Man shoots daughter in law for not serving breakfast cops
ବୋହୂକୁ ଗୁଳିରେ ମାରିଲେ ଶ୍ୱଶୂର । ମହାରାଷ୍ଟ୍ର ଠାଣେ ସହରରୁ ଆସିଛି ଏହି ସଙ୍ଗୀନ ଅଭିଯୋଗ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଚା’ ସହିତ ଜଳଖିଆ ନଦେବାରୁ ଶ୍ୱଶ୍ୱୂର ନିଜ ବୋହୂକୁ ଗୁଳି ଚଳାଇଥିବା ଜଣାପଡିଛି ।
ଅଭିଯୋଗ ଅନୁଯାୟୀ, ଗତକାଲି ସକାଳ ପ୍ରାୟ ୧୧ ଟା ୩୦ ବେଳେ ବୋହୂ ଚା’ ସହ ଜଳଖିଆ ନ ଦେଇଥିବାରୁ ତାଙ୍କ ଶ୍ୱଶୂର ରାଗିଯାଇଥିଲେ । ଯାହା ପରେ ସେ ବନ୍ଧୁକ ଦ୍ୱାରା ତାଙ୍କ ବୋହୂଙ୍କୁ ଗୁଳି ଚଳାଇଥିଲେ । ପରିବାରର ଅନ୍ୟ ସଦସ୍ୟଙ୍କ ଦ୍ୱାରା ଆହତ ମହିଳାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏବେ ସେ ଚିକିତ୍ସାଧୀନ ଅଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଏନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ଅଭିଯୁକ୍ତ କାଶିନାଥ ପାଣ୍ଡୁରଙ୍ଗ ପଟେଲଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୁଦ୍ଧରେ ଇଣ୍ଡିଆନ୍ ପେନାଲ୍ କୋଡ୍ ଧାରା ୩୭୦(ହତ୍ୟା ଉଦ୍ୟମ) ଓ ୫୦୬ ଅନୁଯାୟୀ ମାମଲା ରୁଜୁ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)