Advertisment

ହୋଟେଲ ରୁମ୍‌ରୁ ୨ ବଙ୍ଗୀୟ ଯୁବତୀଙ୍କ ସହ ସ୍ବାମୀଙ୍କୁ ରଙ୍ଗେ ହାତ ଧରିଲା ସ୍ତ୍ରୀ

ସ୍ବାମୀଙ୍କୁ ରଙ୍ଗେ ହାତ ଧରିଲେ ସ୍ତ୍ରୀ । ହୋଟେଲ ରୁମରେ ୨ ବଙ୍ଗୀୟ ଯୁବତୀଙ୍କ ସହ ଥିଲେ ସ୍ବାମୀ । ପଟିଆ ଅଞ୍ଚଳର ହୋଟେଲରୁ ସ୍ବାମୀଙ୍କୁ ଧରିଲେ ସ୍ତ୍ରୀ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Hotel Room

Hotel Room

ଖୋଲିଗଲା ରାପରଙ୍କ ରାଜ୍। ପତ୍ନୀଙ୍କୁ ଠକୁଥିଲେ, କ୍ୟାମେରା ଆଗରେ ଧରାପଡ଼ିଲେ। ଭୁବନେଶ୍ବରରେ ରାତି ଅଧରେ ଏକ ହୋଟେଲ୍ ରୁମରେ ଦୁଇ ଯୁବତୀଙ୍କ ସହ ସ୍ବାମୀ ଧରିପଡ଼ିବା ପରେ ଏବେ ଗୋଟେ ଗୋଟେ ସତ ସାମ୍ନାକୁ ଆସୁଛି। ପତ୍ନୀଙ୍କୁ ଆତ୍ମହତ୍ୟା କରିବାକୁ ଯାଉଥିବା କହି ରାପର୍ ସ୍ବାମୀ ଚଲାଇଥିଲେ ରାସଲୀଳା। ପୋଲିସ୍ ମାମଲାରେ ରାପର୍ ଅଭିନବଙ୍କ ସହ ଅନ୍ୟ ଦୁଇ ଯୁବକ ଓ ୩ ଯୁବତୀଙ୍କୁ ଧରିଛି।

Advertisment

ଗୋଟିଏ ରୁମ୍ । ଜଣେ ପୁରୁଷ ଆଉ ଦୁଇ ଯୁବତୀ। ରାଜଧାନୀ ଭୁବନେଶ୍ବର ପଟିଆ ଅଞ୍ଚଳର ଏକ ହୋଟେଲ୍ ରୁମରୁ ସ୍ବାମୀଙ୍କୁ ରାତି ଅଧରେ ରଙ୍ଗେ ହାତ୍ ଧରିଛନ୍ତି ସ୍ତ୍ରୀ। ରାପର୍ ଅଭିନବ ସିଂ ନିଜ ଗୀତରେ ପରମ୍ ଖେଳାଳୀ କହୁଥିବା ଅଭିନବଙ୍କ ଅସଲ ଖେଳକୁ ଧରିଛନ୍ତି ସ୍ତ୍ରୀ। ରାତି ୩ଟା, ହୋଟେଲ୍‌ରେ ହାଇଡ୍ରାମା। ପୋଲିସ୍‌କୁ ଧରି ପଶିଥିଲେ ପତ୍ନୀ। ଥରେ କି ଦୁଇ ଥର ନୁହେଁ ଏକାଧିକ ଥର ରୁମ୍ କବାଟ ଖୋଲିବାକୁ କହିବା ପରେ ବି ଖୋଲିନଥିଲେ ରାପର୍ ସ୍ବାମୀ ଅଭିନବ ସିଂ। ପରେ କବାଟ ଖୋଲିବା ପରେ ଯାହା ଦେଖିଲେ ସ୍ତ୍ରୀ କେବେ କଳ୍ପନା ବି କରିନଥିଲେ।ଦୁଇ ବଙ୍ଗୀୟ ଯୁବତୀଙ୍କ ସହ ଅସଞ୍ଜତ ଅବସ୍ଥାରେ ଧରାପଡ଼ିଲେ ସ୍ବାମୀ। ପାଖରେ ପଡ଼ିଥିଲା ମଦ ବୋତଲ ଓ ବ୍ୟବହୃତ ଆପତ୍ତିଜନକ ସାମଗ୍ରୀ।

 ଦେଢ଼ ବର୍ଷ ତଳେ ଅଭିନବଙ୍କ ବିବାହ ହୋଇଥିଲା। ସେବେଠୁ ଆଜି ଯାଏଁ ନା ସ୍ତ୍ରୀ ସହ ଭଲ ସମ୍ପର୍କ ଥିଲା ନା କୌଣସି ସୁବିଧା ଅସୁବିଧାରେ ପତ୍ନୀଙ୍କ ପାଖରେ ରହୁଥିଲେ ଅଭିନବ। ହେଲେ ବିଶ୍ବାସ ଥିଲା କିନ୍ତୁ ସେଇ ବିଶ୍ବାସରେ ଏବେ ମିଶି ଯାଇଛି ବିଷ। 

Advertisment

ଅଭିବନଙ୍କ ସବୁ କାରନାମାକୁ ଧରାଇ ଦେଇଛି ଅନଲାଇନ୍ ଟ୍ରାନ୍‌ଜାକ୍‌ସନ୍। ଘରୁ ଯିବା ପୂର୍ବରୁ ଆତ୍ମହତ୍ୟା କରିବେ ବୋଲି ସ୍ତ୍ରୀଙ୍କୁ କହି ଯାଇଥିଲେ ଅଭିନବ। ହେଲେ ରାତି ଅଧରେ ସ୍ତ୍ରୀଙ୍କ ଫୋନକୁ ଆସିଥିଲା ଫୁଡ୍ ଡେଲିଭରୀର ନୋଟିଫିକେସନ୍। ଅଭିନବଙ୍କ ଆପ୍‌ର ଆଇଡି ପତ୍ନୀଙ୍କ ପାଖରେ ବି ଥିଲା। ବାରମ୍ବାର ଏକାଧିକ ଖାଇବା ପାର୍ସଲ ଆସିବା ପରେ ପତ୍ନୀଙ୍କ ସନ୍ଦେହ ବଢ଼ିଥିଲା। ଶେଷରେ ଏକ ବଙ୍ଗୀୟ ଯୁବତୀଙ୍କ ଫୋନ୍ ରିଚାର୍ଜର ମେସେଜ୍ ବି ଆସିଥିଲ। ଏଇଠୁ ସନ୍ଦେହ ଅଧିକ ଘନିଭୂତ ହେବା ପରେ ପୋଲିସ୍‌କୁ ଧରି ହୋଟେଲ୍ ରୁମକୁ ପଶିଥିଲେ ପତ୍ନୀ। ଅଭିଯୁକ୍ତ ସ୍ବାମୀ ଅଭିନବଙ୍କ ସମେତ ଦୁଇ ଯୁବତୀଙ୍କୁ ଗିରଫ କରିଛି ପୋଲିସ୍।  

Hotel Room Extramarital Affair
Advertisment
Advertisment