Advertisment

ସରିଲା ବ୍ରହ୍ମପୁରର ଦମ୍ପତିଙ୍କ ୭ ଦିନିଆ ମହଲତ: ଆଜି ଏସଡିଜେଏମ୍ କୋର୍ଟରେ ହୋଇପାରେ ଶୁଣାଣି

ଗତ ଡିସେମ୍ବର ୨ ତାରିଖରେ ବ୍ରହ୍ମପୁରରେ ନବବଧୂ ତପସ୍ୱିନୀଙ୍କର ଶ୍ୱଶୁର ଘର ଆଗରେ ଧାରଣା ମାମଲାରେ ବ୍ରହ୍ମପୁର SDJMଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ। ସଂପର୍କ ଯୋଡ଼ିବାକୁ ତପସ୍ୱିନୀ ଓ ତାଙ୍କ ସ୍ୱାମୀ ସୁମିତଙ୍କୁ ୭ ଦିନ ସମୟ ଦେଇଥିଲେ କୋର୍ଟ।

author-image
Chandan Shishu
ଅଦ୍ୟତନ ହୋଇଛି
undefined

Tapaswini and Sumit

ବ୍ରହ୍ମପୁର: ବ୍ରହ୍ମପୁରର ଦମ୍ପତି ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀଙ୍କ ମାମଲାର ଆଜି ଏସଡିଜେଏମ୍ କୋର୍ଟରେ ଶୁଣାଣି ହୋଇପାରେ। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଉଭୟ ଆସ୍କାରେ ଏକ ଘରେ ୭ ଦିନ ପାଇଁ ରହିଥିଲେ। ଆଜି ସେହି ମହଲତ ଶେଷ ହୋଇଛି। ବ୍ରହ୍ମପୁରସ୍ଥିତ ବ୍ରହ୍ମାନଗରରେ ଥିବା ଶ୍ୱଶୁର ଘରେ ସ୍ୱାମୀଙ୍କ ସହ ରହିବାକୁ ତପସ୍ୱିନୀ ଧାରଣା ଦେଇଥିଲେ। ଶେଷରେ ମାମଲା କୋର୍ଟକୁ ଯାଇଥିଲା। କୋର୍ଟ ମାମଲାର ଶୁଣାଣି କରି ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଆସ୍କାରେ ଏକ ଘରେ ୭ ଦିନ ରହିବାକୁ ନିର୍ଦ୍ଦେଶ ଦେଇଥିଲେ।

Advertisment

ଗତ ଡିସେମ୍ବର ୨ ତାରିଖରେ ବ୍ରହ୍ମପୁରରେ ନବବଧୂ ତପସ୍ୱିନୀଙ୍କର ଶ୍ୱଶୁର ଘର ଆଗରେ ଧାରଣା ମାମଲାରେ ବ୍ରହ୍ମପୁର SDJMଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ। ସଂପର୍କ ଯୋଡ଼ିବାକୁ ତପସ୍ୱିନୀ ଓ ତାଙ୍କ ସ୍ୱାମୀ ସୁମିତଙ୍କୁ ୭ ଦିନ ସମୟ ଦେଇଥିଲେ କୋର୍ଟ। ଉଭୟଙ୍କୁ ୭ ଦିନ ଏକାଠି ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶରେ କହିଥିଲେ ଯେ, ଆସିକାରେ ଏକ ଭଡ଼ା ଘରେ ଏକାଠି ଉଭୟେ ରହିବେ। ଭଡ଼ା ଘର ଠିକ୍ କରି ସୁରକ୍ଷା ଦାୟିତ୍ୱରେ ଆସ୍କା ଥାନା IIC ରହିବେ। ୭ ଦିନ ମଧ୍ୟରେ ଉଭୟଙ୍କୁ କାହା ସହ ଦେଖାସାକ୍ଷାତକୁ କୋର୍ଟ ବାରଣ କରିବା ସହ ଆସନ୍ତା ୭ ଦିନ ପରେ ପୁଣି କୋର୍ଟରେ ମାମଲାର ଶୁଣାଣି ହେବ ବୋଲି ଏସଡିଜେଏମ୍ କୋର୍ଟ କହିଥିଲେ। ଆଉ ଆଜି ଅବଧି ପୂରଣ ହୋଇଛି। 

ଗତ ୨୭ ତାରିଖରେ ତପସ୍ୱିନୀ ଦାସଙ୍କ ଆବେଦନର ଶୁଣାଣି ବ୍ରହ୍ମପୁର SDJM କୋର୍ଟରେ ହୋଇଥିଲା। ୨୯ ତାରିଖ ଯାଏ ବ୍ରହ୍ମପୁର ସଖୀ କେନ୍ଦ୍ରରେ ତପସ୍ୱିନୀ ଦାସ ରହିବେ ବୋଲି କୋର୍ଟ କହିଥିଲେ। ହେଲେ ତପସ୍ୱିନୀ କହିଥିଲେ,  ମୁଁ ସଖି କେନ୍ଦ୍ରକୁ ଯିବିନି।  ମୁଁ ଯେଉଁଠି ବସିଥିଲି ସେଇଠି ବସିବି। ମୋତେ ବୋହୂ ହିସାବରେ ଘରକୁ ନନେବା ଯାଏ ମୁଁ ଧାରଣାରେ ବସିବି।’

Advertisment

ତପସ୍ୱିନୀଙ୍କ ଅଭିଯୋଗ, ଶ୍ୱଶୂର(ପ୍ରମୋଦ ସାହୁ)ଙ୍କ ସାନ ପୁଅ ଡାକ୍ତର ସୁମିତ ସାହୁଙ୍କୁ ସେ ୨୦୨୦ ସେପ୍ଟେମ୍ବର ୭ ତାରିଖରେ କୋର୍ଟ ମ୍ୟାରେଜ୍ କରିଥିଲେ। ଶ୍ୱଶୁର ଘର ଲୋକେ ପୁଣି ବୈଦିକ ରୀତିରେ ବିବାହ କରାଇବାର ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ବାପ ଘରକୁ ପଠାଇ ଦେଇଥିଲେ। ଏହାପରେ ଶ୍ୱଶୁର ଘର ଲୋକେ ତାଙ୍କୁ ଠକି ଚାଲିଛନ୍ତି। ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇ ବି କଥା ରଖିନଥିବାରୁ ସେ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେଇଥିଲେ।

Odisha SDJM Court Berhampur Bride
Advertisment
Advertisment