Advertisment

Career Tips: ଏହି ଟୁଲ୍ସ ଉପରେ କିଛି ଶିକ୍ଷା ଗ୍ରହଣ କରିନିଅନ୍ତୁ; ମିଳିବ ଉଚ୍ଚା ଦରମା

ଆଗାମୀ କିଛି ବର୍ଷ ମଧ୍ୟରେ, ସମସ୍ତଙ୍କ ପାଇଁ AI ବିଷୟରେ ମୌଳିକ ଜ୍ଞାନ ରହିବା ଆବଶ୍ୟକ ହୋଇଯିବ। କ୍ୟାରିୟର ଅଭିବୃଦ୍ଧି ପାଇଁ ଆପଣ ମଧ୍ୟ AI ସ୍କିଲ୍ ଶିଖିବା ଜରୁରୀ।

author-image
Pramod Behera
ଅଦ୍ୟତନ ହୋଇଛି
Top AI skills for high paying jobs in 2025

Top AI skills for high paying jobs in 2025

ଆଜିକାଲି ଚାକିରି ବଜାର ବହୁତ ଶୀଘ୍ର ବଦଳୁଛି। ଏହା ସହିତ ତାଳ ମିଳାଇ ଯିବାକୁ ହେଲ ସେହି ଅନୁସାରେ ନିଜକୁ ଅପଗ୍ରେଡ୍ କରିବା ଜରୁରୀ। ଆଜିକାଲି ଅଧିକାଂଶ ଚାକିରିରେ AI ବ୍ୟବହାର କରାଯାଉଛି। AI ସହିତ ଜଡିତ ପାଠ୍ୟକ୍ରମ ମଧ୍ୟ ଅନେକ ଅନୁଷ୍ଠାନରେ ଆରମ୍ଭ ହୋଇଯାଇଛି।

Advertisment

ଆଗାମୀ କିଛି ବର୍ଷ ମଧ୍ୟରେ, ସମସ୍ତଙ୍କ ପାଇଁ AI ବିଷୟରେ ମୌଳିକ ଜ୍ଞାନ ରହିବା ଆବଶ୍ୟକ ହୋଇଯିବ। କ୍ୟାରିୟର ଅଭିବୃଦ୍ଧି ପାଇଁ ଆପଣ ମଧ୍ୟ AI ସ୍କିଲ୍ ଶିଖିବା ଜରୁରୀ।

ପ୍ରତ୍ୟେକ ପ୍ରଫେସନାଲ୍ ତାଙ୍କ କ୍ୟାରିୟରରେ ଗ୍ରୋଥ୍ ଏବଂ ଦରମା ବୃଦ୍ଧି ପାଇଁ ବହୁତ କଠିନ ପରିଶ୍ରମ କରନ୍ତି। ଏଥିପାଇଁ ଟେକ୍ନିକାଲ୍ ଅପ୍ ଟୁ ଡେଟ୍ (AI Tools) ରହିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସମୟ ସହିତ ଅପଡେଟ୍ ହୋଇ ନ ଥିବା ବ୍ୟକ୍ତିମାନେ ନିଜ କ୍ୟାରିଅରରେ ପଛରେ ରହିଯାଆନ୍ତି।

Advertisment

ଅଧିକ ପଢ଼ନ୍ତୁ: ଏହି Degrees କରିବାକୁ ଚିନ୍ତା କରୁଛନ୍ତି କି… ବେକାର ହୋଇପାରେ କ୍ୟାରିୟର୍

ଆପଣ ଯଦି ଚାକିରିରେ ଅଧିକ ଦରମା ପାଇବାକୁ ଚାହାନ୍ତି ତେବେ ଏହିପରି କେତୋଟି AI ସ୍କିଲ୍ ଜାଣିବା ଜରୁରୀ। ଏହାକୁ ଜାଣିବା ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏଗୁଡିକ ମାଧ୍ୟମରେ ଆପଣ ଯେକୌଣସି କ୍ଷେତ୍ରରେ ଆପଣଙ୍କର ସର୍ବୋତ୍ତମ ପ୍ରଦର୍ଶନ ଦେଇପାରିବେ।

ଜେନେରେଟିଭ୍ AI:

ଏହା ଅତ୍ୟନ୍ତ ଉପଯୋଗୀ ସ୍କିଲ୍। ଉତ୍ପାଦନ ବୃଦ୍ଧି ପାଇଁ ଅଧିକାଂଶ ବ୍ୟବସାୟ AI ଉପକରଣ ବ୍ୟବହାର କରିବା ଆରମ୍ଭ କରିଛନ୍ତି। ଏହି କାରଣରୁ, ଏହି ଟୁଲ୍ସଗୁଡ଼ିକୁ ନେଇ ଚାହିଦା ବୃଦ୍ଧି ପାଉଛି। AI ଅନେକ ଚାକିରି ଭୂମିକାର ଏକ ଅଂଶ ପାଲଟିଛି। ତେଣୁ ଆପଣ ଜେନେରେଟିଭ୍ AI ସ୍କିଲ୍‌ରୁ ଏହା ଆରମ୍ଭ କରିପାରିବେ।

