ବହୁଚର୍ଚ୍ଚିତ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁ ମୃତ୍ୟୁ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଜଗତପୁର ଥାନା ପୋଲିସ। ତୁଷାରଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇବାର ପ୍ରମାଣ ମିଳିବା ପରେ ଦିବ୍ୟରଞ୍ଜନ ବେହେରା ଓ କୌଶଲ ପ୍ରଧାନଙ୍କୁ ଗିରଫ କରାଯାଇଥିଲା।
ଗତକାଲି ବିଲମ୍ବିତ ରାତିରେ ବିସ୍ଫୋରଣରେ ଉଡ଼ି ଯାଇଛି ବଳଙ୍ଗା ପୋଲିସ୍ ଥାନା। ମାଲଖାନାରେ ଥିବା ବିସ୍ଫୋରକ ଯୋଗୁଁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି। ସମ୍ପୂର୍ଣ୍ଣ ଥାନାର ଭିତର ଅଂଶ ଭୁଶୁଡ଼ି ପଡ଼ିଛି। ଛାତ, କାନ୍ଥ ଭୁଶୁଡ଼ି ପଡ଼ିବା ସହ ବାକି ଥିବା ଥାନାର କାନ୍ଥ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।
ଗତ ୨୬ ତାରିଖ ଦିନ ନୂଆପଡା ଜିଲ୍ଲା ଧରମବନ୍ଧା ଥାନା ଗୋଧସ ଜଳପ୍ରପାତରେ ଡେଇଁ ନିଖୋଜ ଯୁବକ ଯୁବତୀ ନିଖୋଜ ଥିଲେ। ଉଭୟେ ଏକ ବାଇକରୁ ଓହ୍ଲାଇ ଦୁଇ ଜଣ ଜଳ ପ୍ରପାତରେ ଡେଇଁ ପଡିଥିଲେ। ଜଳପ୍ରପାତ ନିକଟରୁ ବାଇକ୍, ପୋଷାକ, ସୁଇସାଇଡ୍ ନୋଟ୍ ମିଳିଥିଲା।
ମାୟାବିନୀର ଫୋନ୍ ହ୍ୟାକିଂ ଖେଳ । ITR ତଥ୍ୟ ହାସଲ ପାଇଁ ବିଦେଶରୁ ପଡୁଥିଲା ହନିଟ୍ରାପ୍ର ଫାଶ । ୫ ଅଭିଯୁକ୍ତଙ୍କୁ ରୂପଲାବଣ୍ୟରେ ବଶ କରି କଣ୍ଢେଇ ଭଳି ନଚାଉଥିବା ରହସ୍ୟମୟୀ, ମୋବାଇଲ୍ ହ୍ୟାକିଂରେ ବି ମାହିର ଥିବାର ପ୍ରମାଣ ପାଇଛି ତଦନ୍ତକାରୀ ଟିମ୍ ।
କଟକ ମହାନଦୀ ସେତୁରୁ ନିଖୋଜ ଛାତ୍ର ତୁଷାରକାନ୍ତ ସାହୁଙ୍କ ଗାଡ଼ି ମିଳିଥିଲା। ଏହାର ୨ ଦିନ ପରେ ଅର୍ଥାତ ଅଗଷ୍ଟ ୫ରେ ଯୋବ୍ରା ଆନିକଟରୁ ଯୁକ୍ତ ଦୁଇ ଛାତ୍ର ତୁଷାରକାନ୍ତ ସାହୁଙ୍କ ମୃତଦେହ ମିଳିଥିଲ। ପରିବାର ଲୋକେ ତୁଷାରକାନ୍ତଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ।
କଟକ ମହାନଦୀ ସେତୁରୁ ନିଖୋଜ ଛାତ୍ର ତୁଷାରକାନ୍ତ ସାହୁଙ୍କ ଗାଡ଼ି ମିଳିଥିଲା। ଏହାର ୨ ଦିନ ପରେ ଅର୍ଥାତ ଅଗଷ୍ଟ ୫ରେ ଯୋବ୍ରା ଆନିକଟରୁ ଯୁକ୍ତ ଦୁଇ ଛାତ୍ର ତୁଷାରକାନ୍ତ ସାହୁଙ୍କ ମୃତଦେହ ମିଳିଥିଲ। ପରିବାର ଲୋକେ ତୁଷାରକାନ୍ତଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ।
