• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

pratap jena
ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରେ ସାନି ତଦନ୍ତ ନିର୍ଦ୍ଦେଶ ଦେଲେ କୋର୍ଟ

ମାହାଙ୍ଗା ଡବଲ ମର୍ଡର ମାମଲାରେ ପୋଲିସ ଚାର୍ଜସିଟ୍ ପ୍ରସଙ୍ଗରେ ନୂଆ ମୋଡ଼। ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ପ୍ରସଙ୍ଗରେ ସାନି ତଦନ୍ତ ନିର୍ଦ୍ଦେଶ ଦେଲେ କୋର୍ଟ। ମାହାଙ୍ଗା ଥାନା IICଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର JMFC କୋର୍ଟ। ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ IICଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରୋଟେଷ୍ଟ ପିଟିସନ ଆଧାରରେ ନିର୍ଦ୍ଦେଶ ଦେଇଛନ୍ତି JMFC କୋର୍ଟ

BOMB In BUS
ଚଳନ୍ତା ବସରୁ ୩୦ ବୋମା ଉଦ୍ଧାର, ବିହାରକୁ ହେଉଥିଲା ଚାଲାଣ

ଚଳନ୍ତା ବସରେ ବଢାଉ କରି ୩୦ଟି ବୋମା ଉଦ୍ଧାର କଲେ ସୁରକ୍ଷାକର୍ମୀ । ବସଟି କୋଲକାତାରୁ ଗୟା ଯାଉଥିଲା । ତେବେ ଏଥିରେ ବୋମା ନିଆଯାଉଥିବା ଆର୍ମି ଇଣ୍ଟେଲିଜେନ୍ସ ୟୁନିଟ୍‌କୁ ସୂଚନା ମିଳିଥିଲା ।

Husband jumped to Tyre
ଅର୍ଦ୍ଧାଙ୍ଗିନୀର ଜଳନ୍ତା ଜୁଇକୁ ଡେଇଁ ସ୍ୱାମୀ ହାରିଦେଲେ ଜୀବନ

ଗାଁ ମଶାଣୀରେ ରଏବାରୀଙ୍କ ଚିତା ଜଳିବା ପରେ ଅନେକ ଲୋକେ ସ୍ନାନ କରି ଘରକୁ ଫେରିଥିଲେ। କିନ୍ତୁ ତାଙ୍କ ସ୍ୱାମୀ ନୀଳମଣି ଓ ଅନ୍ୟ କିଛି ଲୋକେ ସମସ୍ତଙ୍କ ପଛରେ ସ୍ନାନ କରି ଆସୁଥିଲେ। ଠିକ୍‌ ସେହି ସମୟରେ ନୀଳମଣି ଦୌଡ଼ି ଯାଇ ଜଳୁଥିବା ତାଙ୍କ ସ୍ତ୍ରୀଙ୍କ ଚିତାରେ ଡେଇଁ ପଡ଼ିଥିଲେ । ପ୍ରଖର ନିଆଁ ଜଳୁ ଥିବାରୁ ତାଙ୍କୁ ବଞ୍ଚାଇବାକୁ କେହି ସାହାସ କରି ପାରିନଥିଲେ।

Murder in Lahunipara
ସାଇକେଲ ପାଇଁ ଦାଦାକୁ ମାରିଦେଲା ପୁତୁରା, ଭଉଣୀ ହାତକୁ କାଟିଦେଲା

ପାଟିତୁଣ୍ଡ ବଢିବା ପରେ ଉତ୍ତ୍ୟକ୍ତ ସୁଶାନ୍ତ ଏକ ଭୁଜାଲି ଆଣି ଦାଦା ରବିନ୍ଦ୍ରକୁ ଆକ୍ରମଣ କରିଥିଲା। ରବିନ୍ଦ୍ରର ସାତ ବର୍ଷର ଝିଅ ସନ୍ଧ୍ୟା ସାମ୍‌ନାକୁ ଆସିବା ପରେ ସୁଶାନ୍ତ ସାତ ବର୍ଷର ଭଉଣୀକୁ ମଧ୍ୟ ହାଣି ଦେଇଥିଲା। ଏଥିରେ ଝିଅର ହାତ କଟିବା ସହ ସେ ମଧ୍ୟ ତଳେ ପଡିଯାଇଥିଲା।

Baba Bijayananda Maharaja
ଖୋଲୁଛି ବାବା ବିଜୟାନନ୍ଦଙ୍କ ଗୁମର: ବାଣୀ ଶୁଣାଇ ଲୋକଙ୍କୁ ଚୂନ ଲଗାଇଥିଲେ !

