ଘରୋଇ କଳହକୁ କେନ୍ଦ୍ର କରି ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏନେଇ ମହିଳା ଜଣକ ନିଜ ୨ ମାସର ଶିଶୁକୁ ହତ୍ୟା କରି କୂଅକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।
ଅପହରଣର ୫ ଘଣ୍ଟା ପରେ ଉଦ୍ଧାର ହେଲା ୯ ବର୍ଷର ଶିଶୁ ପୁତ୍ର। ଶିଶୁପୁତ୍ରକୁ ଏକ ସ୍କୁଲ୍ ନିକଟରୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ଏହାପରେ ଶିଶୁପୁତ୍ରକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବରଗଡ଼ରେ ୯ ବର୍ଷର ଶିଶୁ ପୁତ୍ରକୁ ଅପହରଣ ନେଇ ଅଭିଯୋଗ ହୋଇଥିଲା।
ଅପହରଣର ୫ ଘଣ୍ଟା ପରେ ଉଦ୍ଧାର ହେଲା ୯ ବର୍ଷର ଶିଶୁ ପୁତ୍ର। ଶିଶୁପୁତ୍ରକୁ ଏକ ସ୍କୁଲ୍ ନିକଟରୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ବରଗଡ଼ରେ ୯ ବର୍ଷର ଶିଶୁ ପୁତ୍ରକୁ ଅପହରଣ ନେଇ ଅଭିଯୋଗ ହୋଇଥିଲା।
ଇ କମର୍ସ ପ୍ଲାଟଫର୍ମରେ ଜିନିଷ କିଣି ଠକେଇର ଶିକାର ହୋଇଛନ୍ତି ବ୍ରହ୍ମପୁରର ଜଣେ ଶିକ୍ଷକ ବିପିନ ବିହାରୀ ମହାପାତ୍ର। କେମିତି ତାଙ୍କ ଖାତାରୁ କଟିଲା ଲକ୍ଷେ ୪୮ ହଜାର ଟଙ୍କା ଦେଖନ୍ତୁ
ଗଡ଼ିଆ ଭିତରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଉଭୟ କାଲି ପିକ୍ନିକ୍ ପାଇଁ ବାହାରକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରି ନଥିଲେ।
ଯଦି ଅନ୍ଲାଇନ୍ରୁ ଜିନିଷ କିଣୁଛନ୍ତି, ତା’ହେଲେ ଅନ୍ଲାଇନ୍ ପେମେଣ୍ଟ୍ ବେଳେ ସାବଧାନ ରୁହନ୍ତୁ। ନଚେତ୍ ଟିକିଏ ଅସାବଧାନତା ଯୋଗୁ ଆପଣ ଠକାମିର ଶିକାର ହୋଇପାରନ୍ତି।
ମାଉସୀ ଜଣକ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ। ଚାକିରି କାଳରେ ବହୁ ପିଲାଙ୍କୁ ମଣିଷ କରିଛନ୍ତି। ସ୍ୱାମୀ କେବେଠାରୁ ଆରପାରିକୁ ଚାଲିଗଲେଣି। ଆଉ ଏବେ ପରିଣତ ବୟସରେ ତାଙ୍କ ନିଜ ଘରେ ତାଙ୍କୁ ବନ୍ଦି କରି ରଖା ଯାଇଛିଯ। ନୂଆ ବର୍ଷରେ ସମସ୍ତେ ମଉଜ କରୁଥିବା ବେଳେ ୬ଦିନ ହେଲାଣି ତାଙ୍କୁ କେହି ଆସି ବନ୍ଦି କରି ଦେଇ ଯାଇଛି। ବାହାରେ ପୁଅ ଭୋ ଭୋ କାନ୍ଦୁଛନ୍ତି...
