/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723728619.jpg)
RG Kar Medical College Protest
କୋଲକତା ଆରଜି କର ମେଡିକାଲ କଲେଜରେ ହିଂସାକାଣ୍ଡ। ମେଡିକାଲ ଭିତରେ ଓ ବାହାରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଆନ୍ଦୋଳନକାରୀ। ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମେଡିକାଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଜାରି ଥିବା ବେଳେ, ଅଜ୍ଞାତ ବିକ୍ଷୋଭକାରୀ ପୋଲିସର ଗାଡି ଓ ବ୍ୟାରିକେଡ ଭାଙ୍ଗି କଲେଜକୁ ପଶିଥିବା ଅଭିଯୋଗ ହୋଇଛି ।
ବିକ୍ଷୋଭକାରୀ ମେଡିକାଲର ଜରୁରୀକାଳୀନ ୱାର୍ଡରେ ପଶି ମେଡିକାଲ ଉପକରଣ ଓ ଆସବାବ ପତ୍ର ଭଙ୍ଗାରୁଜା କରିଥିଲେ। ବିକ୍ଷୋଭକାରୀଙ୍କ ସଂଖ୍ୟା ଏତେ ଅଧିକ ଥିଲା ଯେ ନିୟନ୍ତ୍ରଣ କରିବାକୁ ନାକେଦମ ହୋଇଥିଲା ପୋଲିସ । ଶେଷରେ ଲାଠିଚାର୍ଜ ଓ ଲୁହବୁହା ଗ୍ୟାସ୍ ଦ୍ୱାର ସ୍ଥିତି ନିୟନ୍ତ୍ରଣକୁ ଆଣିଛି ପୋଲିସ । ଘଟଣା ନେଇ ପୋଲିସ କହିଛି, ଭୁଲ୍ କ୍ୟାମ୍ପେନ ଯୋଗୁଁ ଏଭଳି ସ୍ଥିତି ଉପୁଜିଛି। ହିଂସାକାଣ୍ଡ ପରେ ମେଡିକାଲ କଲେଜରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଥିବା ବେଳେ, ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି ।
ହିଂସାକାଣ୍ଡ ପରେ ଆଜି ମେଡିକାଲ କଲେଜ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି.ଆନନ୍ଦ ବୋଷ।
ସେପଟେ ଏହି ଘଟଣାରେ ତଦନ୍ତ କରୁଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ- ସିବିଆଇ । ପୀଡ଼ିତାଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ସିବିଆଇ ଟିମ୍ । ପୀଡ଼ିତାଙ୍କୁ ଗଣଦୁଷ୍କର୍ମ ହୋଇଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି। ଅଗଷ୍ଟ ୯ ତାରିଖ ଭୋର ୩ଟାରୁ ୫ଟା ମଧ୍ୟରେ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟିଥିଲା।
୯ ତାରିଖ ସକାଳେ ହସ୍ପିଟାଲର ସେମିନାର ପ୍ରକୋଷ୍ଠରୁ ମହିଳା ଡାକ୍ତରଙ୍କ ମୃତଦେହ ମିଳିଥିଲା । ସିସିଟିଭି ଫୁଟେଜ୍ ଆଧାରରେ କୋଲକାତା ପୋଲିସ ଜଣେ ସ୍ୱେଚ୍ଛାସେବୀ ସଞ୍ଜୟ ରାୟଙ୍କୁ ଗିରଫ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)