Advertisment

ଅବସର ପ୍ରାପ୍ତ ଅଧ୍ୟାପକଙ୍କୁ ହତ୍ୟା

ସୋରରେ ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ହତ୍ୟା, ପତ୍ନୀ ମଧ୍ୟ ଗୁରୁତର ଅବସ୍ଥାରେ ଥିବାର ସୂଚନା ମିଳିଛି । ବିଲ ଭିତରୁ ଅବସରପ୍ରାପ୍ତ ଅଧ୍ୟାପକଙ୍କ କ୍ଷତାକ୍ତ ମୃତଦେହ ଠାବ ହୋଇଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Retired Teacher Killed

Retired Teacher Killed

ସୋରରେ ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ହତ୍ୟା, ପତ୍ନୀ ମଧ୍ୟ ଗୁରୁତର ଅବସ୍ଥାରେ ଥିବାର ସୂଚନା ମିଳିଛି । ବିଲ ଭିତରୁ ଅବସରପ୍ରାପ୍ତ ଅଧ୍ୟାପକଙ୍କ କ୍ଷତାକ୍ତ ମୃତଦେହ ଠାବ ହୋଇଛି । ସିମୁଳିଆ ଥାନା ବାଲିଖଣ୍ଡ ବଜାର ନିକଟ ବିଲ ଭିତରୁ ଶବ ଠାବ ହୋଇଥିବାର ସୂଚନା ମିଳିଛି ।

Advertisment

ଅଧ୍ୟାପକଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ଥିବାର ଦେଖିବାକୁ ମିଳିଛି। ବାଲିଖଣ୍ଡ ବଜାର ସ୍ଥିତ ଘରୁ ଗୁରୁତର ଅବସ୍ଥାରେ ପତ୍ନୀ ଉଦ୍ଧାର କରି ଭଦ୍ରକ ସ୍ଥାନାନ୍ତର କରାଯାଇଛି । ଉଭୟଙ୍କୁ ଦୁର୍ବୃତ୍ତ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ନେଇ ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଆଜି ସକାଳେ ବାଲିଖଣ୍ଡ ବଜାର ନିକଟ ବିଲ ଭିତରେ  ଉଲଗ୍ନ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ପାଖକୁ ଯାଇ ମୃତକଜଣକ ଆନନ୍ଦ ବିହାରୀ ପତ୍ରୀ ବୋଲି ଚିହ୍ନଟ କରିଥିଲେ। ଆନନ୍ଦ ବିହାରୀଙ୍କ ଶରୀରର ବିଭିନ୍ନ ସ୍ଥାନକୁ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିବା ବେଳେ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା ।

Advertisment

ଏହାପରେ ତୁରନ୍ତ ସ୍ଥାନୀୟ ଲୋକେ ତାଙ୍କ ଘରକୁ ଯାଇ ତାଙ୍କ ପତ୍ନୀ ଗୁରୁତର ଅବସ୍ଥାରେ ଘରେ ପଡ଼ିଥିବା ଦେଖିବାକୁ ପାଇଥିଲେ।  ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ପ୍ରଥମେ ନିକଟସ୍ଥ ହସ୍ପିଟାଲ ଓ ପରେ ଭଦ୍ରକ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ଆନ୍ଦ ବିହାରୀ ବାଲିଖଣ୍ଡ ସଂସ୍କୃତ କଲେଜରେ ଅଧ୍ୟାପକ ଭାବେ କାମ କରୁଥିବା ବେଳେ କିଛି ବର୍ଷ ପୂର୍ବେ ଅବସର ଗ୍ରହଣ କରିଛନ୍ତି। ସେ ବାଲିଖଣ୍ଡ ବଜାର ନିକଟରେ ଘର କରି ପତ୍ନୀଙ୍କ ସହ ରହୁଥିଲେ। ତାଙ୍କ ଏକମାତ୍ର ପୁଅ ବାହାରେ ରହୁଥିବା ଜଣାଯାଇଛି। ଆନନ୍ଦ ପତ୍ରୀଙ୍କ ଘର ପାଖାପାଖି ଘର ନ ଥିବାରୁ ଏହି ସୁଯୋଗରେ କିଛି ଦୁର୍ବୃତ୍ତ ଉଭୟ ପତିପତ୍ନୀଙ୍କୁ ଆକ୍ରମଣ କରିଥିବା ଅନୁମାନ କରାଯାଉଛି । ତେବେ ଆକ୍ରମଣର କାରଣ ସ୍ପଷ୍ଟ ହୋଇନି।

ପୂର୍ବ ଶତ୍ରୁତା କାରଣରୁ ନା ଲୁଟ ଉଦ୍ଦେଶ୍ୟରେ ଦୁର୍ବୃତ୍ତମାନେ ଏପରି ଅମାନୁଷିକ କାଣ୍ଡ ଘଟାଇଛନ୍ତି, ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ପୁଲିସ୍‌ ଛାନଭିନ ଆରମ୍ଭ କରିଛି।

Crime Retired Teacher Killed
Advertisment
Advertisment