ଆସନ୍ତାବର୍ଷ ଓଡ଼ିଶାରେ ହେବ ହକି ବିଶ୍ୱକପ୍ । ଏହି ଅବସରରେ ବିଦେଶରୁ ଆସିବେ ଖେଳାଳୀ, ଅଫିସିଆଲ ଓ ଖେଳପ୍ରେମୀ । ଆଉ ଏହି ମେଗା ଇଭେଣ୍ଟ ଅବସରରେ ଦାମିକା ନିଶା ଦ୍ରବ୍ୟ କୋକେନ୍ ବିକ୍ରି ଲାଗି ଯୋଜନା ରଖିଥିଲେ ଭୁବନେଶ୍ୱରରୁ ଗିରଫ ଦୁଇ ଅଭିଯୁକ୍ତ ରବି ଓ ସନ୍ନି ।
ଏବେ ପ୍ରଶ୍ନ, ହକି ବିଶ୍ୱକପ୍କୁ ଟାର୍ଗେଟ କରି ଅଭିଯୁକ୍ତ, ଓଡ଼ିଶାକୁ କୋକେନ ଆଣିଥିଲେ ନା ବହୁ ଦିନ ହେଲା ଏହି ଧନ୍ଦାରେ ଲିପ୍ତ ଅଛନ୍ତି ? ସେହିପରି ଏହି ନିଶା କାରବାର ପଛରେ ରହିଛି ଆଉ କେଉଁମାନଙ୍କ ସଂପୃକ୍ତି?