Advertisment

ମାନସ ହତ୍ୟା ମାମଲା, ଆଜି ଚାନ୍ଦବାଲି JMFC କୋର୍ଟରେ ହାଜର ହେବେ ଅଭିଯୁକ୍ତ

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତଙ୍କ କ୍ରାଇମବ୍ରାଞ୍ଚ ରିମାଣ୍ଡ ସରିଛି । ଆଜି ଅଭିଯୁକ୍ତ ମାନଙ୍କୁ ଚାନ୍ଦବାଲି JMFC କୋର୍ଟରେ ହାଜର କରାଯିବ । ତେବେ ଏହି ଘଟଣାରେ ପୁଣି ଥରେ ରିମାଣ୍ଡ ଆବେଦନ କରିପାରେ କ୍ରାଇମ ବ୍ରାଞ୍ଚ ।

author-image
Pallipuspa Samal
manas murder case

manas murder case

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟରେ ହାଜର କରାଯିବ । ଚାନ୍ଦବାଲି JMFCରେ ହାଜର କରି କ୍ରାଇମବ୍ରାଞ୍ଚ ପୁଣିଥରେ ରିମାଣ୍ଡ ପାଇଁ ଆବେଦନ କରିପାରେ । ମାର୍ଚ୍ଚ ୨୯ରୁ ଅଭିଯୁକ୍ତ ଶର୍ମିଷ୍ଠା, ଝୁନା, ନିରଂଜନ ଓ ରଂଜନଙ୍କୁ ୫ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ ।

Advertisment

ରିମାଣ୍ଡ ଅବଧି ମଧ୍ୟରେ ଶର୍ମିଷ୍ଠା ବଖାଣିଥିଲେ ଅପହରଣ, ହତ୍ୟା ଆଉ ଶବ ପୋତିବାର କାହାଣୀ । ଶର୍ମିଷ୍ଠାଙ୍କ ପାଇଁ କେମିତି ସୁରକ୍ଷାର ଢାଲ ସାଜିଥିଲେ ବାବୁ ନିରଂଜନ, ତାର ଚାଞ୍ଚଲ୍ୟକର ତଥ୍ୟ ମଧ୍ୟ ପଦାକୁ ଆସିଛି । ଗତକାଲି ନିରଂଜନ ଓ ଶର୍ମିଷ୍ଠାଙ୍କୁ ନେଇ ସମ୍ପୂର୍ଣ୍ଣ ନୁ୍ୟଜ୍ ଅଫିସରେ ସିନ୍ ରିକ୍ରିଏସନ୍ କରିଥିଲେ ତଦନ୍ତକାରୀ ଅଧିକାରୀ । ନିରଂଜନଙ୍କ ଏକ ଗୁପ୍ତ ଡାଏରୀ ବି ଜବତ ହୋଇଛି ।

ତେବେ ଗତକାଲି ହତ୍ୟା ଘଟଣାର ବଡ଼ ଖୁଲାସା ହୋଇଥିଲା। ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ନିରଞ୍ଜନ ସେଠୀ ଫେରାର କରାଇଥିବା ନେଇ ତଥ୍ୟ ସାମ୍ନାକୁ ଆସିଥିଲା । ସୂଚନା ଅନୁସାରେ ମାନସଙ୍କୁ ଅପହରଣ ଦିନ ନିରଞ୍ଜନ ଦୟାଲ ଆଶ୍ରମ ଯାଇଥିଲେ। ସେହିଦିନ ନିରଞ୍ଜନ ଶର୍ମିଷ୍ଠାଙ୍କ ‘ସଂପୂର୍ଣ୍ଣ’ ଅଫିସ ମଧ୍ୟ ଯାଇଥିବା ନେଇ ସୂଚନା ମିଳିଥିଲା । ଏସବୁ ତଥ୍ୟ ସାମ୍ନାକୁ ଆସିବା ପରେ  ଗତକାଲି କ୍ରାଇମବ୍ରାଞ୍ଚ ଟିମ୍ ଭୁବନେଶ୍ୱର ସ୍ଥିତ ‘ସଂପୂର୍ଣ୍ଣ’ ଅଫିସ୍‌ରେ ଛାନ୍‌ଭିନ୍‌ ଆରମ୍ଭ କରିଛି। ଅଫିସ୍‌କୁ ପୂରା କର୍ଡନ କରି କ୍ରାଇମବ୍ରାଞ୍ଚ ଟିମ୍‌ ଯାଞ୍ଚ କରିଛି।

Advertisment

ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ପ୍ରକୃତରେ କେଉଁ କାରଣ ପାଇଁ ମାନସଙ୍କୁ ହତ୍ୟା କରାଗଲା ? ସେ ସମ୍ପର୍କରେ ତଦନ୍ତ ଚାଲିଛି। ତେବେ ହତ୍ୟାର ପ୍ରମୁଖ କାରଣ ଏବେ ଯାଏ ତଦନ୍ତକାରୀ ସଂସ୍ଥା ହାତରେ ଲାଗିନି।

Manas Murder Case
Advertisment
Advertisment