପରୀକ୍ଷା । କପି ରୋକିବାକୁ ପଞ୍ଚସ୍ତରୀୟ ସ୍କ୍ବାଡ୍ ଏବଂ ସବୁ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା । ପ୍ରଶ୍ନ ପତ୍ର ଲିକ୍‌ ବା ଗୁଜବ କଲେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ।

Plus Two
Plus Two Exam: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି + ୨ ପରୀକ୍ଷା

କପି ରୋକିବାକୁ ପଞ୍ଚସ୍ତରୀୟ ସ୍କ୍ବାଡ୍ ଏବଂ ସବୁ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା ହୋଇଛି। ପରୀକ୍ଷା ସରିବା ୪୫ ଦିନ ଭିତରେ ରେଜଲ୍ଟ ବାହାର କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଶ୍ନ ପତ୍ର ଲିକ୍‌ ବା ଗୁଜବ କଲେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Top 5 high paying careers for good salary in india and abroad
Careers Tips: କରନ୍ତୁ ଏହି ୫ରୁ ଗୋଟିଏ କୋର୍ସ; ହେବ ଦରମାରେ ଟଙ୍କା ବର୍ଷା

ଅଧିକାଂଶ ଯୁବକ ଦ୍ୱାଦଶ ପାଶ୍ କରିବା ମାତ୍ରେ ଏକ ଭଲ ଦରମା ଭଳି ଚାକିରି କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତି। ଯଦି ଆପଣ କୌଣସି ଡିଗ୍ରୀ ପାଠ୍ୟକ୍ରମରେ ଆଡମିଶନ ନେଇଛନ୍ତି କିମ୍ବା ଡିଗ୍ରୀ ହାସଲ କରିଛନ୍ତି, ତେବେ ଏହି ପାଠ୍ୟକ୍ରମରେ ମାଷ୍ଟର କିମ୍ବା ଡିପ୍ଲୋମା କରିବା ମଧ୍ୟ ଏକ ଭଲ ବିକଳ୍ପ।

Top AI skills for high paying jobs in 2025
Career Tips: ଏହି ଟୁଲ୍ସ ଉପରେ କିଛି ଶିକ୍ଷା ଗ୍ରହଣ କରିନିଅନ୍ତୁ; ମିଳିବ ଉଚ୍ଚା ଦରମା

ଆଗାମୀ କିଛି ବର୍ଷ ମଧ୍ୟରେ, ସମସ୍ତଙ୍କ ପାଇଁ AI ବିଷୟରେ ମୌଳିକ ଜ୍ଞାନ ରହିବା ଆବଶ୍ୟକ ହୋଇଯିବ। କ୍ୟାରିୟର ଅଭିବୃଦ୍ଧି ପାଇଁ ଆପଣ ମଧ୍ୟ AI ସ୍କିଲ୍ ଶିଖିବା ଜରୁରୀ।

ମାସେ ହେଲା କେନ୍ଦ୍ରିୟ ବିଦ୍ୟାଳୟ ବନ୍ଦ
Kendriya Vidyalaya: କେନ୍ଦ୍ରୀୟ ବିଦ୍ୟାଳୟ ମାସେ ହେଲା ବନ୍ଦ, ଅନ୍‌ଲାଇନ୍‌ରେ ଚାଲିଛି ପାଠପଢ଼ା

ନୂତନ ଗୃହରେ କ୍ଲାସ ହେବା କହି ପ୍ରିନ୍ସିପାଲ ଏଠାରୁ ସମସ୍ତ ଆସବାବ ପତ୍ର ନୂତନ ସ୍କୁଲଗୃହକୁ ନେଇଯାଇ ଏଠାରେ ସ୍କୁଲ ବନ୍ଦକରି ଅନ ଲାଇନ ମାଧ୍ୟମରେ କ୍ଲାସ ଚଳାଇଛନ୍ତି। ସ୍କୁଲ ବନ୍ଦ କରିବାର କାରଣ ମଧ୍ୟ କହୁ ନାହାନ୍ତି। ଯାହା ଫଳରେ ପିଲାମାନେ ପାଠ ଠିକରେ ବୁଝିପାରୁ ନାହାଁନ୍ତି। ଏଭଳି ପରିସ୍ଥିତିରେ ପିଲାଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଠେଲିହେଇ ଯାଉଛି। କିଭଳି ଶୀଘ୍ର ସ୍କୁଲ ଖୋଲିବ ସେ ନେଇ ସେମାନେ ଜିଲ୍ଲାପାଳ ଓ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

CBSE Exam
CBSE Boad Exam: ଆଜିଠୁ CBSE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା

ଦେଶବ୍ୟାପୀ ୩ ହଜାରରୁ ଅଧିକ କେନ୍ଦ୍ରରେ ପ୍ରାୟ ୪୪ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ୩୦ ମିନିଟ ପୂର୍ବରୁ ଛାତ୍ରୀଛାତ୍ରଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ କୁହାଯାଇଛି।

NCTE guidelines who can do one year bed course
One Year B.Ed Course: ୧ ବର୍ଷୀୟା B.Ed କୋର୍ସ କରିବାର ସୁଯୋଗ; ଜାଣନ୍ତୁ କେଉଁମାନେ କରିପାରିବେ…

