Advertisment

୩ ଯୁବତୀ ଝୁଲିପଡ଼ିବାର କାରଣ କହିଲା ପୋଲିସ୍

ରାତି ଅନ୍ଧାରରେ ଏ ଦୃଶ୍ୟ ଦେଖିବା ପରେ ହଠାତ ତାଜୁବ ହୋଇଯାଇଥିଲା ପୁରା ତୋହରା ଗାଁ।

author-image
Chandan Shishu
ଅଦ୍ୟତନ ହୋଇଛି
3 lady Death Suspense

death Suspense

ଉମରକୋଟ ଥାନା ଅଞ୍ଚଳରେ ୩ ଯୁବତୀଙ୍କ ଝୁଲନ୍ତା ମୃତଦେହ ଠାବ ଘଟଣାରେ ସମସ୍ତେ ଆତ୍ମହତ୍ୟା କରିଥିବା ନେଇ କହିଲା ପୋଲିସ। ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଥିବା ନେଇ ପୋଲିସ କହିଛି। ମିନା ବଜାରକୁ ଯିବାକୁ ଘରଲୋକ ନଛାଡ଼ିବାରୁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।  ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ମୃତଦେହରେ ବାହ୍ୟ କ୍ଷତ ନଥିଲା। ଶରୀରର ଆଭ୍ୟନ୍ତରରେ ଥିବା ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ବି ଅକ୍ଷତ ରହିଥିଲା। ଝୁଲନ୍ତା ଅବସ୍ଥାରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Advertisment

ତେବେ ଘଟଣା ଦିନ ଉମରକୋଟ ମିନା ବଜାରକୁ ଯିବାକୁ ୩ ଯୁବତୀ ଚାହିଁଥିଲେ। ଘର ଲୋକ ନଛାଡ଼ିବାରୁ ମ୍ରିୟମାଣ ହୋଇ ଆତ୍ମହତ୍ୟା ନିଷ୍ପତ୍ତି ନେଇଥିଲେ। ଗାଁ ପାଖ ଡଙ୍ଗରକୁ ଯାଇ କୁସୁମ ଗଛରେ ଓଢ଼ଣି ଲଗାଇ ତିନିହେଁ ଝୁଲି ପଡ଼ିଥିଲେ।  ୨୩ ବୟସ୍କା ହେମଲତା ଗୌଡ଼, ୧୭ ବୟସ୍କା କୌଶଲ୍ୟା ମାଝୀ ଓ ୧୯ ବୟସ୍କା ଫୁଲମତୀ ମାଝୀ ଝୁଲିପଡ଼ିଲଥିଲେ।

ଘଟଣା ଥିଲା ଏମିତି:

ଶନିବାର ଅପରାହ୍ଣ ପ୍ରାୟ ୪ଟା ତୋହରା ଗାଁର ହେମଲତା ଗୌଡ଼, କୌଶଲ୍ୟା ମାଝୀ ଓ ଫୁଲମତୀ ମାଝୀ ଗାଁ ନିକଟ ଜଙ୍ଗଲ ଆଡ଼କୁ ବୁଲିବାକୁ ଯାଇଥିଲେ କିନ୍ତୁ ସନ୍ଧ୍ୟା ପରେ ବି ୩ ସାଙ୍ଗ ଘରକୁ ନଫେରିବାରୁ ଖୋଜାଖୋଜି କରିଥିଲେ ପରିବାର ଲୋକେ। କିଛି ସମୟ ପରେ ଗାଁ ନିକଟ ଜଙ୍ଗଲରେ ଏକ ଗଛରେ ତିନି ଜଣଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ରାତି ଅନ୍ଧାରରେ ଏ ଦୃଶ୍ୟ ଦେଖିବା ପରେ ହଠାତ ତାଜୁବ ହୋଇଯାଇଥିଲା ପୁରା ତୋହରା ଗାଁ।

Advertisment
Odisha Police Death Suspense
Advertisment
Advertisment