• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଏକ ଛାତିଥରା କାହାଣି । ଆଉ ଏକ ହୃଦୟ ବିଦାରକ ଯାହାଶୁଣିଲେ ଆପଣଙ୍କୁ ବି କରିବ ଆଶ୍ଚର୍ଯ୍ୟ । ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା । ସମସ୍ତଙ୍କ ଗଳା କାଟି କରାଯାଇଛି ହତ୍ୟା । ଏହି ଖବର ଏବେ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାଟି ଉତ୍ତରପ୍ରଦେଶର ପ୍ରୟାଗରାଜ ଖଗାଲପୁର ଗାଁରୁ ଆସିଛି । ମୃତକଙ୍କ ମଧ୍ୟରେ ସ୍ୱାମୀ-ସ୍ତ୍ରୀ ଏବଂ ସେମାନଙ୍କର ତିନି ସନ୍ତାନ ରହିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନ୍ନ ତନ୍ନ କରି ତଦନ୍ତ ଆରମ୍ଭ କରିଛି ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ମୃତକ ୪୨ ବର୍ଷୀୟ ରାହୁଲ ତିୱାରୀ, ୩୮ ବର୍ଷୀୟ ପତ୍ନୀ ପ୍ରିତି ଓ ତିନି ଝିଅ ମାହି- ପିହୁ ଓ ପୋହୁ ସହ ଖଗଲପୁରରେ ଏକ ଭଡ଼ା ଘରେ ରହୁଥିଲେ । କିନ୍ତୁ ଏମାନେ କୌଂଶବିର ମୂଳ ବାସିନ୍ଦା ।

ପୋଲିସର ସୂଚନାନୁସାରେ, ପତ୍ନୀ ଏବଂ ତିନି ପିଲାଙ୍କ ମୃତଦେହ ଖଟ ଉପରେ ପଡ଼ିଥିଲା । ସେମାନଙ୍କର ଗଳା କଟାଯାଇ ହତ୍ୟା କରାଯାଇଛି । ଅନ୍ୟପଟେ ରାହୁଲ ତିୱାରୀଙ୍କ ମୃତଦେହ ଗାଧୁଆଘରୂ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବା ପୋଲିସ କହିଛି । ପୋଲିସ ଏହି ସବୁ ଦିଗରୁ ତଦନ୍ତ ଆରମ୍ଭ କରିଛି ।

ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ପୋଲିସ ଅଧିକାରୀଙ୍କୁ ଘଟଣାର ନିରପେକ୍ଷ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣା ଯିଏ ବି ଦାୟୀ ହେଉ ନା କାହିଁକି, ସେ ନିଶ୍ଚୟ ଦଣ୍ଡ ପାଇବ ।

ଓଡ଼ିଶାରେ ମଧ୍ୟ ଘଟିଥିଲା ସମାନ ଘଟଣା

ଅନ୍ୟପଟେ ଏହିଭଳି ସମାନ ଘଟଣା ଓଡ଼ିଶାରେ ମଧ୍ୟ ଘଟିଛି । ଜଣେ ବ୍ୟକ୍ତି ଜମିବାଡ଼ି ବିବାଦକୁ ନେଇ ନିଜ ଭାଇର ପୂରା ପରିବାରକୁ ହତ୍ୟା କରିଛି । ମୃତକଙ୍କ ମଧ୍ୟରେ ହତ୍ୟାକାରୀ ବଡ଼ ଭାଇ, ଭାଉଜ ଓ ତିନି ସନ୍ତାନ ଥିଲେ । ହତ୍ୟା ପରେ ଅଭିଯୁକ୍ତ ଏକ ଭିଡିଓ ମେସେଜ ଜାରି କରି ଦୋଷ ସ୍ୱୀକାର କରିଥିଲା । ପରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା । ପୋଲିସ ତାକୁ ଗିରଫ କରି ଏବେ ଏବେ ରିମାଣ୍ଡରେ ନେଇଛି । ତେବେ ଏଠି ଏବେ ପ୍ରଶ୍ନ ଉଠୁଛି, ଜଣେ ବ୍ୟକ୍ତି କିଭଳି ଏକାଥରେ ପାଞ୍ଚ ଜଣଙ୍କୁ ହତ୍ୟା କଲା ? ଆଉ ହତ୍ୟା ପରେ ଏତେ ସହଜରେ ଭିଡିଓ ମାଧ୍ୟମରେ ନିଜର ଦୋଷ ସ୍ୱୀକାର କରିପାରୁଛି । ଅଭିଯୁକ୍ତ ଜଣକ ହେଉଛି ୪୨ ବର୍ଷୀୟ ଶିବ ପ୍ରସାଦ ସାହୁ ।