/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723799991.jpg)
SIM Box racket
ଭୁବନେଶ୍ବରରେ ଜଣେ ସନ୍ଦିଗ୍ଧଙ୍କ ଘରୁ ୭ଟି ସିମ୍ ବକ୍ସ ଠାବ ହୋଇଛି। ଲକ୍ଷ୍ମୀସାଗର ଥାନା ଅଞ୍ଚଳର ମଙ୍ଗରାଜ ପଏଣ୍ଟ ନିକଟସ୍ଥ ଏକ ଘରୁ ଠାବ ହୋଇଛି ଏହି ସିମ୍ ବକ୍ସ। ସ୍ପେଶାଲ ସ୍କ୍ବାଡ୍ ଓ ଲକ୍ଷ୍ମୀସାଗର ପୋଲିସ ମିଳିତ ଭାବେ ରେଡ୍ କରି ଠାବ କରିବା ସହ ଜଣଙ୍କୁ ଅଟକ ରଖିଛନ୍ତି ।
୬/୭ ମାସ ତଳେ ସନ୍ଦିଗ୍ଧ ଘର ଭଡା ନେଇ ଏଠାରେ ଅଫିସ ଚଳାଉ ଥିବା ଘର ମାଲିକ କହିଛନ୍ତି। ଭୁବନେଶ୍ବର ଡିସିପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
ଅଧିକ ପଢ଼ନ୍ତୁ: ରାଜ୍ୟବ୍ୟାପୀ ଡାକ୍ତରଙ୍କ ଆନ୍ଦୋଳନ, ରୋଗୀ ସେବା ପ୍ରଭାବିତ
ଭୁବନେଶ୍ବରରେ ପୁଣି ସିମ୍ ବକ୍ସ। ସନ୍ଦିଗ୍ଧ ଘରୁ ସିମ୍ ବକ୍ସ ଠାବ । ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏକ ସନ୍ଦିଗ୍ଧ ଘରୁ ଠାବ।#Bhubaneswar#SIMBox#OTVpic.twitter.com/LKhmcU2N4L
— ଓଟିଭି (@otvkhabar) August 16, 2024
ଏପଟେ ଭିଜିଲାନ୍ସ ରେଡରୁ ଖୋଲୁଛି ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ସମ୍ପତ୍ତି ପେଡି। କେନ୍ଦ୍ରାପଡ଼ାର ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ମହାପାତ୍ରଙ୍କ ଅମାପ ସମ୍ପତ୍ତିର ଖୋଳତାଡ କରୁଛି ଭିଜିଲାନ୍ସ। ଭୁବନେଶ୍ବର ଲିଙ୍ଗିପୁରରେ ୨ ମହଲା କୋଠା ରହିଛି। କଟକ କଲ୍ୟାଣୀନଗରରେ ରହିଛି ଏକ ମହଲା ବିଲଡିଂ। ଭୁବନେଶ୍ବର ଓ କଟକ ପ୍ରାଇମ୍ ଲୋକେସନରେ ଦୁଇଟି ପ୍ଲଟ୍ ରହିଛି।
ରେଡ୍ ବେଳେ ଘରୁ ମିଳିଛି ନଗଦ ୧ ଲକ୍ଷ ୨୧ ହଜାର ଟଙ୍କା। କୋଟିଏ ଟଙ୍କାର ମ୍ୟୁଚୁଆଲ୍ ଫଣ୍ଡ ଡିପୋଜିଟ୍ ରହିଛି। ଅନ୍ୟାନ୍ୟ ଜମାର ଖୋଳତାଡ କରୁଛି ଭିଜିଲାନ୍ସ।କଟକ ଏସବିଆଇ ମୁଖ୍ୟ ଶାଖାରେ ପତ୍ନୀଙ୍କ ନାଁରେ ରହିଛି ଗୋଟିଏ ଲକର୍। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ମହାପାତ୍ରଙ୍କ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)