/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723634572.jpg)
Massive Theft In Ayodhya
ଚୋରି ହୋଇଗଲା ରାମ ଜନ୍ମଭୂମି ଅଯୋଧ୍ୟାର ଶୋଭା ବଢ଼ାଉ ଥିବା ଆଲୋକ । ୫୦ ଲକ୍ଷ ଟଙ୍କା ବ୍ୟୟରେ ଅଯୋଧ୍ୟାରେ ଲଗାଯାଇଥିବା ଆଲୋକ ମାଳା ଚୋରି ହୋଇଯାଇଛି । ପୋଲିସର ସୂଚନା ଅନୁଯାୟୀ ଚୋରି ହୋଇଥିବା ବାମ୍ବୋ ଲାଇଟ୍ ଓ ପ୍ରୋଜେକ୍ଟର ଲାଇଟର ଦାମ ୫୦ ଲକ୍ଷ ଟଙ୍କା ହେବ ।
ଅଧିକ ପଢ଼ନ୍ତୁ: ‘୩୧ ଡିସେମ୍ବର ସୁଦ୍ଧା ସରିବ ଅଯୋଧ୍ୟା ଶ୍ରୀରାମ ମନ୍ଦିରର ସମ୍ପୂର୍ଣ୍ଣ କାମ’
ଏହି ପ୍ରୋଜେକ୍ଟର ଲାଇଟ ଅଯୋଧ୍ୟାର ଭକ୍ତିପଥ ଓ ରାମ ପଥର ଶୋଭା ବଢ଼ାଉ ଥିଲା । ହାଇ ସିକ୍ୟୁରିଟି ଏରିଆରେ ଥିବା ଏହି ଆଲୋକ ଚୋରି ହେଇଯିବାକୁ ନେଇ ଚିନ୍ତା ବଢ଼ିଛି। ଏନେଇ ରାମ ଜନ୍ମଭୂମି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି।
ରାମପଥରେ ୬ ହଜାର ୪ଶହ ଲାଇଟ ଓ ୯୬ ପ୍ରୋଜେକ୍ଟର ଲାଇଟ୍ ଲଗାଯାଇଥିଲା । ତେବେ ଏହାର ନିରୀକ୍ଷଣ ବେଳେ ୩ ହଜାର ୮ଶହ ବୋମ୍ବୋ ଲାଇଟ ଓ ୩୬ ପ୍ରୋଜେକ୍ଟର ଲାଇଟ ଗାଏବ ହୋଇଯାଇଥିବା ଦେଖିବାକୁ ମିଳିଥିଲା ।
ତେବେ କିଏ ଲାଇଟ ଚୋରିକରିନେଲା ପୋଲିସ ଏହାର ତଦନ୍ତ କରୁଛି । ଗତ ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା । ଏହି ସମୟରେ ଅଯୋଧ୍ୟାକୁ ସଜାଇବା ପାଇଁ ବ୍ୟାପକ ଆଲୋକ ବ୍ୟବସ୍ଥା କରାଯାଇଥିଲା ।
ଚୋରି ହୋଇଗଲା ରାମ ଜନ୍ମଭୂମି ଅଯୋଧ୍ୟାର ଶୋଭା ବଢ଼ାଉ ଥିବା ଆଲୋକ । ୫୦ ଲକ୍ଷ ଟଙ୍କା ବ୍ୟୟରେ ଅଯୋଧ୍ୟାରେ ଲଗାଯାଇଥିବା ଆଲୋକ ମାଳା ଚୋରି ହୋଇଯାଇଛି । ପୋଲିସର ସୂଚନା ଅନୁଯାୟୀ ଚୋରି ହୋଇଥିବା ବାମ୍ବୋ ଲାଇଟ୍ ଓ ପ୍ରୋଜେକ୍ଟର ଲାଇଟର ଦାମ ୫୦ ଲକ୍ଷ ଟଙ୍କା ହେବ ।#Ayodhya#RamMandir#Light#OTVpic.twitter.com/6X34y4fafX
— ଓଟିଭି (@otvkhabar) August 14, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)