Advertisment

ଗ୍ରାହମ ଷ୍ଟେନ୍ସ ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ଗତ ୨୪ ବର୍ଷ ହେଲା ଜେଲରେ ଅଛନ୍ତି ଦାରା ସିଂ । ରାଜୀବ ଗାନ୍ଧି ହତ୍ୟା ମାମଲାର ଦୋଷୀଙ୍କୁ ମିଳିଥିବା ଆଶ୍ବସ୍ତିକୁ ଦର୍ଶାଇଲେ ।

author-image
Satyendu Shekher Mishra
Odisha, Dara Singh

Odisha, Dara Singh

ବହୁଚର୍ଚ୍ଚିତ ଗ୍ରାହମ ଷ୍ଟେନ୍ସ ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍। ଜେଲରୁ ମୁକ୍ତି ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ଦାରା ସିଂ ଓରଫ୍ ରବୀନ୍ଦ୍ର କୁମାର ପାଲ। ଏହାକୁ ଗ୍ରହଣ କରିବା ସହ ରାଜ୍ୟ ସରକାରଙ୍କୁ ନୋଟିସ୍ କରି ମାମଲାର ପରିବର୍ତ୍ତୀ ଶୁଣାଣି ଆସନ୍ତା ୨୭ ତାରିଖକୁ ଧାର୍ଯ୍ୟ କରିଛନ୍ତି ଅଦାଲତ।

Advertisment

ଆବେଦନରେ ଦାରା ସିଂ ଦର୍ଶାଇଛନ୍ତି କି, ଆଜୀବନ ସଜ୍ଜାର ଅବଧି ୧୪ ବର୍ଷ। କିନ୍ତୁ ସେ ଏହାଠୁ ଢେର ଅଧିକ ଅର୍ଥାତ ୨୪ ବର୍ଷରୁ ଅଧିକ ଜେଲରେ ରହିଲେଣି । ରାଜୀବ ଗାନ୍ଧି ହତ୍ୟାକାରୀଙ୍କୁ ମିଳିଥିବା ଆଶ୍ୱସ୍ତିକୁ ସେ ଉଦାହରଣ ଭାବେ ଦର୍ଶାଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଜଷ୍ଟିସ୍ ହୃଷିକେଶ ରାୟ ଓ ଜଷ୍ଟିସ S.V.N ଭଟ୍ଟିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ବେଞ୍ଚ ମାମଲାର ଶୁଣାଣି କରୁଛନ୍ତି। ପୂର୍ବରୁ ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ୧୨ ଜାନୁଆରୀ ୨୦୨୨ରେ ଦାରାଙ୍କ ଆବେଦନକୁ ନାକଚ କରିଥିଲେ।

୧୯ ଅପ୍ରେଲ ୨୦୨୨ରେ ରିଜୋଲ୍ୟୁସନ ଅନୁଯାୟୀ ତାଙ୍କୁ ମୁକ୍ତି ଲାଗି ୨୨ ସେପ୍ଟେମ୍ବର ୨୦୨୨ରେ ସୁପାରିସ ହୋଇଥିଲେ ମଧ୍ୟ ସରକାରୀ ସ୍ତରରେ ଅଦ୍ୟାବଧି କୌଣସି ନିଷ୍ପତ୍ତି ନି ନିଆଯାଇନାହିଁ ହିଁ ବୋଲି ଦର୍ଶାଯାଇଛି।

