• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏକାଥରକେ ତିନି ଯୁବତୀଙ୍କ ଆତ୍ମହତ୍ୟା । ମୀନା ବଜାର ଓ କଳସୀ ଯାତ୍ରା ବୁଲିବାକୁ ମନା କରିବାରୁ ଆତ୍ମହତ୍ୟା କଲେ ତିନି ଯୁବତୀ । ରାତିରେ ମୀନା ବଜାର ଓ କଳସୀ ଯାତ୍ରା ପାଇଁ ଘର ଲୋକେ ଅନୁମତି ନଦେବାରୁ ଜୀବନ ହାରିଥିଲେ ଉମରକୋଟ ତୋହରା ଗାଁର ତିନି ଯୁବତୀ । ୩ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ବୁଲିବାକୁ ନଛଡ଼ାଯିବାରୁ ନିରାଶ ହୋଇ ଗଛରେ ଓଢ଼ଣି ଲଗାଇ ଝୁଲି ପଡ଼ିଲେ ଯୁବତୀ । ପ୍ରାଥମିକ ତଦନ୍ତରୁ ଏହା ସ୍ପଷ୍ଟ ହୋଇଥିବା ପୋଲିସର ସୂଚନା । 

ତିନିଜଣ ଯାକ ଆତ୍ମହତ୍ୟା କରିଥିବା ପୋଷ୍ଟ ମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଝୁଲନ୍ତା ଅବସ୍ଥାରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି । ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ମୃତଦେହରେ ବାହ୍ୟ କ୍ଷତ ନାହିଁ । ଶରୀରର ଆଭ୍ୟନ୍ତରରେ ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ବି ଅକ୍ଷତ ରହଛି । ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ, ୩ ଜଣ ଝିଅଙ୍କୁ ସେମାନଙ୍କ ଘର ଲୋକେ ମିନା ବଜାର ଏବଂ କଳସୀ ଯାତ୍ରା ଯିବାକୁ ଛାଡ଼ିନଥିଲେ । ଏଥିରେ ହତାଶ ହୋଇ ସେମାନେ ଗାଁ ପାଖ ଡଙ୍ଗରକୁ ଯାଇ କୁସୁମ ଗଛରେ ଓଢ଼ଣି ଲଗାଇ ଝୁଲି ପଡ଼ିଥିଲେ । ଗତ ୯ ତାରିଖରେ ଘଟିଥିଲା ଏହି ଅଘଟଣ ।

ସୂଚନାଯୋଗ୍ୟ, ଓଡ଼ିଶାରେ ବର୍ଷକୁ ପ୍ରତି ଲକ୍ଷେ ଲୋକରେ ହତ୍ୟାକାଣ୍ଡ ନେଉଛି ୩ ଜୀବନ । କିନ୍ତୁ ଆତ୍ମହତ୍ୟାରେ ଚାଲିଯାଉଛି ୧୨ ପ୍ରାଣ । କେବଳ ଓଡ଼ିଶା କାହିଁକି, ଭାରତ ତଥା ସାରା ବିଶ୍ୱରେ ହତ୍ୟାଜନିତ ମୃତ୍ୟୁ ତୁଳନାରେ ଆତ୍ମହତ୍ୟା ହାର ଢେର୍ ଅଧିକ । ଏହିତଥ୍ୟ ସାମ୍ନାକୁ ଆସିବା ପରେ ଚାରିଆଡ଼େ ଚର୍ଚ୍ଚା । ମାନସିକ ରୋଗ ବିଶେଷଜ୍ଞଙ୍କ ମତରେ ପରିବାର ଓ ସାଙ୍ଗସାଥୀଙ୍କ ସହଯୋଗ ରହିଲେ, କମିପାରିବ ଆତ୍ମହତ୍ୟା ଜନିତ ମୃତ୍ୟୁ ।

ନ୍ୟାସନାଲ କ୍ରାଇମ୍ ରେକର୍ଡ୍ସ ବ୍ୟୁରୋ- NCRB ତଥ୍ୟ କହୁଛି, ଓଡ଼ିଶାରେ ହତ୍ୟାକାଣ୍ଡ ଯୋଗୁ ଯେତିକି ଲୋକଙ୍କ ମୃତ୍ୟୁ ହେଉଛି, ତା ତୁଳନାରେ ଆତ୍ମହତ୍ୟା ହାର ୩.୮ ଗୁଣା । 

୨୦୨୦ରେ ରାଜ୍ୟରେ ପ୍ରତି ଲକ୍ଷେ ଲୋକଙ୍କ ମଧ୍ୟରେ ହତ୍ୟାଜନିତ ମୃତ୍ୟୁହାର ଥିଲା ୩.୨ । ହେଲେ ଏ ସମୟରେ ଆତ୍ମହତ୍ୟା ହାର ଥିଲା ୧୨.୨, ଅର୍ଥାତ୍ ପ୍ରତି ଲକ୍ଷେ ଲୋକଙ୍କ ଭିତରୁ ୧୨ ଜଣ ଆତ୍ମହତ୍ୟା କରିଥିଲେ । କେରଳର ହତ୍ୟା ତୁଳନାରେ ଆତ୍ମହତ୍ୟା ହାର ୨୪ଗୁଣା, ଯାହାକି ଦେଶରେ ସର୍ବାଧିକ । ଏହାପଛକୁ ତେଲଙ୍ଗାନାରେ ହତ୍ୟା ତୁଳନାରେ ଆତ୍ମହତ୍ୟା ହାର ୧୦.୨ ଗୁଣା ରହିଛି । କିନ୍ତୁ ଦେଶର ଏକମାତ୍ର ରାଜ୍ୟ ଭାବେ ବିହାରରେ ଆତ୍ମହତ୍ୟା ତୁଳନାରେ ହତ୍ୟା ହାର ଅଧିକ । ସେଠାରେ ପ୍ରତି ଲକ୍ଷେ ଲୋକରେ ଆତ୍ମହତ୍ୟା ହାର ୦.୭ ଥିଲା ବେଳେ ହତ୍ୟା ହାର ରହିଛି ୨.୬ ।