Advertisment

Odisha Budget Session 2025: ଖାଲି ପଡ଼ିଛି ପ୍ରଫେସର ପଦବୀ...ଗେଷ୍ଟ ଫ୍ୟାକଲ୍‌ଟିରେ ଚାଲିଛି ବିଶ୍ୱବିଦ୍ୟାଳୟ

ଗେଷ୍ଟ ଫ୍ୟାକଲ୍‌ଟି ଭରସାରେ ବିଶ୍ୱ ବିଦ୍ୟାଳୟ ଚାଲିଥିବା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।

author-image
Tapaswini Nayak
ଅଦ୍ୟତନ ହୋଇଛି
Engineering Student

Engineering Student

ଇଞ୍ଜିନିୟରିଂ ପିଲାଙ୍କୁ ଚାକିରି ମିଳୁନି। ଯେତିକି ପାସ୍ କରୁଛନ୍ତି ଅଧା ବି ଚାକିରି ପାଉନାହାନ୍ତି। ଗତ ୧୦ ବର୍ଷର ତଥ୍ୟରୁ ସାମ୍ନାକୁ ଆସିଛି ଇଞ୍ଜିନିୟରିଂ ଶିକ୍ଷାର ଏଭଳି ବିକଳ ଚିତ୍ର । ଆଜି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ।

Advertisment

ମନ୍ତ୍ରୀଙ୍କ ଲିଖିତ ଉତ୍ତର ତଥ୍ୟ ଅନୁସାରେ, ଗତ ୧୦ ବର୍ଷରେ ୩୪ ହଜାର ୪୭୧ ପିଲା ଇଞ୍ଜିନିୟରିଂ ପାସ୍ କରିଛନ୍ତି। ହେଲେ ଚାକିରି ପାଇଛନ୍ତି ମାତ୍ର ୧୫ ହଜାର ୨୮୯ ଜଣ ଛାତ୍ରଛାତ୍ରୀ। ଏବେ ୧୯ ହଜାର ୧୮୨ ଛାତ୍ରଛାତ୍ରୀ ଇଞ୍ଜିନିୟରିଂ ପଢି ବେକାର ବସିଛନ୍ତି। ସେହିଭଳି ଡିପ୍ଲୋମାରେ ସ୍ଥିତି ଆହୁରି ସାଂଘାତିକ । ୧୦ ବର୍ଷ ମଧ୍ୟରେ ୫୪ ହଜାର ୧୮୯ ଜଣ ପିଲା ଡିପ୍ଲୋମା ପାସ୍ କରିଥିବାବେଳେ ଚାକିରି ପାଇଛନ୍ତି ମାତ୍ର ୨୦ ହଜାର ୯୬ ଜଣ । ୩୪ ହଜାର ୫୧ ଜଣ ଡିପ୍ଲୋମା ପଢି ବେକାର ବସିଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଗେଷ୍ଟ ଫ୍ୟାକଲ୍‌ଟି ଭରସାରେ ଚାଲିଛି ବିଶ୍ୱ ବିଦ୍ୟାଳୟ। ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। 

Advertisment

ମନ୍ତ୍ରୀଙ୍କ ଲିଖିତ ଉତ୍ତର ତଥ୍ୟ ଅନୁସାରେ, ରାଜ୍ୟରେ ୧୭ଟି ବିଶ୍ୱ ବିଦ୍ୟାଳୟରେ ଖାଲି ପଡ଼ିଛି ୧୩୦୭ ପ୍ରଫେସର ପଦବୀ। ଉତ୍କଳ ବିଶ୍ୱ ବିଦ୍ୟାଳୟରେ ୧୩୬, ରେଭେନ୍ସାରେ ୧୫୭, ଖଲିକୋଟରେ ୧୧୨, ରାଜେନ୍ଦ୍ରଦେବରେ ୧୦୬, ଧରଣୀଧରରେ ୧୧୧ ପ୍ରଫେସର ପଦବୀ ଖାଲି ପଡ଼ିଛି।

ଉଚ୍ଚ ଶିକ୍ଷାମନ୍ତ୍ରୀ ଆହୁରି କହିଛନ୍ତି, ୧୭ଟି ବିଶ୍ୱ ବିଦ୍ୟାଳୟରେ ୯୬୩ ଜଣ ଗେଷ୍ଟ ଫ୍ୟାକଲ୍‌ଟି ପାଠ ପଢ଼ାଉଛନ୍ତି। ଉତ୍କଳ ବିଶ୍ୱ ବିଦ୍ୟାଳୟରେ ୫୯, ରେଭେନ୍ସାରେ ୮୯, ସମ୍ବଲପୁରରେ ୬୪, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୧୩, ବିକ୍ରମ ଦେବରେ ୭୮, ଗଙ୍ଗାଧର ମେହେର ୬୧, ଖଲିକୋଟରେ ୬୩, ରମାଦେବୀରେ ୮୧ ଜଣ ଗେଷ୍ଟ ଫ୍ୟାକଲ୍‌ଟି ଶିକ୍ଷାଦାନ କରୁଛନ୍ତି।

 ଅଧିକ ପଢ଼ନ୍ତୁ:  ଅଷ୍ଟମ ଶ୍ରେଣୀ ପିଲା ଜାଣିନାହାନ୍ତି ଫେଡ଼ାଣ, ହରଣ।

Odisha Budget Session Student Engineering College
Advertisment
Advertisment