/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723708528.jpg)
Naxal Attack
ସ୍ୱାଧୀନତା ଦିବସରେ ମାଓବାଦୀଙ୍କ ବର୍ବରକାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା କଲେ ମାଓବାଦୀ । ଛତିଶଗଡ଼ ସୁକମା ଜିଲ୍ଲାରେ ମାଓବାଦୀ ଏଭଳି ବର୍ବରକାଣ୍ଡ ଘଟାଇଛନ୍ତି । ସୁକମା ଜିଲ୍ଲା ଦବାପାରା ଓ ପୁରଭି ଗାଁ ନିକଟରେ ୧୬ ବର୍ଷର ଛାତ୍ରଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମୃତ ଛାତ୍ର ଜଣକ ହେଲେ ସୋୟମ ଶଙ୍କର । ଛାତ୍ରଜଣଙ୍କୁ ମାଓବାଦୀ ପିଟି ପିଟି ହତ୍ୟା କରିଥଇବା ଜଣାପଡ଼ିଛି ।
Advertisment
ସୂଚନା ଅନୁସାରେ କୁଖ୍ୟାତ ମାଓବାଦୀ ହିଡମାଙ୍କ ଗାଁରେ ସୁରକ୍ଷା କର୍ମୀ ଏକ ଶିବିର ପ୍ରତିଷ୍ଠା କରିଥିଲେ। ଯାହାଫଳରେ ରାଗିଯାଇ ମଙ୍ଗଳବାର ଦଶମ ଶ୍ରେଣୀ ଛାତ୍ର ସୋୟମ ଶଙ୍କରଙ୍କୁ ହତ୍ୟା କରିଥିଲେ ମାଓବାଦୀ । ତେବେ ଏକ ସପ୍ତାହ ପୂର୍ବରୁ ସୋୟମ ଶଙ୍କରଙ୍କ ଭାଇ ସୋୟମ ସୀତାରାମଙ୍କୁ ମଧ୍ୟ ସେହି ଗାଁରେ ନକ୍ସଲମାନେ ହତ୍ୟା କରିଥିଲେ। ଗୋଟିଏ ସପ୍ତାହ ମଧ୍ୟରେ ଦୁଇ ଭାଇଙ୍କ ହତ୍ୟା ପରେ ପିତା ସୋୟମ ଧୁଡଭା ତାଙ୍କ ପରିବାର ସହିତ ଗାଁ ଛାଡ଼ିଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)