ବାବା ବିଜୟାନନ୍ଦ ମହାରାଜ ଏକ ଓଡ଼ିଆ ଚଳଚ୍ଚିତ୍ରର ମହୁରତ ବେଳେ ନଜର ଆସିବା ପରେ ସେହି ସିନେମାରେ ସେ ଟଙ୍କା ନିବେଶ କରିଛନ୍ତି ନା ନାହିଁ ତାର ତଦନ୍ତ ମଧ୍ୟ କରିବ ଇଓଡବ୍ଲୁ। ଆବଶ୍ୟକ ପଡ଼ିଲେ ବାବା ବିଜୟାନନ୍ଦ ମହାରାଜଙ୍କୁ ଇଓଡବ୍ଲୁ ରିମାଣ୍ଡରେ ଆଣି ଜେରା କରିବ ବୋଲି ଜଣାପଡ଼ିଛି।

ACF Redhakhol
କେନ୍ଦୁପତ୍ର ମାଫିଆଙ୍କ ଆତଙ୍କରାଜ୍; ଏସିଏଫଙ୍କ ଗାଡ଼ିକୁ ଭାଙ୍ଗିଦେଲେ

ରେଢ଼ାଖୋଲରେ କେନ୍ଦୁପତ୍ର ମାଫିଆଙ୍କ ଆତଙ୍କରାଜ୍। କେନ୍ଦୁପତ୍ର ମାଫିଆ ବନବିଭାଗ ଏସିଏଫଙ୍କ ଗାଡ଼ିକୁ ଆକ୍ରମଣ କରିବା ସହ ମାରଣାସ୍ତ୍ର ଦେଖାଇ ଧମକ ଚମକ ଦେଉଥିବା ଅଭିଯୋଗ

Local made Bakery Item
ବ୍ରେଡ୍, କେକ୍ କିଣିଲାବେଳେ ଭଲକି ଦେଖୁଛନ୍ତି ତ ପ୍ୟାକିଂ ଡେଟ୍?

ଚଢ଼ଉ ସମୟରେ ବିଏମ୍‌ସି ସ୍ୱାସ୍ଥ୍ୟ ଅଧିକାରୀ ସ୍ପଷ୍ଟ ଭାବେ କହିଛନ୍ତି- ଏହା ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଫ୍-୨୦୦୬- ସେକ୍ସନ ୨୩ର ଖୋଲାଖୋଲି ଉଲ୍ଲଂଘନ। ଯେକୌଣସି ଖାଦ୍ୟ ସାମଗ୍ରୀ ୭ ଦିନରୁ ୩ ମାସ ଭିତରେ ବିକ୍ରୀ ପାଇଁ ଉଦ୍ଦିଷ୍ଟ ଥିଲେ, ପ୍ୟାକିଂରେ ମ୍ୟାନୁଫାକ୍ଚରିଂ ଓ ଏକ୍ସପାୟାରୀ ଡେଟ୍ ରହିବା ବାଧ୍ୟତାମୂଳକ। ଏସବୁ ନିୟମ ସଠିକ୍ ପାଳନ ହେଉଛି କି ନାହିଁ, ତାକୁ ଦେଖିବାକୁ ଆଗକୁ ସହର ସାରା ଚଢ଼ଉ ଚାଲିବ।

Congress leader Pradeep Majhi
ଶିଶୁ ଶ୍ରମିକ ଚାଲାଣ ପଛରେ ଏକ ରାକେଟ୍ ସକ୍ରିୟ !

