• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚାନ୍ଦବାଲି JMFC କୋର୍ଟ ଅଭିମୁଖେ ବାହାରିଲା କ୍ରାଇମବ୍ରାଞ୍ଚ ଟିମ୍ । ମାନସ ହତ୍ୟା ମାମଲାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ  ଧରି ବାହାରିଲା ପୁରା ଟିମ୍‌ । ଆଜି ରିମାଣ୍ଡ ଶେଷ ହେଉଥିବାରୁ JMFCରେ ସେମାନଙ୍କୁ ହାଜର କରାଯିବ । ତେବେ ଆଜି ସେଠାରେ ଅଧିକ ତଦନ୍ତ ପାଇଁ ଆଉ ୫ ଦିନର ରିମାଣ୍ଡ ଆବେଦନ କରିବ କ୍ରାଇମବ୍ରାଞ୍ଚ । ୪ ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର ବେଳେ ରିମାଣ୍ଡ ଆବେଦନ କରିବ ଟିମ୍‌ । 

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟରେ ହାଜର କରାଯିବ । ଚାନ୍ଦବାଲି JMFCରେ ହାଜର କରି କ୍ରାଇମବ୍ରାଞ୍ଚ ପୁଣିଥରେ ରିମାଣ୍ଡ ପାଇଁ ଆବେଦନ କରିପାରେ । ମାର୍ଚ୍ଚ ୨୯ରୁ ଅଭିଯୁକ୍ତ ଶର୍ମିଷ୍ଠା, ଝୁନା, ନିରଂଜନ ଓ ରଂଜନଙ୍କୁ ୫ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ ।

ତେବେ ଗତ ୪ ଦିନର ରିମାଣ୍ଡ ଅବଧି ମଧ୍ୟରେ ଶର୍ମିଷ୍ଠା ବଖାଣିଥିଲେ ଅପହରଣ, ହତ୍ୟା ଆଉ ଶବ ପୋତିବାର କାହାଣୀ । ଶର୍ମିଷ୍ଠାଙ୍କ ପାଇଁ କେମିତି ସୁରକ୍ଷାର ଢାଲ ସାଜିଥିଲେ ବାବୁ ନିରଂଜନ, ତାର ଚାଞ୍ଚଲ୍ୟକର ତଥ୍ୟ ମଧ୍ୟ ପଦାକୁ ଆସିଛି । ଗତକାଲି ନିରଂଜନ ଓ ଶର୍ମିଷ୍ଠାଙ୍କୁ ନେଇ ସମ୍ପୂର୍ଣ୍ଣ ନ୍ୟୁଜ୍ ଅଫିସରେ ସିନ୍ ରିକ୍ରିଏସନ୍ କରିଥିଲେ ତଦନ୍ତକାରୀ ଅଧିକାରୀ । ନିରଂଜନଙ୍କ ଏକ ଗୁପ୍ତ ଡାଏରୀ ବି ଜବତ କରିଛି କ୍ରାଇମ୍‌ବ୍ରାଞ୍ଚ ।

ତେବେ ଗତକାଲି ହତ୍ୟା ଘଟଣାର ବଡ଼ ଖୁଲାସା ହୋଇଥିଲା। ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ନିରଞ୍ଜନ ସେଠୀ ଫେରାର କରାଇଥିବା ନେଇ ତଥ୍ୟ ସାମ୍ନାକୁ ଆସିଥିଲା । ସୂଚନା ଅନୁସାରେ ମାନସଙ୍କୁ ଅପହରଣ ଦିନ ନିରଞ୍ଜନ ଦୟାଲ ଆଶ୍ରମ ଯାଇଥିଲେ । ସେହିଦିନ ନିରଞ୍ଜନ ଶର୍ମିଷ୍ଠାଙ୍କ ‘ସଂପୂର୍ଣ୍ଣ’ ଅଫିସ ମଧ୍ୟ ଯାଇଥିବା ନେଇ ସୂଚନା ମିଳିଥିଲା । ଏସବୁ ତଥ୍ୟ ସାମ୍ନାକୁ ଆସିବା ପରେ ଗତକାଲି କ୍ରାଇମବ୍ରାଞ୍ଚ ଟିମ୍ ଭୁବନେଶ୍ୱର ସ୍ଥିତ ‘ସଂପୂର୍ଣ୍ଣ’ ଅଫିସ୍‌ରେ ଛାନ୍‌ଭିନ୍‌ ଆରମ୍ଭ କରିଛି । ଅଫିସ୍‌କୁ ପୂରା କର୍ଡନ କରି କ୍ରାଇମବ୍ରାଞ୍ଚ ଟିମ୍‌ ଯାଞ୍ଚ କରିଛି ।