• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅଟଳ ସେତୁ ଉପରେ ଅଚାନକ ଅଟକିଲା କାର । ସେଥିରୁ ବାହାରିଲେ ଜଣେ ମହିଳା । ଆଉ ତୁରନ୍ତ ବ୍ରିଜ୍‌ର ରେଲିଂ ଉପରେ ଚଢ଼ିଗଲେ । ପାଣିକୁ ଡେଇଁପଡ଼ିଲେ । କିନ୍ତୁ ଚୁଟିକୁ ଅଟକାଇଲେ କ୍ୟାବ୍‌ ଡ୍ରାଇଭର । ସୌଭାଗ୍ୟକୁ ଅଚାନକ ପହଞ୍ଚିଗଲା ପୋଲିସ । ବଞ୍ଚିଗଲା ମହିଳାଙ୍କ ଜୀବନ । ପୁରା ଘଟଣାର ଭାଇରାଲ ହେଉଛି ଭିଡିଓ ।

ମହିଳା କାରରୁ ଓହ୍ଲାଇ ଅଚାନକ ବ୍ରିଜ୍‌ ରେଲିଂ ଉପରେ ଚଢ଼ିବା ଦେଖି କ୍ୟାବ୍‌ ଡ୍ରାଇଭର ଛାନିଆ ହୋଇପଡ଼ିଲେ । ସେ ତୁରନ୍ତ ଗାଡ଼ିରୁ ବାହାରି ମହିଳାଙ୍କ ପାଖକୁ ଆସିଲେ । ଆଉ ମହିଳାଙ୍କୁ ବୁଝା ସୁଝା କରିବାକୁ ଚେଷ୍ଟା କରୁଥିଲେ । ହେଲେ ମହିଳା କିଛି ଶୁଣିନଥିଲେ । ତୁରନ୍ତ ସେଇ ରେଲିଂ ଉପରୁ ପାଣିକୁ ଡେଇଁପଡ଼ିଥିଲେ ।

ହେଲେ ସୌଭାଗ୍ୟବଶତଃ କ୍ୟାବ୍‌ ଡ୍ରାଇଭର, ମହିଳାଙ୍କୁ ଧରିପକାଇଥିଲେ । ହେଲେ ଜଣେ ମହିଳାଙ୍କୁ ସେଭଳି ପରିସ୍ଥିତିରେ ବେଶି ସମୟ ଧରି ରଖିବା ବି ତାଙ୍କ ପାଇଁ ଅସମ୍ଭବ ଥିଲା । ହାତରୁ ଖସି ଆସିଥିଲେ ମହିଳା । ଶେଷ ମୁହୁର୍ତ୍ତରେ ମହିଳାଙ୍କ ଚୁଟି ଧରିପକାଇଥିଲେ କ୍ୟାବ୍‌ ଡ୍ରାଇଭର । ଫଳରେ ମହିଳାଙ୍କୁ ଯନ୍ତ୍ରଣା ହୋଇଥିଲା । ତେଣୁ ସେ ପୁଣି ହାତ ବଢ଼ାଇ କ୍ୟାବ ଡ୍ରାଇଭରଙ୍କ ହାତକୁ ଧରିଥିଲେ ।

ସବୁଠାରୁ ବଡ଼ କଥା ହେଲା ଅରକ୍ଷିତକୁ ଦଇବ ସାହା ଭଳି ସେଠାରେ ତୁରନ୍ତ ପୋଲିସ ମଧ୍ୟ ପହଞ୍ଚିଥିଲା । ପୋଲିସ କର୍ମୀମାନେ ନିଜ ଜୀବନକୁ ବାଜି ଲଗାଇ ତୁରନ୍ତ ବ୍ରିଜ୍‌ର ରେଲିଂ ଉପରେ ଚଢ଼ିଥିଲେ । ଆଉ ମହିଳାଙ୍କ ହାତକୁ ଧରିପକାଇଥିଲେ । ତାପରେ ମହିଳାଙ୍କୁ ଉପରକୁ ଟାଣି ଆଣିଥିଲେ ।

ମୁମ୍ବାଇର ଏହି ଅଟଳ ସେତୁ ବ୍ରିଜ୍‌ର ବିଭିନ୍ନ ସ୍ଥାନରେ ଲାଗିଛି ସିସିଟିଭି । ଯାହାଫଳରେ ଏହି ପୁରା ଘଟଣା ସିସିଟିଭିରେ କଏଦ୍ ହେଉଥିଲା । କଣ୍ଟ୍ରୋଲ ରୁମ୍‌ରୁ ପୁରା ଘଟଣା ଉପରେ ନଜର ରଖାଯାଇଥିଲା । ମହିଳାଙ୍କ ଆଚରଣ ଦେଖି କଣ୍ଟ୍ରୋଲ ରୁମ୍‌ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲା । ଆଉ ସୂଚନା ପାଇ ପୋଲିସ ମଧ୍ୟ ସଠିକ୍‌ ସମୟରେ ଘଟଣାସ୍ଥଳରେ ପହଞ୍ଚିଥିଲା । ଆଉ ମହିଳାଙ୍କ ଜୀବନ ବଞ୍ଚାଇଥିଲା ।

ଏହି ମହିଳା ଜଣଙ୍କ ହେଉଛନ୍ତି ରେମା ମୁକେଶ ପଟେଲ । ମୁମ୍ବାଇ ମୁଲୁଣ୍ଡର ବାସିନ୍ଦା । ପ୍ରଥମେ ରେମା ଏକ କ୍ୟାବ ବୁକ୍ କରିଥିଲେ । ଡ୍ରାଇଭରଙ୍କୁ ଅଟଳ ସେତୁ ବ୍ରିଜ୍‌ ନେବା ପାଇଁ କହିଥିଲେ । ବ୍ରିଜ୍ ମଝିଆ ମଝି ପହଞ୍ଚିବା ପରେ ଡ୍ରାଇଭରଙ୍କୁ କାର୍ ରଖିବାକୁ କହିଥିଲେ । ତା’ପରେ ସେ କାରରୁ ଓହ୍ଲାଇ ବ୍ରିଜର ରେଲିଂ ଉପରକୁ ଚଢ଼ିଗଲେ । ଆଉ ଡେଇଁପଡ଼ିଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now