କରୋନା ବେଳେ ଘରକୁ ଯାଇଥିବା ଛାତ୍ରଙ୍କ ସହ ବିଦ୍ୟାଳୟ କର୍ତ୍ତୃପକ୍ଷ ଯୋଗାଯୋଗ ରଖିବା କଥା ତାସତ୍ତ୍ୱେ ପିଲା ମାନେ ଚିଙ୍ଗୁଡ଼ି ଫାର୍ମରେ କାମ କରିବାକୁ କିପରି ଗଲେ ? ପିଲାଙ୍କ ମୃତ୍ୟୁ ପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ରାଜ୍ୟରେ ଶିଶୁ ଶ୍ରମିକ ଚାଲାଣ ପଛରେ ଏକ ରାକେଟ୍ ସକ୍ରିୟ ରହିଛି, ତାହା ସାମ୍ନାକୁ ଆସିବା ଜରୁରୀ ବୋଲି ପ୍ରଦୀପ ଦୋହରାଇଛନ୍ତି।

PARI MURDER CASE
ସୁପ୍ରିମକୋର୍ଟ ନିର୍ଦ୍ଦେଶ ମାନି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ପରୀର ପରିବାର

ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ରାଜ୍ୟ ସରକାରଙ୍କ ଆଡଭୋକେଟ୍ ଜେନେରାଲ ଥାଉ ଥାଉ ନିଜେ ନଲଢି, କାହା ସ୍ୱାର୍ଥରେ ଦାମୀ ଓକିଲ ନିଯୁକ୍ତ କରିଥିଲେ, ତାର ଉତ୍ତର ରଖନ୍ତୁ। ଲେଖାଶ୍ରୀଙ୍କ ଅଭିଯୋଗ ନେଇ ବିଜେଡି କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Bansundhara  Scam
ବସୁନ୍ଧରା ଯୋଜନାରେ ମହାଘୋଟାଲା: ବନ୍ଧାହେଲେ ତହସିଲଦାରଙ୍କ ସମେତ ୫ ସରକାରୀ ବାବୁ

ବସୁନ୍ଧରା ଜମି ଦୁର୍ନୀତି ସମ୍ପର୍କରେ ୬ ମାସ ତଳେ ଓଟିଭିରେ ଖବର ପ୍ରସାରିତ ହୋଇଥିଲା। ସେତେବେଳେ ସରକାରୀ ବାବୁଙ୍କ ଦୁର୍ନୀତିର ପର୍ଦାଫାଶ କରି ଓଟିଭି ସରକାରଙ୍କ ଦୃଷ୍ଟିକୁ ଆଣିଥିଲା। ଗତ ଫେବ୍ରୁଆରୀ ୧୮ରେ ଓଟିଭିରେ ପ୍ରସାରିତ ହୋଇଥିବା ଖବର, ଯେଉଁଥିରେ ଦୁର୍ନୀତିଗ୍ରସ୍ତ ଅଫିସର ଓ ଜମି ମାଫିଆଙ୍କ ସଲାସୁତୁରାରେ କିଭଳି ଏହି ଜମି କେଳେଙ୍କାରୀ ହୋଇଥିଲା। 

Jagatsinghpur Land Fraud
ଜଗତସିଂହପୁର ଜିଲ୍ଲାର ବାବୁ ଭାୟାଙ୍କୁ ବସୁନ୍ଧରା ବିପଦ

ଜଗତସିଂହପୁର ଜିଲ୍ଲାର ବାବୁ ଭାୟାଙ୍କୁ ବସୁନ୍ଧରା ବିପଦ, ବସୁନ୍ଧରା ଜମି ଜାଲିଆତି ମାମଲାରେ ପଶିଲା ଭିଜିଲାନ୍ସ

SupremeCourt
ନୟାଗଡ଼ ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲା । ହାଇକୋର୍ଟ ଯିବାକୁ କହିଲେ ସୁପ୍ରିମକୋର୍ଟ

