Advertisment

କ୍ରାଇମ୍‌ବ୍ରାଞ୍ଚ୍‌ ADGଙ୍କ ଠାରୁ ଠକେଇ ଉଦ୍ୟମ

କ୍ରାଇମ୍‌ବ୍ରାଞ୍ଚ୍‌ ADG ସଞ୍ଜୀବ ପଣ୍ଡାଙ୍କ ଠାରୁ ମଧ୍ୟ ଠକେଇ ଉଦ୍ୟମ ହୋଇଥିବା ସୂଚନା ମିଳିଛି। ଦୁଇଟି ବ୍ୟାଙ୍କ୍‌ ଆକାଉଣ୍ଟରେ ଟଙ୍କା ପଠାଇବାକୁ ଅଭିଯୁକ୍ତ ଜଣକ ମେସେଜ ପଠାଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Crime Branch ADG

Crime Branch ADG

ଭୁବନେଶ୍ୱର: OCAC ସିଇଓ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟ୍ସଆପ୍‌ ହ୍ୟାକ୍‌ କରି ଟଙ୍କା ଲୁଟିବା ଘଟଣା଼ ପଛରେ ନାଇଜେରିଆ ଗ୍ୟାଙ୍ଗର ସମ୍ପୃକ୍ତି ନେଇ ସ୍ପଷ୍ଟ ହୋଇଥିଲା। ସାଇବର ଠକେଇର ମୁଖ୍ୟ ଅଭିଯୁକ୍ତ ଅକ୍ୟୁଦୁରୀ ପାସ୍କେଲ୍‌କୁ ଦିଲ୍ଲୀ ପୋଲିସ୍‌ ଗତ ମାସରେ ବେଙ୍ଗାଲୁରୁରୁ ଗିରଫ କରିଥିଲା। ଏହି ଘଟଣାରେ ଫେରାର ଥିବା ଅନ୍ୟ ଜଣେ ଅଭିଯୁକ୍ତ କ୍ରାଇମ୍‌ବ୍ରାଞ୍ଚ୍‌ ADG ସଞ୍ଜୀବ ପଣ୍ଡାଙ୍କ ଠାରୁ ମଧ୍ୟ ଠକେଇ ଉଦ୍ୟମ କରିଥିବା ସୂଚନା ମିଳିଛି।

Advertisment

ସୂଚନା ଅନୁସାରେ, ୯୮ ହଜାର ଟଙ୍କା ପଠାଇବାକୁ ଗତ ୯ ତାରିଖରେ ଅଭିଯୁକ୍ତ ଜଣକ କ୍ରାଇମ୍‌ବ୍ରାଞ୍ଚ୍‌ ADGଙ୍କୁ ମେସେଜ ପଠାଇଥିଲା। ଦୁଇଟି ବ୍ୟାଙ୍କ୍‌ ଆକାଉଣ୍ଟରେ ଏହି ଟଙ୍କା ପଠାଇବାକୁ ଅଭିଯୁକ୍ତ ଜଣକ ମେସେଜ ପଠାଇଥିଲା।

ସେଥିମଧ୍ୟରୁ ଗୋଟିଏ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଗୁଜୁରାଟରେ ଥିବାବେଳେ ଅନ୍ୟ ଏକ ଆକାଉଣ୍ଟ ତ୍ରିପୁରାରେ ରହିଛି। ଦୁଇଟି ଆକାଉଣ୍ଟ ହୋଲ୍‌ଡର୍‌ଙ୍କ ନାଁ ମଧ୍ୟ ଜଣାପଡ଼ିଛି। ଘଟଣା ଜଣାପଡ଼ିବା ପରେ ଦୁଇ ଆକାଉଣ୍ଟକୁ ବ୍ଲକ୍ କରି କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ ଆରମ୍ଭ କରିଛି। 

Advertisment

ସୂଚନା ଅନୁସାରେ, OCAC ସିଇଓଙ୍କ ହ୍ୱାଟ୍ସଆପ୍‌ ହ୍ୟାକ୍‌ ଘଟଣାର ମୁଖ୍ୟ ଅଭିଯୁକ୍ତ ଅକ୍ୟୁଦୁରୀକୁ ବେଙ୍ଗାଲୁରୁରେ ଏକ ଏଟିଏମ୍‌ରୁ ଟଙ୍କା ଉଠାଉ ଥିବାବେଳେ ଦିଲ୍ଲୀ ପୋଲିସ୍‌ ଧରିଥିଲା।

Cyber Fraud OCAC OCAC CEO Manoj Pattnaik Social Account Hacked OCAC CEO Cyber Fraud Case Crime Branch ADG Crime Branch ADG Sanjeeb Panda
Advertisment
Advertisment