କାଇପଦର-ଧଉଳିମୁହଁ ମଧ୍ୟବର୍ତ୍ତୀ ରେଳ ଧାରଣା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁ ପୂର୍ବରୁ ଯୁବକ ଜଣକ କରିଥିବା ଏକ ଭିଡିଓ ଏବେ ଭାଇରାଲ୍ ହୋଇଛି।
ଯେଉଁ ଝିଅକୁ ସେ ଭଲ ପାଉଥିଲେ, ଘନିଷ୍ଠ ସାଙ୍ଗ ସହ ସେ ଝିଅର ପ୍ରେମ ସମ୍ପର୍କ ଜାଣିବା ପରେ ଏହାକୁ ସହି ପାରିଲେ ନାହିଁ ଯୁବକ। ଶେଷରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।