ତେବେ ଏହାରି ମଧ୍ୟରେ ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ଅପହରଣ ହତ୍ୟା ଘଟଣାକୁ ବର୍ଷେ ପୁରିସାରିଛି। ଗତ ବର୍ଷ ଜୁଲାଇ ୧୪ ତାରିଖରେ ପରୀ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଅପହରଣ ହୋଇଥିଲା ଏବଂ ଅପହରଣର ୭ ଦିନ ପରେ ପରୀର ମୃତଦେହ ମିଳିଥିଲା।

Vigilance raid
ରାଜ୍ୟ ସରକାରଙ୍କ ବସୁନ୍ଧରା ଜମି ଜାଲିଆତି ମାମଲା, ୬ ଅଧିକାରୀଙ୍କ ଘରେ ଏକକାଳୀନ ଭିଜିଲାନ୍ସର ଚଢାଉ

ରାଜ୍ୟ ସରକାରଙ୍କ ବସୁନ୍ଧରା ଜମି ଜାଲିଆତି ମାମଲାରେ ଭିଜିଲାନ୍ସର ଚଢାଉ । ମୋଟ ୬ ଜଣ ଅଧିକାରୀଙ୍କ ୯ଟି ଘରେ ଏକକାଳୀନ ଚଢ଼ାଉ କରାଯାଇଛି । କଟକ ଭିଜିଲାନ୍ସ ଟିମ୍ ଏହି ରେଡ୍ କରିଛି । ଭୁବନେଶ୍ୱର, କଟକ, ଭଦ୍ରକ ଓ ଜଗତସିଂହପୁରରେ ଆଦି ଅଞ୍ଚଳରେ ଚଢ଼ାଉ ହୋଇଛି ।

Pradeep Panigrahi
ସୁପ୍ରିମକୋର୍ଟରେ ପହଞ୍ଚିଲା ଲୋକାୟୁକ୍ତଙ୍କ ବିରୋଧରେ ଅଭିଯୋଗ

ଲୋକାୟୁକ୍ତଙ୍କ ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଲୋକାୟୁକ୍ତଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ସେ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଛନ୍ତି ।

Child trafficking
ମା’ଠାରୁ ଛୁଆକୁ ଛଡ଼ାଇ ନେଇ ଦୁଇ ହଜାର ଟଙ୍କାରେ ବିକିଦେଲା ଦଲାଲ

ପୁଣି ସାମ୍ନାକୁ ଆସିଲା ଶିଶୁ ବିକ୍ରି ଅଭିଯୋଗ । ୨ ହଜାର ଟଙ୍କାରେ ମାସକର ପୁଅକୁ ବିକ୍ରି କରାଯାଇଥିବା ନେଇ ଅଭିଯୋଗ । ମୟୂରଭଞ୍ଜ ଝାରପୋଖରିଆ ଥାନା ଶଙ୍ଖାଭଙ୍ଗା ଗାଁରୁ ଆସିଛି ଏଭଳି ସାଂଘାତିକ ଖବର ।

  • Monday, 23 August 2021
ATM Loot
ATM ଭ୍ୟାନ୍ ଅପହରଣ ସହ ୨୪ ଲକ୍ଷ ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାସ୍‌, ଜାଣନ୍ତି କଣ ଥିଲା ପୁରା କାହାଣୀ !

ATM ଭ୍ୟାନ୍ ଅପହରଣ ଓ ୨୪ ଲକ୍ଷ ଟଙ୍କା ଲୁଟ୍‌ର ହୋଇଛି ଖୁଲାସା । ଘଟଣା ପଛରେ ଭ୍ୟାନ୍‌ର ଡ୍ରାଇଭର ହିଁ ମାଷ୍ଟରମାଇଣ୍ଡ । ନିଜେ କେମିକାଲ୍ ସ୍ପ୍ରେ କରି ଅଚେତ ହୋଇଥିଲା ଡ୍ରାଇଭର୍ ।

