Advertisment

କ୍ରାଇମ ସିନ୍ ରିକ୍ରିଏସନ୍, ଘଣ୍ଟା ଘଣ୍ଟାର ଜେରା...ଶେଷରେ କାନ୍ଦି କାନ୍ଦି ଅପରାଧ ମାନିଲେ ଶର୍ମିଷ୍ଠା

କ୍ରାଇମ ସିନ୍ ରିକ୍ରିଏସନ୍, ଘଣ୍ଟା ଘଣ୍ଟାର ଜେରା,ଏକାଧିକ ପ୍ରଶ୍ନ...ଗତ ୪ ଦିନ ଧରି କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ କିଛି ଏଭଳି ଭାବେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Cameraman Manas Swain Murder Case

Cameraman Manas Swain Murder Case

କ୍ରାଇମ ସିନ୍ ରିକ୍ରିଏସନ୍, ଘଣ୍ଟା ଘଣ୍ଟାର ଜେରା,ଏକାଧିକ ପ୍ରଶ୍ନ...ଗତ ୪ ଦିନ ଧରି କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ କିଛି ଏଭଳି ଭାବେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ନିରଞ୍ଜନ ସେଠୀଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କଠୁ ତଥ୍ୟ ଓଗାଳୁଛି କ୍ରାଇମବ୍ରାଞ୍ଚ।

Advertisment

୫ ଦିନିଆ ରିମାଣ୍ଡର ଆଜି ଶେଷ ଦିନ ହୋଇଥିବାରୁ ଗିରଫ ଶର୍ମିଷ୍ଠା, ନିରଞ୍ଜନ, ଝୁନା, ରାଜ୍‌ଙ୍କଠୁ ଅଧିକ ତଥ୍ୟ ଓ ପ୍ରମାଣ ଯୋଗାଡ଼ କରିବାକୁ ଚେଷ୍ଟା ହେଉଛି। ପ୍ରକୃତରେ କେଉଁ କାରଣ ପାଇଁ ମାନସଙ୍କୁ ହତ୍ୟା କରାଗଲା ?ସେ ସମ୍ପର୍କରେ ତଦନ୍ତ ଚାଲିଛି। ତେବେ ହତ୍ୟାର ପ୍ରମୁଖ କାରଣ ଏବେ ଯାଏ ତଦନ୍ତକାରୀ ସଂସ୍ଥା ହାତରେ ଲାଗିନି।

ସେହିପରି ମେମୋରି ଚିପ୍ ପ୍ରସଙ୍ଗରେ କିନ୍ତୁ ଏବେ ଯାଏ ସ୍ପଷ୍ଟ କରୁନି କ୍ରାଇମବ୍ରାଞ୍ଚ। ଅଣ୍ଡରଟେକିଂ ଲେଖାଇ ମେମୋରି ଚିପ୍ ପାଇ ଯାଇଛି ବୋଲି ଯେଉଁ ଭିଡ଼ିଓରେ ଶର୍ମିଷ୍ଠା କହୁଛନ୍ତି, ତାର ସତ୍ୟତା କେତେ ? ଯଦି ସେ ମେମୋରି ଚିପ୍ ପାଇଯାଇଥିଲେ ତେବେ ମାନସଙ୍କୁ ହତ୍ୟା ଯାଏ କଥା ଗଲା କାହିଁକି ? କେଉଁଠି ଏବେ ସେହି ମେମୋରି ଚିପ୍? ଏଭଳି ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।

Advertisment

ଗତକାଲି ରିମାଣ୍ଡର ଚତୁର୍ଥ ଦିନରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଧରି ଅପରାଧର ଛାପ ଥିବା ୩ଟି ଜିଲ୍ଲାକୁ ନେଇ କ୍ରାଇମବ୍ରାଞ୍ଚ ଡେମୋ କରାଇଥିଲା। ପ୍ରଥମେ ଚାନ୍ଦବାଲି, ପରେ ଭୁବନେଶ୍ୱର ଦୟାଲ ଆଶ୍ରମ ଏହାପରେ ନୟାଗଡ଼ ରଣପୁରକୁ ଶର୍ମିଷ୍ଠାଙ୍କୁ ନିଆଯାଇଥିଲା। ଦୟାଲ ଆଶ୍ରମରେ କ୍ରାଇମ୍‌ ସିନ୍‌ ରିକ୍ରିଏସନ୍ ବେଳେ ଶର୍ମିଷ୍ଠା କାନ୍ଦି କାନ୍ଦି ବଖାଣିଥିଲେ ଅପରାଧ ଆଉ ଷଡ଼ଯନ୍ତ୍ରର କାହାଣୀ। ମାନସ ମୃତ୍ୟୁ ମାମଲାରେ ୪ ଅଭିଯୁକ୍ତଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନିଆଯାଇଛି। ଏହି ୫ ଦିନ ଭିତରେ ମାନସ ମୃତ୍ୟୁ ସମ୍ପର୍କରେ ସମସ୍ତ ତଥ୍ୟ ଓଗାଳିବାକୁ ତଦନ୍ତକାରୀ ସଂସ୍ଥା ଚେଷ୍ଟା କରୁଛି।

Cameraman Manas Swain Murder Cameraman Manas Swain Sarmistha Rout Cameraman Manas Swain Murder Case
Advertisment
Advertisment