Advertisment

ନରସଂହାର କରିବା ପୂର୍ବରୁ ନିଜର ଲୁଙ୍ଗି ଖୋଲିଦେଇଥିଲା ଶିବ

ଶିବ ଘରେ ପ୍ରବେଶ କରି ପ୍ରଥମେ ଖଟରେ ଶୋଇଥିବା ଭାଇବୋହୂଙ୍କୁ ହାଣିଲା।

author-image
Chandan Shishu
ଅଦ୍ୟତନ ହୋଇଛି
undefined

Accused Shiva

ମୁଁ ପ୍ରତିଶୋଧ ନେଇଛି ସମ୍ପତ୍ତି ବିବାଦର...ମୁଁ ଜଣ ଜଣ କରି ୫ ଜଣଙ୍କୁ କଟୁରୀରେ ହାଣି ହତ୍ୟା କରିଛି...ମୁଁ ହିଁ ବନିଥିଲି ହତ୍ୟାକାରୀ...। ମାହାଙ୍ଗା କୁସୁପୁର ଗଣହତ୍ୟାର ମୁଖ୍ୟ ଅଭିଯୁକ୍ତ ଶିବ ସାହୁ ଆଜି ଏଭଳି ଢଙ୍ଗରେ ତଥ୍ୟ ବଖାଣିଛି କ୍ରାଇମସ୍ପଟ୍‌ରେ। ରକ୍ତରଂଜିତ ଅପରାଧର ଡେମୋ ଦେଖାଇଛି କୁସୁପୁରରେ। ସମୟ ଦିନ ୧୦ଟା ୪୦ ମିନିଟ୍। ୩ ଦିନିଆ ରିମାଣ୍ଡରେ ଥିବା ଶିବକୁ ମାହାଙ୍ଗା ଥାନାରୁ ଧରି କୁସୁପୁର ପହଞ୍ଚିଥିଲା ପୋଲିସ। ଆଉ କୁସୁପୁରର ଏହି ପୈତୃକ ଘରେ ସିନ୍ ରିକ୍ରିଏସନରେ ଗୋଟି ଗୋଟି କରି ସତ ଉଗାରିଛି ଶିବ।

Advertisment

ପୋଲିସ ସୂଚନା ଅନୁଯାୟୀ, ଘଟଣା ଦିନ ସଂଧ୍ୟା ସାଢ଼େ ୬ଟାରେ ଶିବ ଓ ବଡ଼ଭାଇ ଅଲେଖ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ବିଧବା ମାର ମୃତ୍ୟୁ ପରେ ବି ବଡ଼ଭାଇର ଦଖଲରେ ଥିବା ଘରକୁ ନେଇ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳ ପରେ ବଡ଼ଭାଇର ସପରିବାରକୁ ନିଶ୍ଚିହ୍ନ କରିଦେବାକୁ ଶିବ ନିଷ୍ପତ୍ତି ନେଇଥିଲା।ସେଥିପାଇଁ ପୂର୍ବ ଯୋଜନା ଅନୁଯାୟୀ, ପଜେଇକି ରଖିଥିବା ନୂଆ କଟୁରୀକୁ ଧରି ସେଦିନ ରାତି ୩ଟାରେ ପହଞ୍ଚିଥିଲା ଅଲେଖଙ୍କ ଘରେ। ଘରକୁ ଲାଗି ଦୋକାନ ଥିବାରୁ ଅଲେଖ ଓ ପରିବାର ପ୍ରାୟତଃ ଘର ଖୋଲା କରି ଶୋଉଥିଲେ। 