Mao Banner
ପୁଣି ବ୍ୟାନର ପୋଷ୍ଟର ମାରି ଚେତାବନୀ ଦେଲେ ମାଓବାଦୀ, ଲୋକେ ଆତଙ୍କିତ

ପୁଣି ଡରାଇଲେ ମାଓବାଦୀ । ଚାରିଆଡ଼େ ମାରିଲେ ବ୍ୟାନର ପୋଷ୍ଟର । ପ୍ରଶାସନକୁ ଦେଲେ ଚେତାବନୀ । ନବରଙ୍ଗପୁର ଝରିଗାଁ-ଚନ୍ଦାହାଣ୍ଡି ରାଜ୍ୟ ରାଜପଥରେ ଥିବା ସିଙ୍ଗାଡି ଘାଟି ଠାରେ ମାଓ ପୋଷ୍ଟର ଓ ବ୍ୟାନର । 

Pentagan Bar Seal
ରାଜଧାନୀରେ ପେଣ୍ଟାଗନ୍ ଓ ନଶା ବାର୍‌ ସିଲ୍‌, ୩ ଯୁବତୀ ଉଦ୍ଧାର

ସିଲ୍‌ ହେଲା ବାର୍‌ । ସଟ୍‌ଡାଉନ୍‌ ନିୟମ ଭାଙ୍ଗି ବାର୍‌ ଚଲାଇଥିବାରୁ ସିଲ୍‌ କଲା ବିଡିଏ । ସପ୍ତାହନ୍ତ ସଟ୍‌ଡାଉନ୍‌ ସମୟରେ ବାର୍‌ ବନ୍ଦ ରଖିବାକୁ ନିୟମ ଥିବା ବେଳେ ଏହାକୁ ଖାତିର ନକରି ବାର୍‌ ଖୋଲାଯାଇଥିଲା ।

DFO
ACF ସୌମ୍ୟ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚ ପ୍ରଶ୍ନରେ ଘାଇଲା DFO, ଗଣମାଧ୍ୟମ ଆଗରେ ବାହାରିଲା ଫ୍ରଷ୍ଟ୍ରେସନ୍‌

ACF ସୌମ୍ୟରଂଜନ ମୃତ୍ୟୁ ମାମଲାରେ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ । ୧୩ ଜଣଙ୍କୁ ପଚରାଉଚରା ପରେ ଶେଷରେ ପ୍ରଶ୍ନ ଜାଲରେ ଛନ୍ଦିଛି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ ।

One Side lover
ଏକତରଫା ପ୍ରେମ: ମାଆ ଓ ଝିଅଙ୍କୁ ମାଡ଼ ମାରିଲା ପ୍ରେମିକ

ଅଭିଯୋଗରୁ ଜଣାଯାଇଛି, ଗୁରୁତର ଯୁବତୀଙ୍କୁ ଏହି ଗ୍ରାମର ଜଣେ ଯୁବକ କିଛିଦିନ ଧରି ଏକତରଫା ଭାବେ ଭଲପାଇ ଆସୁଥିଲା । ଯାହାକୁ ନେଇ ଯୁବକ ଜଣକ ଯୁବତୀଙ୍କୁ ବହୁ ସମୟରେ ହଇରାଣ କରୁଥିବା ଯୁବତୀଙ୍କ ପରିବାର ଅଭିଯୋଗ ମଧ୍ୟ କରିଛନ୍ତି । ଆଜି ଯୁବତୀ କମ୍ପ୍ୟୁଟର କ୍ଲାସ ଶେଷ କରି ଘରକୁ ଫେରୁଥିବା ବେଳେ ଘର ନିକଟରେ ଯୁବକ ଜଣଙ୍କ ଅଟକାଇଥିଲେ ।

Recovery of girl student's body from a farmhouse
ଫାର୍ମ ହାଉସ୍‌ରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣାର ଖୋଲିବ କି ରହସ୍ୟ ?