AI ଚାଳିତ ଭାଷା ଶିକ୍ଷା:

ଏକାଧିକ ଭାଷାର ଜ୍ଞାନ ଜଣଙ୍କର କ୍ୟାରିୟରକୁ ବଢାଇବାରେ ସାହାଯ୍ୟ କରେ। ଏହା ମାଧ୍ୟମରେ ଆମେ ବିଶ୍ୱସ୍ତରୀୟ ସୁଯୋଗ ମଧ୍ୟ ପାଇପାରିବା। ଏକ ନୂତନ ଭାଷା ଶିଖିବା କଷ୍ଟସାଧ୍ୟ ହୋଇପାରେ କିନ୍ତୁ AI ରୋଲ୍ ପ୍ଲେ ଏବଂ AI କୁଇଜ୍ ଜେନେରେସନ୍ ଭଳି ଉପକରଣ ସହିତ ଏହାକୁ ସହଜ କରାଯାଇପାରିବ।

ଏକ ନୂଆ ଭାଷା ଶିଖିବାକୁ, ଲାଙ୍ଗୁଏଜ୍ ଲର୍ନିଂ ଆପ୍ ବ୍ୟବହାର କରନ୍ତୁ ଯାହା ଇଣ୍ଟରାକ୍ଟିଭ୍ ରୋଲପ୍ଲେ ପାଇଁ AI ବ୍ୟବହାର କରେ।

AI ଡାଟା ଆନାଲିସିସ୍:

ଯେକୌଣସି ବ୍ୟବସାୟରେ ଅଭିବୃଦ୍ଧି ପାଇଁ ଡାଟା ଆନାଲିସିସ୍ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବଡ଼ ଡାଟାସେଟ୍‌ ଆନାଲିସିସ୍ କରି ବଜାରକୁ ବୁଝିବା ସହଜ ହୋଇଯାଏ। ଏହା ବ୍ୟବସାୟ ଜଗତରେ ସ୍ମାର୍ଟ ନିଷ୍ପତ୍ତି ନେବାକୁ ସହଜ କରିଥାଏ।

ଅଧିକ ପଢ଼ନ୍ତୁ: ପ୍ରଥମ ଚେଷ୍ଟାରେ ସାକ୍ଷାତକାରରେ ପାସ୍ ହେବାକୁ ଚାହୁଁଛନ୍ତି କି… ଆପଣଙ୍କ ପାଇଁ ୫ଟି ଟିପ୍ସ

AI ର ବ୍ୟବହାର ସହିତ, ଡାଟା ବିଶ୍ଳେଷଣ ପରି ବଡ ଏବଂ ଚ୍ୟାଲେଞ୍ଜିଂ କାମଗୁଡିକ ଗୋଟିଏ ଚୁଟ୍‌କୀରେ କରାଯାଇପାରିବ। ବର୍ତ୍ତମାନ AI କୁ Excel ଏବଂ ଅନ୍ୟାନ୍ୟ ସଫ୍ଟୱେର୍ ସହିତ ଇଣ୍ଟିଗ୍ରେଟ୍ କରାଯାଉଛି।

AI ଆସିଷ୍ଟାଣ୍ଡ୍ କୋଡିଂ:

AI ମଧ୍ୟ କୋଡିଂକୁ ସହଜ କରିଦେଇଛି। ବର୍ତ୍ତମାନ ଏକ କୋଡର୍ ହେବାକୁ ହେଲେ କମ୍ପ୍ୟୁଟର ସାଇନ୍ସ ଡିଗ୍ରୀ କିମ୍ବା ବର୍ଷ ବର୍ଷ ଧରି ସେଲ୍ଫ୍ ଷ୍ଟଡି କରିବାର ଆବଶ୍ୟକତା ନାହିଁ।

ChatGPT ଏବଂ Claude ପରି AI ଟୁଲ୍ସଗୁଡ଼ିକ ସହିତ କୋଡିଂ କରାଯାଇପାରିବ। ଏହି ଟୁଲ୍ସଗୁଡ଼ିକ କୋଡ୍‌କୁ ଡିବଙ୍ଗ କରିବା, ଭୁଲ୍ ଚିହ୍ନଟ କରିବା ଏବଂ ନୂତନ ଜିନିଷ ଶିକ୍ଷା ଦେବାରେ ସାହାଯ୍ୟ କରେ। AI ଟୁଲ୍ସଗୁଡ଼ିକ ସାହାଯ୍ୟରେ ଆପଣ କୌଣସି ନୋ-କୋଡ୍ ଆପ୍ ମଧ୍ୟ ସୃଷ୍ଟି କରିପାରିବେ।

ଅଧିକ ପଢ଼ନ୍ତୁ: ଦ୍ୱାଦଶ ପରେ କ’ଣ କରିବେ ଚିନ୍ତାରେ ଅଛନ୍ତି କି… କରନ୍ତୁ ଏହି କୋର୍ସ, ସାଙ୍ଗେ ସାଙ୍ଗେ ମିଳିବ ଚାକିରି

Artificial Intelligence Career Tips
Advertisment
Advertisment