ସହରର ପ୍ୟାଲେସ ଲାଇନ ଠାରେ ଥିବା ଏସଏଚଜି ଆଉଟଲେଟ ସାମନା ରାସ୍ତା କଡରେ ମଦ୍ୟପାନ କରିଥିଲେ। ଏପରିକି ରାସ୍ତା କଡରେ ଯାଉଥିବା ମହିଳାମାନଙ୍କୁ କମେଣ୍ଟ ମାରିଥିଲେ।
ମୋବାଇଲ୍ ହ୍ୟାକ୍ କରିଥିଲେ ରହସ୍ୟମୟୀ । DRDO କର୍ମଚାରୀଙ୍କୁ ହନିଟ୍ରାପ୍ରେ ପକାଇଥିବା ରହସ୍ୟମୟୀ ସମ୍ପର୍କରେ ମିଳିଲା ଆଉ କିଛି ଚାଞ୍ଚଲ୍ୟକର ତଥ୍ୟ । ରହସ୍ୟମୟୀ ମହିଳା ଜଣକ ଜଣେ ଅଭିଯୁକ୍ତର ମୋବାଇଲ୍ ହ୍ୟାକ୍ କରିଥିବା କଥା ଜଣାପଡ଼ିଛି ।
ଜୁନାଡିହି ହତ୍ୟା ଘଟଣାର ଖୋଲିଲା ଗୁମର। ପୁଅର ପରକୀୟା ପ୍ରୀତି ପାଇଁ ବଳି ପଡ଼ିଲେ ବାପାମା। ସଦର ଥାନା ଜୁନାଡ଼ିହି ଗ୍ରାମରେ ଦମ୍ପତିଙ୍କୁ ଆକ୍ରମଣ ଘଟଣାର ପର୍ଦ୍ଦାଫାସ ହୋଇଛି।
ପୋଲିସ ମାଡରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ ଆଣି ପରିବାର ଓ ଗ୍ରାମବାସୀ ବରଗଡ ମୁଖ୍ୟ ଚିକିତ୍ସାଳୟରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏପରିକି ଉତ୍ତେଜିତ ଗ୍ରାମବାସୀ ଏବଂ ପୋଲିସ ଧସ୍ତାଧସ୍ତି ହୋଇଥିଲା। ପରିବାର ଲୋକେ ମୃତଦେହକୁ ଧରି ଆନ୍ଦୋଳନ ବି କରିଥିଲେ।
ଖବର ପାଇଁ ପରିବାର ଲୋକ ଏବଂ ଗ୍ରାମବାସୀ ଡାକ୍ତରଖାନାକୁ ପହଞ୍ଚି ବ୍ୟାପକ ଭଙ୍ଗାରୁଜା କରିଥିଲେ। ପରିବାର ଲୋକେ ଅଭିଯୋଗ କରିଥିଲେ ଯେ ପୋଲିସ ଗୋବିନ୍ଦଙ୍କୁ ପିଟି ପିଟି ମାରି ଦେଇଛି ଏବଂ ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ କରିଥିବା ମୃତକଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି।
ମହିଳା ଜଣକ ୭ଟି ଫେସବୁକ୍ ଆକାଉଣ୍ଟ କରିଥିଲେ। ଭିନ୍ନ ଭିନ୍ନ ପରିଚୟ ଦେଇ ସେ ଏସବୁ ଖୋଲିଥିଲା। ଅଲଗା ଲୋକ ସହ ଯୋଗାଯୋଗ କରିବାକୁ ଅଲଗା ଆକାଉଣ୍ଟ ବ୍ୟବହାର କରୁଥିଲା। ଅଭିଯୁକ୍ତଙ୍କ ସହ କଥା ହେଉଥିବା ୟୁକେ ଫୋନ୍ ନମ୍ବର ସମ୍ପର୍କରେ ଏବେ ଖୋଲତାଡ଼ କରାଯାଉଛି।
DRDO ତଥ୍ୟ ଚୋରି ଘଟଣାରେ ସାମ୍ନାକୁ ଆସିଲା ଗୁରୁତ୍ୱପୂର୍ଣ୍ଣ ସୂଚନା। ଅଭିଯୁକ୍ତ ବସନ୍ତକୁ ବିବାହ ପ୍ରସ୍ତାବ ଦେଇଥିଲେ ରହସ୍ୟମୟୀ ମହିଳା
