/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648967844.jpg)
More than Rs 10 crore GST fraud
ରାଉରକେଲାରେ ଜିଏସ୍ଟି ଠକେଇ ଅଭିଯୋଗରେ କେନ୍ଦ୍ରୀୟ GST ଟିମର ରେଡ୍ । ୧୦ କୋଟିରୁ ଊର୍ଦ୍ଧ୍ୱ GST ଫାଙ୍କିବା ଅଭିଯୋଗରେ ଘରୋଇ ସଂସ୍ଥା ଟପ୍ ଟେକ୍ର କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ଚାଲିଛି ଚଢଉ । ରାଉରକେଲା, କୁଆଁରମୁଣ୍ଡା, କଲୁଙ୍ଗା ସହ ୫ଟି ସ୍ଥାନରେ ତିନି ଦିନ ହେଲା କେନ୍ଦ୍ରୀୟ ଜିଏସଟି ଟିମ୍ ରେଡ୍ କରୁଛନ୍ତି । ଆସନ୍ତାକାଲି ସୁଦ୍ଧା ଯାଞ୍ଚ ପ୍ରକ୍ରିୟା ଶେଷ ହେବ ବୋଲି ସୂଚନା ମିଳିଛି ।
ତେବେ ଜିଏସ୍ଟି ଠକେଇ ଘଟଣା ସାମ୍ନାକୁ ଆସିଥିବା ବେଳେ ମାର୍ଚ୍ଚ ୨୦୨୨ରେ ରେକର୍ଡ ପରିମାଣର ଜିଏସଟି ଆଦାୟ କରାଯାଇଛି । ଗତମାସରେ ଦେଶରେ ଏଯାଏଁ ସର୍ବାଧିକ ୧.୪୨ ଲକ୍ଷ କୋଟି ଟଙ୍କାର ଦ୍ରବ୍ୟ ଓ ସେବା କର ସଂଗ୍ରହ ହୋଇଥିବା ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଏହା ପୂର୍ବରୁ ଗତ ଜାନୁଆରୀରେ ସର୍ବାଧିକ ଜିଏସଟି ଆଦାୟର ରେକର୍ଡ ରହିଥିଲା । ସେହି ମାସରେ ୧.୪୦ ଲକ୍ଷ କୋଟିର ଜିଏସଟି ସଂଗ୍ରହ ହୋଇଥିଲା । ଜାଲ ବିଲ ପ୍ରସ୍ତୁତକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଜିଏସଟି ଆଦାୟରେ ଏହି ବୃଦ୍ଧି ପରିଲକ୍ଷିତ ହୋଇଥିବା ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)