• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସ୍ୱାମୀ-ସ୍ତ୍ରୀ ଝଗଡାରେ ବଳି ପଡିଲା ଝିଅ । ଝିଅକୁ ତଣ୍ଟି ଚିପି ହତ୍ୟା କଲା ମା’। ଦିଲ୍ଲୀର ସାଲିମାର ବାଘ୍‌ରୁ ଏହି ଚାଞ୍ଚଲ୍ୟ ଘଟଣା ସାମ୍ନାକୁ ଆସିଛି । କୌଣସି ଏକ କାରଣରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଇଥିଲା ଯାହା ପରେ ମହିଳା ଜଣକ ନିଜ ଝିଅର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, କାରପେଣ୍ଟ ଭାବେ କାର୍ଯ୍ୟରତ ସଞ୍ଜିତ ଓ ତାଙ୍କ ସ୍ତ୍ରୀ ଅଞ୍ଜଲି ଦେବୀ ଦୀର୍ଘଦିନ ଧରି ଦିଲ୍ଲୀର ହାଇଦରପୁରର ୮ ନଂ ଗଳିରେ ଏକ ଭଡା ଘରେ ରହିଆସୁଥିଲେ । କୌଣସି ଏକ କାରଣରୁ ଉଭୟଙ୍କ ମଧ୍ୟରେ ଝଗଡା ଲାଗିଥିଲା । ଫଳରେ ମହିଳା ଜଣକ କ୍ରୋଧରେ ନିଜ ଝିଅର ଗଳା ଚିପି ହତ୍ୟା କରିଛନ୍ତି । ଘଟଣାସ୍ଥଳରେ ସାଲିମାର ବାଘ୍‌ ପୋଲିସ ପହଞ୍ଚି ମୃତ ଦେହ ଜବତ କରିବାସହ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ସ୍ଥାନାନ୍ତର କରିଛି ।

ତେବେ ଆଇପିସିର ଧାରା ୩୦୨ ଅନୁଯାୟୀ ପୋଲିସ ଉଭୟଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଗିରଫ କରିଛି । ଘଟଣାରେ ଅଧିକ ତଦନ୍ତ ପାଇଁ ପୋଲିସ ଉଭୟଙ୍କୁ ପଚରାଉଚରା କରୁଛି ।