ଢେଙ୍କାନାଳ ତୁମୁସିଙ୍ଗା ଥାନା ଅଧିନ ବାରୁଆଁ ସମିତି ସଭ୍ୟ ଦୀପକ ମାହୁନ୍ତଙ୍କୁ ଗୁଳିକରି ହତ୍ୟା ଅଭିଯୋଗ । ଗତ ରାତିରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଗୁଳିମାଡ କରି ଦୁର୍ବୃତ୍ତ ଫେରାର ଅଛି । ଆଜି ସକାଳୁ ଜାମୁଝରା ପାଖରେ ଦୀପକଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖିଥିଲେ ।
ଭୁବନେଶ୍ୱର ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ଅସହାୟ ଅବସ୍ଥାରେ ଭାଇଭଉଣୀ ଉଦ୍ଧାର ହୋଇଛନ୍ତି। ୮ ବର୍ଷର ଭଉଣୀ ସହ ୫ ବର୍ଷର ଭାଇକୁ ଭରତପୁର ପୋଲିସ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଶିଶୁ ଦୁଇଜଣ ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳର ବୋଲି ସୂଚନା ମିଳିଛି
DRDO ତଥ୍ୟ ଚୋରି ଘଟଣାରେ ଦିନକୁ ଦିନ ସାମ୍ନାକୁ ଆସିଛି ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା। କର୍ମଚାରୀଙ୍କୁ ହନି ଟ୍ରାପ୍ରେ ପକାଇଥିବା ସୁନ୍ଦରୀ ବିଷୟରେ ଅନେକ କଥା ଜାଣିବାକୁ ମିଳିଛି ତଦନ୍ତକାରୀ ଟିମ୍କୁ।
ଗାଁ ଦାଣ୍ଡରେ ମାଡ଼ ଖାଇ ନାବାଳିକା ଥାନାକୁ ଯିବାରୁ ଗାଁ ରେ ବସିଲା କଙ୍ଗାରୁ କୋର୍ଟ l ନିଆଁ ପାଣି ବାସନ୍ଦ ସହ ଘର ସାମ୍ନାରେ କଣ୍ଟା ପକାଇ କଲେ ଗୃହ ବନ୍ଦୀ l ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ଥାନା ଗୋପାଳ ପ୍ରସାଦ ଗାଁରେ
ମାଲକାନଗିରି ସୀମାନ୍ତରେ ପୁଣି ମାତିଛନ୍ତି ମାଓବାଦୀ। ମାଓବାଦୀ ଆତଙ୍କରେ ପୁଣି ଲାଲ ହୋଇଛି ଓଡ଼ିଶା-ଛତିଶଗଡ଼ ସୀମାନ୍ତ। ଏକ ଠିକା ସଂସ୍ଥାର ସୁପରଭାଇଜରଙ୍କୁ ଲାଲବାହିନୀ ହତ୍ୟା କରିଥିବାର ଅଭିଯୋଗ ହୋଇଛି।
କୌଣସି ଉପାନ୍ତ ଅଞ୍ଚଳ ନୁହେଁ କି ଅନୁନ୍ନତ ଗାଁ ନୁହେଁ । ଖୋଦ୍ ରାଜଧାନୀ ଛାତି ଉପରେ କଙ୍ଗାରୁ କୋର୍ଟରେ ହେଉଛି ଫୈସଲା । ଏଭଳି ଏକ ଖବର ସାମ୍ନାକୁ ଆସିଛି ଭୁବନେଶ୍ୱରସ୍ଥିତ ସାଲିହା ସାହି ବସ୍ତିରୁ। ପିଲାଙ୍କ କଳି ସମାଧାନ କରୁଛି କଙ୍ଗାରୁକୋର୍ଟ।