୧ ବର୍ଷୀୟା B.Ed ପାଠ୍ୟକ୍ରମ ଆରମ୍ଭ କରିବାକୁ ନେଇ NCTE ପୁଣି ଥରେ ସୂଚନା ଦେଇଛି। M.Ed ପାଠ୍ୟକ୍ରମ ମଧ୍ୟ ୧ ବର୍ଷ କରିଦିଆଯାଇଛି। କିନ୍ତୁ ୧ ବର୍ଷ B.Ed ପାଠ୍ୟକ୍ରମ ପାଇଁ କିଛି ସର୍ତ୍ତ ସ୍ଥିର କରାଯାଇଛି।

Engineering Student
Odisha Budget Session 2025: ଖାଲି ପଡ଼ିଛି ପ୍ରଫେସର ପଦବୀ...ଗେଷ୍ଟ ଫ୍ୟାକଲ୍‌ଟିରେ ଚାଲିଛି ବିଶ୍ୱବିଦ୍ୟାଳୟ

ଗେଷ୍ଟ ଫ୍ୟାକଲ୍‌ଟି ଭରସାରେ ବିଶ୍ୱ ବିଦ୍ୟାଳୟ ଚାଲିଥିବା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।

Plus Two
ମୁଣ୍ଡ ଉପରେ ଯୁକ୍ତ ଦୁଇ ପରୀକ୍ଷା, ଏଯାଏଁ ସାଂପୁଲ କ୍ବେଶ୍ଚିନ୍ ପେପର ବାହାର କରିପାରିଲାନି CHSE

ଚଳିତ ଥର CHSEରେ ସିବିଏସଇ ପାର୍ଟନରେ ପରୀକ୍ଷା କରିବାକୁ ଯାଉଛି। ଯେଉଁଥିରେ ସବଜେକ୍ଟିଭ ବଦଳରେ ଅବଜେକ୍ଟିଭକୁ ଦିଆଯାଉଛି ଅଧିକ ଗୁରୁତ୍ୱ। କଳା ଓ ବାଣିଜ୍ୟରେ ୮୦ ମାର୍କର ଥିଓରି ଓ ୨୦ ମାର୍କର ଇଣ୍ଟରନାଲ୍ ରହିଛି।

Plus Two
Odisha CHSE Exam 2025: ୪ ଦିନ ପରେ + ୨ ପରୀକ୍ଷା, ହେଲେ ଏଯାଏଁ ବାହାରିଲାନି ସାମ୍ପୁଲ ପ୍ରଶ୍ନପତ୍ର

ଚଳିତ ଥର CHSEରେ ସିବିଏସଇ ପାର୍ଟନରେ ପରୀକ୍ଷା କରିବାକୁ ଯାଉଛି। ଯେଉଁଥିରେ ସବଜେକ୍ଟିଭ ବଦଳରେ ଅବଜେକ୍ଟିଭକୁ ଦିଆଯାଉଛି ଅଧିକ ଗୁରୁତ୍ୱ। କଳା ଓ ବାଣିଜ୍ୟରେ ୮୦ ମାର୍କର ଥିଓରି ଓ ୨୦ ମାର୍କର ଇଣ୍ଟରନାଲ୍ ରହିଛି।

Board Exam 2025
Board Exam 2025: ବୋର୍ଡ ପରୀକ୍ଷା ପାଇଁ ଏମିତି କରନ୍ତୁ ପ୍ରସ୍ତୁତି, ଆସିବ ୯୦ରୁ ୯୯ % ମାର୍କ

ବୋର୍ଡ ପରୀକ୍ଷାକୁ ନେଇ ପିଲାମାନଙ୍କ ଠାରୁ ଆରମ୍ଭ କରି ବାପାମାଆମାନେ ମଧ୍ୟ ଚାପରେ। ଏହାକୁ ନେଇ ବିଶେଷଜ୍ଞମାନେ ଏମିତି କିଛି ଟିପ୍ସ ଦେଇଛନ୍ତି ଯାହା ଦ୍ୱାରା ଚାପ ହ୍ରାସ କରିବା ସହିତ ଭଲ ମାର୍କ ସ୍କୋର କରିହେବ।

Lecturer
Lectures Protest: ଡିଗ୍ରୀ କଲେଜ ଗୁଡ଼ିକୁ ପ୍ରତ୍ୟକ୍ଷ ଅନୁଦାନ ଦାବିରେ ଆନ୍ଦୋଳନ

ଡିଗ୍ରୀ କଲେଜ ଗୁଡ଼ିକୁ ପ୍ରତ୍ୟକ୍ଷ ଅନୁଦାନ ଦାବିରେ ଧାରଣାକୁ ଓହ୍ଲାଇଛି ବ୍ଲକ କ୍ରାଇଟେରିଆ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ। ୧୯୯୪ ଶିକ୍ଷା ଅନୁଦାନ ଆଦେଶନାମା ଅନୁଯାୟୀ  ଗୋଟିଏ ଜୁନିୟର କଲେଜ ଏବଂ ଗୋଟିଏ ଡିଗ୍ରୀ କଲେଜକୁ ପ୍ରତ୍ୟକ୍ଷ ଅନୁଦାନ ଦେବାର ବ୍ୟବସ୍ଥା ରହିଛି । ତେବେ ୧୯୯୪ ଶିକ୍ଷା ଅନୁଦାନ ଆଦେଶନାମାକୁ ୨୦୦୪ ମସିହାରେ ପ୍ରତ୍ୟାହାର କରାଗଲା।