Plus Two
ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ଯୁକ୍ତ ୨ ପରୀକ୍ଷା। ପ୍ରଥମ ଦିନ ବିଜ୍ଞାନ ଛାତ୍ରଛାତ୍ରୀ ମାତୃଭାଷା ଓଡ଼ିଆ ବିଷୟରେ ପରୀକ୍ଷା ଦେବେ। କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ୧୯ ତାରିଖରୁ ଆରମ୍ଭ ହେବ। ମାର୍ଚ୍ଚ ୨୭ ଯାଏ ଯୁକ୍ତ ଦୁଇ ପରୀକ୍ଷା ଚାଲିବାକୁ ଥିବା ବେଳେ, ୧୨ ଶହ ୭୬ ସେଣ୍ଟରରେ ପରୀକ୍ଷା ଦେବେ ୩ ଲକ୍ଷ ୯୩ ହଜାର ୬୧୮ ପରୀକ୍ଷାର୍ଥୀ।
କଳାରେ ୨ ଲକ୍ଷ ୪୭ ହଜାର ୩୯୧, ବିଜ୍ଞାନରେ ୧ଲକ୍ଷ ୧୪ ହଜାର ୯୮୦, ବାଣିଜ୍ୟରେ ୨୫ ହଜାର ୫୨୬ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୭୨୧ ଛାତଛାତ୍ରୀ ପରୀକ୍ଷା ଦେବେ। ଦିନ ୧୦ଟାରୁ ଅପରାହ୍ନ ୧ଟା ଯାଏଁ ହେବ ପରୀକ୍ଷା। ମୋଟ ୨୨ଟି ସିଟିଂରେ ସମସ୍ତ ପରୀକ୍ଷା ହେବ ବୋଲି CHSE ପକ୍ଷରୁ କୁହାଯାଇଛି।
କପି ରୋକିବାକୁ ପଞ୍ଚସ୍ତରୀୟ ସ୍କ୍ବାଡ୍ ଏବଂ ସବୁ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା ହୋଇଛି। ପରୀକ୍ଷା ସରିବା ୪୫ ଦିନ ଭିତରେ ରେଜଲ୍ଟ ବାହାର କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଶ୍ନ ପତ୍ର ଲିକ୍ ବା ଗୁଜବ କଲେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ଥର କୌଣସି ସିଲାବସ୍ ବଦଳି ନାହିଁ, କେବଳ ପାର୍ଟନ ବଦଳିଛି ବୋଲି ସୂଚନା ମିଳିଛି। CBSE ପାର୍ଟନରେ ପରୀକ୍ଷା ହେବାକୁ ଯାଉଥିବା ବେଳେ, ସବଜେକ୍ଟିଭ ବଦଳରେ ଅବଜେକ୍ଟିଭକୁ ଅଧିକ ଗୁରୁତ୍ୱ ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)