ଏହା ଆମର ନିଜ ଘର। ନିଜ ଘରେ ଆମେ ନିଜେ ବନ୍ଦୀ ହୋଇଛୁ। ନୂଆବର୍ଷରେ ଆମେ ବନ୍ଦୀର ଜୀବନ ବିତାଉଛୁ। ୫ ଦିନ ହେଲାଣି ଆମେ ବନ୍ଦୀ ହୋଇ ରହିଛୁ।
ଇନ୍ଫୋସିଟି ଥାନା ଅଞ୍ଚଳର ଥିବା ଏକ ଘରୋଇ କଲେଜ ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀ ଜଣକ ଘରୋଇ କଲେଜରେ ଏମବିଏ ଦ୍ୱିତୀୟ ବର୍ଷରେ ପାଠପଢ଼ୁଥିଲେ ।
ଏମାନଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ। ପୋଖରୀରେ ପଙ୍କ ଉଦ୍ଧାର ହେବ କହିଲେ....ଆଉ ବିଲ୍ ବି କଲେ। କିନ୍ତୁ ପଙ୍କ ଉଦ୍ଧାର ତ କଲେନି ବରଂ କିଛି ମାଟି ପକାଇ ଖାଇଗଲେ ୧୩ ଲକ୍ଷ ଟଙ୍କା, ଦେଖନ୍ତୁ ଏହି ଭିଡ଼ିଓ
ଭୁବନେଶ୍ୱର ପାଲଟିଛି ଠକଙ୍କ କ୍ୟାପିଟାଲ । ଯିଏ ଯାହାର ଚିତା କାଟିଲା, ଯିଏ ଯାହାକୁ ଚୂନ ଲଗେଇପାରିଲା । ଗାଡ଼ି ହେଉ କି ଚାକିରି, ଘର ହେଉ କି ଜାଗାବାଡ଼ି । ମିଛ ପ୍ରଲୋଭନ ଦେଇ ବେଧଡ଼କ ଢଙ୍ଗରେ କୋଟି କୋଟି ଟଙ୍କାର ଠକେଇ କରୁଛନ୍ତି କିଛି ଠକ ।
ବାଲେଶ୍ୱର ଜିଲ୍ଲା ନୀଳଗିରିରୁ ଜଣେ ମହିଳାଙ୍କ ଆକାଉଣ୍ଟରୁ ବଡ଼ ଧରଣର ସାଇବର ଠକେଇ ନେଇ ଅଭିଯୋଗ ହୋଇଛି । ପ୍ରାୟ ୧୨ ଲକ୍ଷରୁ ଅଧିକ ଟଙ୍କା ଫ୍ରଡ୍ ହୋଇଥିବା ଅଭିଯୋଗ ହୋଇଛି ।
ନିଜ କେମିଷ୍ଟ୍ ବାପା ମହେଶ ଚନ୍ଦ୍ର ଜୈନଙ୍କ ଠାରୁ ଅତର ସହିତ ପାନମସଲା ଓ ଅନ୍ୟ ଖାଦ୍ୟଦ୍ରବ୍ୟରେ ବ୍ୟବହୃତ ଏସେନ୍ସ ତିଆରି ଶିଖି, ୧୫ ବର୍ଷ ତଳେ ଓଡୋକେମ୍ ଇଣ୍ଡଷ୍ଟ୍ରିଜ୍ ପ୍ରତିଷ୍ଠା କରିଥିଲେ ପୀୟୂଷ ।
କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ସଂସିଧାରେ କଲ୍ୟାଣ ମଣ୍ଡପ ନିର୍ମାଣକୁ ନେଇ ଗୋଷ୍ଠୀ ସଂଘର୍ଷ । ଏଥିରେ ୩ ଜଣ ଗୁରୁତର ଆହତ ହୋଇଥିବାର ସୂଚନା ମିଳିଛି । ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଥିବା ଅନୁଦାନରେ କଲ୍ୟାଣ ମଣ୍ଡପ ନିର୍ମାଣ ଚାଲିଛି ।
ବିଶ୍ୱ ଐତିହ୍ୟ ପର୍ଯ୍ୟଟନ ସ୍ଥଳ କୋଣାର୍କରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ । ରାତି ହେଲେ ଚାଲୁଛି ଶହ ଶହ ଟ୍ରକ୍ ବାଲି ଚୋରା ଚାଲାଣ । ସରକାରୀ ବାବୁ ଓ ମାଫିଆଙ୍କ ମଧୁଚନ୍ଦ୍ରିକାରେ ଲୁଟ୍ ଚାଲିଥିବା ଅଭିଯୋଗ ସ୍ଥାନୀୟ ବାସିନ୍ଦା କରିଛନ୍ତି ।
ବେଳାଭୂମିରେ ବାଲି ମାଫିଆଙ୍କ ରାଜ୍। ରାତି ହେଲେ ବେଧଡ଼କ ଚାଲୁଛି ଚୋରା ଚାଲାଣ। କିଟିମିଟି ଅନ୍ଧାର ଭିତରେ ଚାଲିଛି କୋଟି କୋଟିରେ ଖେଳ।
