ଖାଲି କ୍ରିମନାଲ ନୁହଁନ୍ତି ନିଶାଖୋରଙ୍କ ଆଡ୍ଡାସ୍ଥଳ ବି ଝାରପଡ଼ା ଜେଲ୍ । ଗ୍ୟାଙ୍ଗୱାର୍ ଘଟଣାରେ ରେଡ୍ ବେଳେ ମିଳିଲା ପୁଳା ପୁଳା ନିଶା ଦ୍ରବ୍ୟ। ଗଞ୍ଜେଇ ଓ ଚିଲମ ସହ ସେଲରେ ବିପୁଳ ନିଶାଦ୍ରବ୍ୟ ଦେଖି ଟେରା ପୋଲିସ। ଝାରପଡ଼ା ଜେଲ୍ କର୍ତ୍ତୃପକ୍ଷଙ୍କୁ ଭୁବନେଶ୍ବର ଡିସିପିଙ୍କ ତାଗିଦ୍
ପ୍ରଥମେ ଖୋର୍ଦ୍ଧା, ପରେ ଟିଟିଲାଗଡ଼ ଆଉ ଏବେ ଚର୍ଚ୍ଚାରେ ରାଜ୍ୟ ରାଜଧାନୀର ଛାତି ଉପରେ ଥିବା ଝାରପଡ଼ା ଜେଲ୍। ଏଠି ବି କଏଦୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଆଉ ପୁଳା ପୁଳା ମାଦକ ଦ୍ରବ୍ୟର କାରବାର।
ଫତେଗଡ଼ ରାମ ମନ୍ଦିର ହୁଣ୍ଡି ଓ ସିନ୍ଦୁକ ତାଡ଼ି ଲୁଟିଲେ ଅଳଙ୍କାର ସହ ଦାନ ଅର୍ଥ । ବାଲେଶ୍ୱର ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ହୁଣ୍ଡି ବାକ୍ସରେ ବି ବୁଲାଇଲେ କଳାକନା ।
୫ ସେକେଣ୍ଡରେ ୫ ଲକ୍ଷ ଚୋରି । ବ୍ରହ୍ମପୁର ଜୟପ୍ରକାଶ ନଗରରୁ ଜଣେ ବ୍ୟକ୍ତିଙ୍କ ବାଇକ୍ ଡିକିରୁ ଚାହୁଁ ଚାହୁଁ ଗାଏବ ହୋଇଗଲା ୫ ଲକ୍ଷ ଟଙ୍କା । ଆଜି କିଛି ସମୟ ପୂର୍ବରୁ ଘଟିଥିବା ଏହି ଘଟଣା ଏବେ ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି ।
ନିଷ୍ଠୁର ମାଆ ! ଜନ୍ମ କଲା ଝିଅକୁ ମାରିଦେଲା ମାଆ । ଏଭଳି ଅଭାବନୀୟ ଘଟଣା ଘଟିଛି ହାଇଦ୍ରାବାଦରେ ।
ଟଙ୍କା ମଣିଷର ସର୍ବନାଶ କରେ କୁହାଯାଏ । ମାତ୍ର ଏହା ଆଜି ପ୍ରମାଣିତ ହୋଇଛି । ମାତ୍ର କେତୋଟି ଟଙ୍କା ପାଇଁ ମାରିଦେଲା ଦୋକାନୀକୁ ମାରିଦେଲା ଗ୍ରାହକ । ତେଜରାତୀ ଦୋକାନରୁ କିଣିବାକୁ ଯାଇଥିଲେ ଯୁବକ ଜଣକ ।
ପୁରା ଘଟଣାର ଭିଡିଓ ରେକର୍ଡଂ କରି ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଛନ୍ତି । ଯାହାକୁ ଆମେ ଚାହିଁଲେ ବି ଦେଖାଇପାରିବୁ ନାହିଁ । ତେବେ ଏହି ଭିଡିଓ ଯେତେବେଳେ ପୋଲିସ ପାଖରେ ପହଞ୍ଚିଲା ସେତେବେଳେ ପୋଲିସ ମଧ୍ୟ ଦେଖି ତାଜୁବ ହୋଇଗଲା ।
ନୃଶଂସ, ବର୍ବର, ଭୟଙ୍କର । ଯେତେ ଶବ୍ଦ ଲଗାଇଲେ ମଧ୍ୟ କମ୍ ପଡ଼ିବ । ଦୁଇ ପିଲାଙ୍କୁ ମାରିବା ପରେ ସେମାନଙ୍କର ରକ୍ତ ପିଇଲା ଜହ୍ଲାଦ ।