ଏହି ମଉକାରେ ଶିବ ଘରେ ପ୍ରବେଶ କରି ପ୍ରଥମେ ଖଟରେ ଶୋଇଥିବା ଭାଇବୋହୂଙ୍କୁ ହାଣିଲା। ପରେ ବଡ଼ଭାଇ ଉଠିବାରୁ ତାଙ୍କୁ ଆକ୍ରମଣ କରିଥିଲା। ଏହି ସମୟରେ ଚଟାଣରେ ଶୋଇଥିବା ୨ ପୁତୁରା ଓ ଝିଆରୀଙ୍କୁ ବି ଆଖିବୁଜା ଚୋଟ ପକାଇଥିଲା। କାଳେ ସମସ୍ତେ ବଞ୍ଚିଯିବେ, ସେଥିପାଇଁ ସମସ୍ତଙ୍କ ହାତର ଶୀରା ଓ ଗୋଡ଼ର ଗୋଛି କାଟିଥିଲା ଶିବ। ଏଭଳି କାଣ୍ଡ ଭିଆଇବା ପୂର୍ବରୁ ନିଜ ପିନ୍ଧା ଲୁଙ୍ଗିକୁ ସେ  ଖୋଲି ପକାଇଥିଲା। କାରଣ କାଳେ କୋଉଠି ଲାଗିଗଲେ ସେ ତଳେ ପଡ଼ିଯିବ। ଆଉ ସମସ୍ତଙ୍କୁ ଆକ୍ରମଣ କରି ଘରକୁ ଫେରିବା ସହ କିଛି ସମୟ ପରେ ଆତ୍ମସମର୍ପଣ ପାଇଁ ବାଲିଚନ୍ଦ୍ରପୁର ଥାନାକୁ ଯାଇଥିଲା।

Advertisment

ଆଜି ଘଣ୍ଟାଏ କାଳ କ୍ରାଇମ୍ ସିନ୍ ରିକ୍ରିଏସନ୍ ବେଳେ ଲୁହାର ଏକ ମାରଣାସ୍ତ୍ରକୁ ଜବତ କରିଛି ପୋଲିସ। ପୂର୍ବରୁ ହତ୍ୟାରେ ବ୍ୟବହୃତ କଟୁରୀ ଓ ଶିବର ମୋବାଇଲ ଫୋନକୁ ପୋଲିସ ସିଜ୍ କରିଥିଲା। ତେବେ ଛୋଟିଆ କୋଠରୀରେ ଏତେ ବଡ଼ କାଣ୍ଡ ଘଟୁଥିଲେ ବି ପଡୋଶୀ କାନକୁ କେମିତି ଶୁଭିଲାନି ? ଘଟଣାଦିନ ଅନ୍ୟ ଏକ ଘରେ ଥିବା ଶିବର ପତ୍ନୀ ସବୁ ଜାଣୁଥିଲେ ବି କାହିଁକି କାହାକୁ ଡାକିଲେନି ? ହତ୍ୟା ପୂର୍ବରୁ ୫ ଜଣଙ୍କୁ କୌଣସି ନିଶାଦ୍ରବ୍ୟ ଦେଇଥିଲା କି ଶିବ ?

ଏଭଳି ପ୍ରଶ୍ନର ଉତ୍ତର କିନ୍ତୁ ଏଯାଏଁ ହାତେଇନଥିବା ପୋଲିସ କହିଛି, ଅଭିଯୁକ୍ତର କଲ୍ ରେକର୍ଡ ମଗାଯାଇଛି। ତା ପତ୍ନୀର ସଂପୃକ୍ତି ଅଛି କି ନାହିଁ, ସେନେଇ ତଦନ୍ତ କରାଯାଉଛି। ହତ୍ୟା ପୂର୍ବରୁ ନିଶା ଦିଆଯାଇଥିଲା କି ନାହିଁ ପୋଷ୍ଟମର୍ଟମ, ଭିସେରା, ଫୋରେନସିକ୍ ରିପୋର୍ଟ ଆସିଲେ ଜଣାପଡ଼ିବ। ଆବଶ୍ୟକସ୍ଥଳେ ଶିବକୁ ପୁଣି ରିମାଣ୍ଡରେ ନିଆଯିବ। କାଲି ସରୁଛି ଶିବର ୩ ଦିନିଆ ରିମାଣ୍ଡ ଅବଧି। ଦିନକ ଭିତରେ ଶିବଠୁ ଆଉ କେଉଁ ତଥ୍ୟ ଆଦାୟ କରୁଛି ପୋଲିସ, ତାକୁ ଅପେକ୍ଷା।

ରିପୋର୍ଟ: ମନୋଜ ଆଚାର୍ଯ୍ୟ ଓ ଦେବାଶିଷ ମହାନ୍ତି

Mahanga Crime Reaction
Advertisment
Advertisment