Advertisment

Strange Application For Leave: ସ୍କୁଲ୍ ଶିକ୍ଷକଙ୍କ ଅଜବ ଦରଖାସ୍ତ; ଦରମା ମିଳୁନି, ମୂଲ ଲାଗିବି...ଛୁଟି ଦିଅ

ଦରଖାସ୍ତରେ ସେ ଦର୍ଶାଇଛନ୍ତି, ଦରମା ମିଳୁନଥିବାରୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଣୁ ଆସନ୍ତାକାଲି ସେ ମଜୁରୀ କରିଯିବାକୁ ଯିବେ, ଏଥିପାଇଁ ସ୍କୁଲରୁ ଛୁଟି ଦରକାର।

author-image
Sonali Ojha
ଅଦ୍ୟତନ ହୋଇଛି
Odisha School Teacher's Viral Leave Application

Teacher

ସ୍କୁଲ ଶିକ୍ଷକଙ୍କ ଅଜବ ଦରଖାସ୍ତ । ମୂଲ ଲାଗିବି ଛୁଟି ଦିଅ । ଏପରି ଲେଖି ପ୍ରଧାନ ଶିକ୍ଷକଙ୍କୁ ଦରଖାସ୍ତ ଦେଇଛନ୍ତି ବଲାଙ୍ଗୀର ଜିଲ୍ଲା ବାନ୍ଧନବାହାଲ ପ୍ରାଥମିକ ସ୍କୁଲର ସହକାରୀ ଶିକ୍ଷକ ପ୍ରଭୁଦତ୍ତ ସାହୁ । ଦରମା ନମିଳିବାରୁ ମଜୁରି କରିବାକୁ ଛୁଟି ମାଗିଛନ୍ତି ଏହି ସହକାରୀ ଶିକ୍ଷକ । ମୂଲ ଲାଗି ଯିବେ ବୋଲି ଏକ ଦରଖାସ୍ତ ଲେଖିଛନ୍ତି । ଯାହାକି ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।

Advertisment

ଅଧିକ ପଢନ୍ତୁ: ଫାଟିଲା ଗ୍ୟାସ ଟାଙ୍କି; ଜଳିଗଲେ ପୂରା ପରିବାର

ବାନ୍ଧନବାହାଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି ପ୍ରଭୂଦତ୍ତ ସାହୁ। ପିଲାଙ୍କୁ ପଢାଉଛନ୍ତି ହେଲେ ଦରମା ମିଳୁନି। ତିନି ମାସ ଧରି ଟଙ୍କାଟିଏ ବି ଦରମା ମିଳିନି। ଏପରିସ୍ଥିତିରେ ଘର ପରିବାର କିପରି ଚଳିବ ? ଦୀର୍ଘ ୩ମାସ ହେଲାଣି ପୁଇଁନ୍ତଳା ବ୍ଲକର ତାଙ୍କ ଭଳି ୭୨ ଜଣ ଏକ୍ସ କ୍ୟାଡର ସହକାରୀ ଶିକ୍ଷକଙ୍କୁ ଦରମା ମିଳିନାହିଁ। ସେମାନେ ପ୍ରତିଦିନ ସ୍କୁଲ ଆସି ପିଲାଙ୍କୁ ପାଠ ପଢାଉଛନ୍ତି। ହେଲେ ଟଙ୍କାଟିଏ ବି ଦରମା ମିଳିନି। ଏପରି କ୍ଷେତ୍ରରେ ସେ ଏକ ଦରଖାସ୍ତ ଲେଖି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଦରଖାସ୍ତରେ ସେ ଦର୍ଶାଇଛନ୍ତି, ଦରମା ମିଳୁନଥିବାରୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଣୁ ଆସନ୍ତାକାଲି ସେ ମଜୁରୀ କରିବାକୁ ଯିବେ, ଏଥିପାଇଁ ସ୍କୁଲରୁ ଛୁଟି ଦରକାର। ଦରଖାସ୍ତରେ ଲେଖାଅଛି, ମାନନୀୟ ପ୍ରଧାନ ଶିକ୍ଷକ.. ୩ ମାସ ହେଲା ଦରମା ମିଳିନି....ଏଣୁ ମୂଲ ଲାଗିଯିବି। ଦୟାକରି ମୋର ଛୁଟି ଦରଖାସ୍ତକୁ ମଞ୍ଜୁର କଲେ ଉପକୃତ ହେବି। ଇତି ଆପଣଙ୍କ ବିଦ୍ୟାଳୟର ସହକାରୀ ଶିକ୍ଷକ... ଏଭଳି ଏକ ଚିଠି ଲେଖି ଦରମା ପାଇଁ ଅପିଲ୍ କରିବା ସହ ଛୁଟି ମାଗିଛନ୍ତି ପ୍ରଭୂଦତ୍ତ ସାର୍। ତେବେ ରୋଚକ କଥା ହେଉଛି, ସ୍କୁଲ ପ୍ରଧାନ ଶିକ୍ଷକ ମଧ୍ୟ ତାଙ୍କ ଛୁଟିକୁ ମଞ୍ଜୁରୀ ଦେଇଛନ୍ତି।

Advertisment

ସପ୍ତାହର କିଛି ଦିନ ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଇବେ । ଆଉ ଗୋଟେ ଦିନ ଛୁଟି ନେଇ ମୂଲ ଲାଗିବେ । ମୂଲ ପଇସାରେ ନିଜ ଆର୍ଥିକ ସମସ୍ୟାକୁ ଅଳ୍ପ ବହୁତ ଦୂର କରିବେ ବୋଲି ଭାବିଛନ୍ତି ସହକାରୀ ଶିକ୍ଷକ ପ୍ରଭୁଦତ୍ତ । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କହିବା କଥା ହେଲା, ଡିସେମ୍ବର ଓ ଜାନୁଆରୀର ଦରମା ମିଳିନାହିଁ, ଆକାଉଣ୍ଟାଣ୍ଟମାନେ ଷ୍ଟ୍ରାଇକରେ ଥିବାରୁ ଏପରି ସମସ୍ୟା ହୋଇଛି। ଆମେ  ଅନ୍ୟମାନଙ୍କୁ ଏଥିପାଇଁ କାମ ଦେଇଛୁ, ଖୁବ୍ ଶୀଘ୍ର ସମସ୍ତ ଶିକ୍ଷକଙ୍କୁ ଦରମା ମିଳିଯିବ।

ଅଧିକ ପଢନ୍ତୁ: ଆସନ୍ତାକାଲିଠୁ ମାଟ୍ରିକ୍ ପରୀକ୍ଷା; ଆଜି ଡ୍ରାଏ ରନ୍

Odisha Bolangir Viral Leave Application
Advertisment
Advertisment