ଅଭୟାରଣ୍ୟରେ ଜାରି ରହିଛି ମାଫିଆ ଏବଂ ଶିକାରୀଙ୍କ ଆତଙ୍କରାଜ। କୁଲଡିହା ହେଉ କିମ୍ବା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ। ବନ୍ୟପ୍ରାଣୀ ମାଫିଆ ଏବଂ ବନ କର୍ମଚାରୀଙ୍କ ମଧ୍ୟରେ ଲାଗିରହିଛି ଛକାପଞ୍ଝା।
ଆତଙ୍କରାଜ ଚଳାଇଛନ୍ତି ବନ୍ୟପ୍ରାଣୀ ମାଫିଆ। ଟାର୍ଗେଟରେ ବନ କର୍ମଚାରୀ। କେବେ ଜଙ୍ଗଲ ଭିତରେ ଅନ୍ଧାଧୂନ୍ ଫାଏରିଂ ତ କେବେ ମଝି ସମୁଦ୍ରରେ ଜଳଦସ୍ୟୁ ସାଜି ଆକ୍ରମଣ।
ଶିକ୍ଷକ ଜଣକ ଏହାକୁ ପ୍ରତିବାଦ କରିବାରୁ ଉତ୍କ୍ଷିପ୍ତ ହୋଇଯାଇଥିଲେ ନିଶାଶକ୍ତ କନ୍ଷ୍ଟେବଳ ଜଣକ । ଆଉ ରାଗି ଯାଇ ଗୁଳି ମାରିଥିଲେ ଶିକ୍ଷକଙ୍କୁ ।
ପୁଣି ଲଜ୍ୱା । ୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ । ଶିଶୁକନ୍ୟାକୁ ବାଥରୁମରେ ତାଲା ପକାଇ ଦୁଷ୍କର୍ମ କଲା ଘର ପାଖର ୧୪ ବର୍ଷର ନାବାଳକ ।
କିନ୍ତୁ ନିଜ ଭୁଲ ମାନିବା ପରିବର୍ତ୍ତେ ସେମାନେ ଆକ୍ରୋଶର ଜବାବ ଦେଇଥିଲେ ଏବଂ ଚାହୁଁ ଚାହୁଁ ଘଟଣାଟି ହିଂସାତ୍ମକ ରୂପ ନେଇଥିଲା ବୋଲି କହିଛନ୍ତି ୨୨ ବର୍ଷୀୟ ବନ କର୍ମଚାରୀ ବିକାଶ।
ଅପରାଧୀଙ୍କୁ ଧରିବା ପାଇଁ ପୋଲିସର ବଡ଼ ପଦେକ୍ଷପ । ଅପରାଧୀଙ୍କୁ ଆଉ ନିସ୍ତାର ନାହିଁ, ଏଣିକି ଧରିବ କ୍ରାଇମ୍ ଜିପିଟି ।
ସ୍ତ୍ରୀକୁ ଛୁରୀ ଭୁସି ହତ୍ୟା । ପଞ୍ଜାବର ଜଣେ ବ୍ୟକ୍ତି କାନାଡ଼ାରେ ନିଜ ସ୍ତ୍ରୀକୁ ଛୁରୀ ଭୁସି ହତ୍ୟା କରିଛନ୍ତି । ମୃତକ ଜଣକ ହେଲେ ୪୧ ବର୍ଷୀୟ ବଲବିନ୍ଦର କୌର ।
କେନ୍ଦ୍ରାପଡ଼ା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବନ ବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ । ବେଆଇନ ମାଛ ମାରୁଥିବା ଲୋକେ ଏହି ଆକ୍ରମଣ କରିଛନ୍ତି । ବନବିଭାଗର ୧୧ ଜଣିଆ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ ସେମାନଙ୍କ ଉପରେ ଏହି ଆକ୍ରମଣ ହୋଇଛି ।
ଫ୍ରିରେ କାମ କରିବାକୁ ମନା କରିବାରୁ ଘର ଜାଳିଦେଲେ । ବିନା ପାରିଶ୍ରମିକରେ କାମ କରିବାକୁ କହୁଥିଲେ । କିନ୍ତୁ ଶ୍ରମିକମାନେ ମନା କରିଦେଲେ । ଫଳରେ ପ୍ରାୟ ୧୫ ଜଣ ଶ୍ରମିକଙ୍କର ବ୍ୟବହାର ସାମଗ୍ରୀରେ ନିଆଁ ଲଗାଇ ଦେଇଛନ୍ତି ଜଣେ ଠକାଦାର ।
