ଏଠି 25ଜଣ ପିଲା ନାହାନ୍ତି କିନ୍ତୁ ପ୍ରତେକ ଦିନ ପଡୁଛି 25ଜଣଙ୍କ ଉପସ୍ଥାନ। ଆଉ ହଡ଼ପ ହେଉଛି ସରକାରଙ୍କ ହଜାର ହଜାର ଟଙ୍କା। ଏହି ଘଟଣା ଉପରେ ପ୍ରତି କ୍ଲାସରେ କ୍ଲାସ ଟିଚର ଙ୍କ ଉପସ୍ଥିତି ରେ ଆମେ ପିଲାମାନଙ୍କୁ ପଚାରିବାରୁ ସେ କୁହନ୍ତି ଏସବୁ ପିଲା ଆମ କ୍ଲାସ ରେ ନାହାନ୍ତି କି ଆମେ ଏମାନଙ୍କୁ ବର୍ଷେ ହେବ ଦେଖିନୁ। ପ୍ରତିଦିନ କ୍ଲାସରେ ଉପସ୍ଥାନ ପକାଉଥିବା ଶିକ୍ଷକ କୁହନ୍ତି ଆମେ ଖାଲି ରଖୁ, ପ୍ରଧାନଶିକ୍ଷକ ଉପସ୍ଥାନ ପକାନ୍ତି।
ଇ-କେୱାଇସି ବେଳେ ଏକ ଲକ୍ଷ 77 ହଜାର 68 ମୃତ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ବାଲେଶ୍ବର ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ମଫସଲ ନୁହଁ ସହରରେ ବି ହେଉଛି ଘୋଟାଲା। ପଂଚାୟତ ନୁହେଁ ମହାନଗରରେ ହେଉଛି କେଳେଙ୍କାରୀ। ଯେମିତି କଟକରେ। ମଧୁବାବୁ ପେନସନ ଯୋଜନାରେ ହେଉଥିବା ଅନିୟମିତତାର ଅସଲ ଚିତ୍ର ପଦାକୁ ଆସିଛି..