କଟକର ବେଆଇନ୍ ପାଉଁରୁଟି କାରଖାନା ଉପରେ ଚଢାଉ। କଟକ ଶିଖରପୁର ସ୍ଥିତ ପାଉଁରୁଟି କାରଖାନାରେ ସିଏମସି ଅଧିକାରୀଙ୍କ ତନାଘନା। ବିନା ଅନୁମତି ଓ କାଗଜପତ୍ର ନଥାଇ କାରଖାନା ଚଳାଉଥିବାର ଅଭିଯୋଗ ଆସିଛି। ନିମ୍ନ ମାନର ପାଉଁରୁଟି ତିଆରି କରୁଥିବା ଅଭିଯୋଗରେ ସିଏମସି ଚଢାଉ କରିଛି।
ବୁର୍ଲା ଭିସୁଟ୍ରେ ପୁଣି ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଛି । ଜଣେ ୩ୟ ବର୍ଷ ଛାତ୍ରଙ୍କୁ ୪ର୍ଥ ବର୍ଷ ଛାତ୍ରଙ୍କ ମାଡ଼ ଅଭିଯୋଗ । କାଲି ରାତିରେ ଏକ ହଷ୍ଟେଲରେ ଛାତ୍ରଙ୍କୁ ନିସ୍ତୁକ ମାଡ଼ ଅଭିଯୋଗ ହୋଇଥିବା ନେଇ ସୂଚନା ମିଳିଛି । ଛାତ୍ରଙ୍କ ମୁହଁ, ପିଠି, ହାତରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି। ତେବେ କିଛି ଦିନର ଅନ୍ତର ପରେ ପୁଣି ଭିସୁଟ୍ରେ ଏପରି ଘଟଣା ଘଟିଥିବା ସାମ୍ନାକୁ ଆସିଛି
କୌଣସି ଉପାନ୍ତ ଅଞ୍ଚଳ ନୁହେଁ କି ଅନୁନ୍ନତ ଗାଁ ନୁହେଁ । ଖୋଦ୍ ରାଜଧାନୀ ଛାତି ଉପରେ କଙ୍ଗାରୁ କୋର୍ଟରେ ହେଉଛି ଫୈସଲା । ଏଭଳି ଏକ ଖବର ସାମ୍ନାକୁ ଆସିଛି ଭୁବନେଶ୍ୱରସ୍ଥିତ ସାଲିହା ସାହି ବସ୍ତିରୁ ।
ମାଲକାନଗିରି ମୋଟୁ ଥାନା IIC ଗିରଫ । ସୁଶାନ୍ତ ସାହୁଙ୍କୁ ଗିରଫ କରାଯାଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ଭିଜିଲାନ୍ସ ବିଭାଗ ନିଜ ଟୁଇଟର୍ ହ୍ୟାଣ୍ଡେଲ ଜରିଆରେ ଆଇଆଇସିଙ୍କୁ ଗିରଫ କରାଯଇଥିବା ସୂଚନା ଦେଇଛି ।
ବ୍ରଜରାଜନଗରରେ ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ମିଳିବା ଘଟଣାରେ ଟ୍ୱିଷ୍ଟ। ମା’ ଓ ୨ ଝିଅଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଆଜି ମହିଳାଙ୍କ ସ୍ୱାମୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ପ୍ରଥମେ ଅପହରଣ ପରେ ନିର୍ଦ୍ଧୁମ ପିଟିଲେ, ଶେଷରେ ଆଖିରେ ଢାଳି ଦେଲେ କେମିକାଲ୍। ମଧ୍ୟପ୍ରଦେଶ ପାନ୍ନା ଜିଲ୍ଲାରେ ଏହି ଅମାନବୀୟ କାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଜଣେ ୨୧ ବର୍ଷୀୟ ଯୁବତୀ ଓ ତାଙ୍କ ଭାଇଙ୍କୁ ଅପହରଣ କରିବା ସେମାନଙ୍କୁ ନିର୍ଦ୍ଧୁମ ପିଟିବା ସହ ଯୁବତୀଙ୍କ ଆଖିରେ ଏସିଡ୍ ଭଳି କିଛି କେମିକାଲ୍ ଢାଳି ଦେଇଥିବା ଅଭିଯୋଗ ହୋଇଛି।