Advertisment

ସେପଟେ ଦାରା ସିଂ ପାଇଁ ଦୟା ଆବେଦନ କରିଛନ୍ତି ତେଲେଙ୍ଗାନାର ବିଜେପି ବିଧାୟକ ଟି.ରାଜା ସିଂ ଲୋଧ୍ । ଦାରା ସିଂଙ୍କ ପାଇଁ କ୍ଷମା ଯାଚିକା ଦାଖଲ କରିବା ସହ ରାଷ୍ଟ୍ରପତିଙ୍କ ପାଖକୁ ଚିଠି ଲେଖିଛନ୍ତି। ଦାରା ସିଂକୁ କ୍ଷମା କରିବା ସହ ଆଜୀବନ ଜେଲ ଦଣ୍ଡରୁ ମୁକ୍ତ କରିବାକୁ ତେଲେଙ୍ଗାନା ଗୋଷାମହଲ ବିଜେପି ବିଧାୟକ ରାଜା ସିଂ ରାଷ୍ଟ୍ରପତିଙ୍କୁ ନିବେଦନ କରିଛନ୍ତି। ସେହିପରି ଅନ୍ୟତମ ଦୋଷୀ ମହେନ୍ଦ୍ର ହେମ୍ବମ ପାଇଁ ବି ଦୟା ଆବେଦନ କରିଛନ୍ତି ଟି.ରାଜା ।

ଏବେ ଆସନ୍ତୁ ଜାଣିବା ସେଦିନ ରାତିରେ କଣ ଘଟିଥିଲା...

୧୯୯୯ ଜାନୁଆରୀ ୨୧ ତାରିଖ ରାତି । କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବେଶ୍ କିଛି ଦିନ ଧରି ସମୟ ଅତିବାହିତ କରିଥିବା ଗ୍ରାହମ୍ ଷ୍ଟେନସ୍ ଜଙ୍ଗଲ କ୍ୟାମ୍ପ ପାଇଁ ସେଦିନ ବାହାରିଥିଲେ । ଦୁଇ ପୁଅ ଫିଲିପ୍ ଓ ତିମୋତିଙ୍କୁ ସାଙ୍ଗରେ ନେଇ କେନ୍ଦୁଝର ମନୋହରପୁର ଗାଁକୁ ଯାଇଥିଲେ। ରାତି ହେବାରୁ ଆଉ ବାରିପଦା ନଫେରି ସେଠି ରାତି କଟାଇବାକୁ ସ୍ଥିର କରିଥିଲେ। ପ୍ରବଳ ଥଣ୍ଡା ହେଉଥିବାରୁ ଜିପ୍ ଭିତରେ ହିଁ ଦୁଇ ପୁଅଙ୍କ ସହ ବାପା ଶୋଇବାକୁ ନିଷ୍ପତ୍ତି କରିଥିଲେ।

ପୂର୍ବରୁ ଗ୍ରାହମ୍‌ଙ୍କ ଉପରେ ଧର୍ମାନ୍ତୀକରଣ ଅଭିଯୋଗ ଥିଲା। ଏହାକୁ ନେଇ ଦାରା ସିଂ ଓ ତାଙ୍କର କିଛି ସମର୍ଥକ ସେହି ଜିପ୍‌ରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ରହିଛି। ଏଥିରେ ଗ୍ରାହମ୍‌ଙ୍କ ସମେତ ପରିବାରର ତିନି ଜଣ ଜୀବନ୍ତ ଦଗ୍ଧ ହୋଇଥିଲେ । ଏହି ଘଟଣାରେ ୨୦୦୦ ମସିହା ୩୧ ଜାନୁଆରୀରେ ଦାରା ସିଂ ଗିରଫ ହୋଇଥିଲେ। ଯାହାକୁ ନେଇ ସେପ୍ଟେମ୍ବର ୨୦୦୩ରେ ଭୁବନେଶ୍ୱର ସିବିଆଇ କୋର୍ଟ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ। ଏହାପରେ ମେ’ ୨୦୦୫ ରେ ଓଡ଼ିଶା ହାଇକୋର୍ଟ ମୃତ୍ୟୁ ଦଣ୍ଡାଦେଶକୁ କୋହଳ କରି ଆଜୀବନ କାରାଦଣ୍ଡକୁ କୋହଳ କରିଥିଲେ।

Advertisment
Advertisment