ମାଞ୍ଜା ସୂତା ଲାଗି ବଡ଼ ଅଘଟଣ। ଦିନରେ କଟକ, ରାତିରେ ପୁରୀ। ମକର ସଂକ୍ରାନ୍ତି ପାଖେଇ ଆସୁଥିବା ବେଳେ ଗୁଡି ସୂତା ନେଇଛି ଜଣଙ୍କ ଜୀବନ।
ଟ୍ୟାକ୍ସ ଫାଙ୍କି ଅଭିଯୋଗରେ ବ୍ୟବସାୟୀ ପୀୟୂଷ ଜୈନଙ୍କୁ CGST ଧାରା ୬୭ ଅଧୀନରେ ଗିରଫ କରାଯାଇଥିବା ବେଳେ, ଏହି କୋଟିପତିଙ୍କୁ କାକାଦେବ ଥାନାରେ ତଳେ ଶୋଇ ପ୍ରଥମ ରାତି କଟାଇବାକୁ ପଡ଼ିଥିଲା ।
ଉଦ୍ବେଗଜନକ କଥା ହେଉଛି, ଭୁବନେଶ୍ୱରରେ ଏହି ବର୍ଷ, ବର୍ତ୍ତମାନ ସୁଦ୍ଧା ୨୭୭ ଜଣ ଆତ୍ମହତ୍ୟା କରିଥିବା ବେଳେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ସଂଖ୍ୟା ଅଧିକ । ଫାଶି ଲଗାଇ ସର୍ବାଧିକ ୯୪ ଜଣ ପୁରୁଷ ଆତ୍ମହତ୍ୟା କରିଥିବା ବେଳେ ମହିଳାଙ୍କ ସଂଖ୍ୟା ରହିଛି ୪୧ ।
ସ୍ପେଶାଲ୍ ଏନଫୋର୍ସମେଂଟ୍ ଟିମ୍ ଗଠନ କରି କଟକର ବିଭିନ୍ନ ଗୁଡି ଦୋକାନରେ ଚଢାଉ କରାଯାଇଛି । ତେବେ ପ୍ରଶ୍ନ ଉଠିଛି ୨୦୧୬ରେ ମାଞ୍ଜା ସୂତା ଓ ପ୍ଲାଷ୍ଟିକ ସୂତା ଉପରେ ଯଦି ହାଇକୋର୍ଟ ବ୍ୟାନ ଲଗାଇଥିଲେ, ତା ହେଲେ ବେଧଡ଼କ ବ୍ୟବହାର ଚାଲିଛି କେମିତି ? କ’ଣ କରୁଛି ପୋଲିସ ?
ଯୌତୁକ ଜୁଇରେ ଜଳିଗଲା ଦୁଇ ବଧୂଙ୍କ ଜୀବନ। ଯୌତୁକ ନଦେଇପାରିବାରୁ ଜୀବନ ନେଇଗଲେ ଶ୍ୱଶୁର ଘର ଲୋକେ। ଯୌତୁକ ପାଇଁ କଟକ ଓ ଭଦ୍ରକ ଜିଲ୍ଲାରେ ୨ ମହିଳାଙ୍କ ଜୀବନ ଚାଲି ଯାଇଛି।
ମାଞ୍ଜା ସୂତା ପାଇଁ ଗୋଟିଏ ଦିନରେ ଦୁଇଟି ଅଘଟଣ ଘଟିଛି। କେଉଁଠି ଜୀବନ ନେଇଛି ମାଞ୍ଜା ସୂତା ତ ଆଉ କେଉଁଠି ଆହତ ହୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି ଯୁବକ।
ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପତି ପତ୍ନୀଙ୍କ ମଧୁର ସମ୍ପର୍କରେ ଲାଗିଲା ଦାଗ। ଯିଏ ସୁଖ, ଦୁଃଖରେ ଛିଡ଼ା ହେବା ପାଇଁ ସ୍ତ୍ରୀକୁ ବଚନ ଦେଇଥିଲେ, ଶେଷରେ ସବୁକିଛି ଭୁଲି ପିଶାଚ ସାଜିବାକୁ ମଧ୍ୟ ପଛାଇଲେ ନାହିଁ। ଦୁଷ୍କର୍ମ ପାଇଁ ପତ୍ନୀଙ୍କୁ ସାଙ୍ଗ ହାତରେ ଟେକି ଦେଇ ଜହ୍ଲାଦ ସାଜିଲା ସ୍ୱାମୀ।
ଗାଁ ଦାଣ୍ଡରେ ଜ୍ୱାଇଁଙ୍କୁ ପିଟିପିଟି ହତ୍ୟା। କାକା ଶ୍ୱଶୂର ଓ ୨ ଶାଳକ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ବୌଦ୍ଧ ବାଉଁଶୁଣୀ ଥାନା ଅନ୍ତର୍ଗତ ବଲାକିରା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।