 ଭୁବନେଶ୍ୱର ରଘୁନାଥପୁର ଅଞ୍ଚଳରେ ଏକ ଫାର୍ମ ହାଉସ୍‌ର ପୋଖରୀ ଭିତରୁ ମିଳିଥିବା ମୃତ ଛାତ୍ରୀଙ୍କ ଠାରୁ ସଂଗୃହୀତ ନମୁନାର ଡାଇଟମ୍ ଟେଷ୍ଟ କରାଯିବ। ଏଥିଲାଗି ନମୁନା ଫୋରେନସିକ ଲାବକୁ ପଠାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

 DFO
ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଲେଖା ବେଳେ DFO ଥିଲେ ନା ନଥିଲେ ?

ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଲେଖା ଯାଉଥିବା ସମୟରେ ଡିଏଫଓ ଉପସ୍ଥିତ ଥିଲେ। ଆଜି ଜେରା ବେଳେ ଏକଥା ନିଜେ ଡିଏଫଓ ସଂଗ୍ରାମ ବେହେରା ମାନିଥିବା କ୍ରାଇମବ୍ରାଞ୍ଚ ଡିଏସ୍‌ପି ସୂଚନା ଦେଇଛନ୍ତି।

ACF Murder
DFO ଓ ବିଦ୍ୟାଭାରତୀଙ୍କର ହୋଇପାରେ ଲାଏ ଡିଟେକ୍ସନ ଟେଷ୍ଟ

ACF ସୌମ୍ୟରଂଜନ ମୃତ୍ୟୁ ମାମଲାରେ ଡିଏଫ୍ଓ ଏବଂ ବିଦ୍ୟାଭାରତୀ ପଣ୍ଡାଙ୍କର ଆବଶ୍ୟକ ହେଲେ କରାଯିବ ଲାଏ ଡିଟେକ୍ସନ ଟେଷ୍ଟ। ପାରଳାଖେମୁଣ୍ଡି DFO ସଂଗ୍ରାମ ବେହେରାଙ୍କୁ ୩ ଘଣ୍ଟା ଜେରା ପରେ ଏହି ସୂଚନା ଦେଇଛି କ୍ରାଇମବ୍ରାଞ୍ଚ।

ATM Cash van loot
ATM ଟଙ୍କା ଲୋଡିଂ ଭ୍ୟାନ୍‌ ଅପହରଣ ଘଟଣାର ପର୍ଦ୍ଦାଫାସ, ଧରାପଡ଼ିଲା ମାଷ୍ଟରମାଇଣ୍ଡ

ବଡ଼ବଜାର ଥାନା ନିକଟସ୍ଥ ଆସିକା ରୋଡ୍‌ରେ ଥିବା Axis ବ୍ୟାଙ୍କ ସାମ୍ନାରୁ ଏଟିଏମ୍ ଟଙ୍କା ଲୋଡିଂ ଭ୍ୟାନ ଅପହରଣ ଘଟଣାର ପର୍ଦ୍ଦାଫାସ ହୋଇଛି।ଅପହରଣ ଘଟଣାରେ ଭ୍ୟାନ୍‌ର ଡ୍ରାଇଭର ଆଶିଷ ଦିଗାଲଙ୍କ ସମେତ ୩ ଜଣଙ୍କୁ ଅଟକ ରଖିଛି ପୋଲିସ।

Model Arrested For Allegedly Running Prostitution Racket
ଲକ୍‌ଜୁରି ହୋଟେଲରୁ ଗିରଫ ହେଲେ ମଡେଲ୍‌, ଚଲାଉଥିଲେ ଦେହ ବ୍ୟବସାୟ

ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ଜଣେ ୩୨ ବର୍ଷୀୟ ମଡେଲ୍‌ଙ୍କୁ ଏକ ଲକ୍‌ଜୁରି ହୋଟେଲରୁ ପୋଲିସ୍‌ ଗିରଫ କରିଛି। ମଡେଲ୍‌ ଜଣକ ଟିଭିରେ ଅଭିନୟ କରୁଥିବା ଅଭିନେତା ଓ ମଡେଲ୍‌ଙ୍କୁ ଦେହ ବ୍ୟବସାୟ କାର୍ଯ୍ୟରେ ଲିପ୍ତ କରିଥିଲେ ବୋଲି ଅଭିଯୋଗ ହୋଇଛି।