ପୁରୀ ସଦର ଅଞ୍ଚଳରେ ପିଲା ଚୋରି ସନ୍ଦେହରେ ୩ ଯୁବକଙ୍କୁ ସ୍ଥାନୀୟ ଲୋକଙ୍କ ନିସ୍ତୁକ ମାଡ଼ର ଭିଡିଓ ଭାଇରାଲ୍ । ପୁରୀ ସଦର ବ୍ଲକ ଶାସନ ଦାମୋଦରପୁର ପଞ୍ଚାୟତ ଅନ୍ତର୍ଗତ ଗଧିଆପାଟଣା ଓ ପିଳିପିଳା ଅଞ୍ଚଳରେ ଦୁଇ ଜଣ ଏବଂ ପୁରୀ ସଦର ଅନ୍ତର୍ଗତ କୋଇଲାଅଡା ଅଞ୍ଚଳରେ ଆଉ ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିଥିବା ଭିଡିଓ ଭାଇରାଲ୍ ହୋଇଛି ।
ରାଜ୍ୟର ଜେଲ୍ ଗୁଡ଼ିକରେ ଚାଲିଛି କ’ଣ ? କେଉଁଠି ଖସିଗଲେଣି ବିଚାରାଧିନ ବନ୍ଦୀ ତ କେଉଁଠି ମିଳୁଛି ମାଳ ମାଳ ମାଦକ ଦ୍ରବ୍ୟ। ତ ଆଉ କେଉଁଠି ମୋବାଇଲ୍ ଫୋନ୍ ଜବତ ହେଉଛି।
ରାଜ୍ୟର ଜେଲ୍ ଗୁଡ଼ିକରେ ଚାଲିଛି କ’ଣ ? କେଉଁଠି ଖସିଗଲେଣି ବିଚାରାଧିନ ବନ୍ଦୀ ତ କେଉଁଠି ମିଳୁଛି ମାଳ ମାଳ ମାଦକ ଦ୍ରବ୍ୟ। ତ ଆଉ କେଉଁଠି ମୋବାଇଲ୍ ଫୋନ୍ ଜବତ ହେଉଛି।
ମୃତ୍ୟୁ ସାର୍ଟିଫିକେଟ ଦେଖାଇ ସେ ଜୁଲାଇ ମାସରେ ଇନ୍ସୁରାନ୍ସ କମ୍ପାନୀଠାରୁ ଏକ କୋଟି ଟଙ୍କା କ୍ଲେମ୍ କରିଥିଲେ ।
ରାମନିବାସଙ୍କ ପତ୍ନୀ ନିଜ ପ୍ରେମିକ ସହ ରହିବାକୁ ଚାହୁଁଥିଲେ। ସ୍ୱାମୀଙ୍କ ଦେହ ପ୍ରାୟତଃ ଖରାପ ରହୁଥିଲା। ପ୍ରେମିକ ସହ ମିଶି ତାଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ। ୩ମାସ ପୂର୍ବେ ଜନସେବା କେନ୍ଦ୍ରର ପରିଚାଳକ ରାମକିଶନଙ୍କ ନିକଟରେ ୨୦ଲକ୍ଷର ଜୀବନବୀମା କରିଥିଲେ।
ଭାଉଜକୁ ଏକ ତରଫା ପ୍ରେମ । ବିରୋଧ କରିବାରୁ ଭାଇକୁ ନିର୍ମମ ହତ୍ୟା । ରାଜଧାନୀ ଉପକଣ୍ଠରେ ଏଭଳି ହତ୍ୟାକାଣ୍ଡ ଘଟିଛି ।
ରାଜସ୍ଥାନରେ ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର। ଠାକୁରଙ୍କ ଟଙ୍କା ସୁନାଗହଣା ଉପରେ ଲୁଟେରାଙ୍କ ଲୋଲୁପ ଦୃଷ୍ଟି। ଚୋରି ପୂର୍ବରୁ କରୁଛନ୍ତି ପ୍ରାର୍ଥନା। ଆଉ ତା’ପରେ ବୁଲାଉଛନ୍ତି କଳାକନା।
ନକଲି ED ଅଧିକାରୀଙ୍କ ପାଖରେ ୩୪୦ ଜଣିଆ ସରକାରୀ ବାବୁଙ୍କ ତାଲିକା। ସେମାନଙ୍କ ମଧ୍ୟରୁ ୩୦ରୁ ୪୦ଜଣଙ୍କୁ ରେଡ୍ ଭୟ ଦେଖାଇ ଲକ୍ଷାଧିକ ଟଙ୍କା ଚୂନ ଲଗାଇଛନ୍ତି ଦୁଇ ଭାଇ। ତେବେ ଛତ୍ରପୁର ଉପଜିଲ୍ଲାପାଳଙ୍କୁ ଠକିବାକୁ ଉଦ୍ୟମ କରିବା ବେଳେ ଧରାପଡିଯାଇଛନ୍ତି ଅଭିଯୁକ୍ତ। ଦୁଇ ଭାଇ ତାରିଣୀସେନ ଓ ବ୍ରହ୍ମାଶଙ୍କରଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚ STF। ଅଧିକ ତଦନ୍ତ ପାଇଁ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ STF।