Advertisment

ନିଜ ପାପ ଲୁଚାଇବାକୁ ଯାଇ ଶ୍ୱଶୁରକୁ ଆରପାରିକୁ ପଠାଇଲା ବୋହୂ

ଏ କେମିତିକା ବୋହୂ? ନିଜର ପାପ ସମ୍ପର୍କକୁ ଲୁଚାଇବାକୁ ଯାଇ ଅନ୍ଧାର ରାତିରେ ଶ୍ୱଶୁରକୁ ମାରିଦେଲା। ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ଗାଁ ଲୋକେ । ଯା’ ଖୋଲିଲେ ପରକୀୟା ପ୍ରୀତିର ରହସ୍ୟ..

author-image
Otv Khabar Bureau
Woman Murders Father-In-Law

Woman Murders Father-In-Law

ରେମୁଣାରେ ଚାଞ୍ଚଲ୍ୟ କଳଙ୍କ ଲୁଚାଇବା ପାଇଁ ଶ୍ୱଶୁରକୁ ମାରିଦେଲା ବୋହୂ । ପରକୀୟା ପ୍ରୀତି ପାଇଁ ଘଟିଲା ହତ୍ୟାକାଣ୍ଡ । କାଳ ହେଲା ପରକୀୟା ପ୍ରୀତି । ଘଟଣା ସମ୍ପର୍କରେ କାଳେ କିଏ ଜାଣିଦେବେ, ତେଣୁ ନିଜ ରାସ୍ତାରୁ ସବୁଦିନ ପାଇଁ ସଫା କରିଦେଲା ଶ୍ୱଶୁରଙ୍କୁ। ରାତିର ଅନ୍ଧକାରର ସୁଯୋଗ ନେଇ ବୁଢା ଶ୍ୱଶୁରକୁ ହାଣି ଦେଲା ବୋହୂ।

Advertisment

ଏମିତି ଭୟାନକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରେମୁଣା କାକବୋରାଇ ଗାଁରେ । ବଡ଼-ପୁଅ ବୋହୂ ପାଖରେ ରହୁଥିଲେ ବୁଢା ବାପ ରଘୁନାଥ। ବୟସ ୭୫ ଏବଂ ସବୁ ଠିକ୍‌ଠାକ ମଧ୍ୟ ଚାଲୁଥିଲା। ହେଲେ ପୁଅ ନଥିବା ବେଳେ ବୋହୂ ପାଖକୁ ଜୈନିକ ବ୍ୟକ୍ତି ଆସୁଥିଲେ। ଘରେ ପୁଅର ଅନୁପସ୍ଥିତିରେ କାହିଁକି ସମ୍ପୃକ୍ତ ବ୍ୟକ୍ତି ବାରମ୍ବାର ଆସୁଛନ୍ତି, ସେନେଇ ଶ୍ୱଶୁର ରଘୁନାଥଙ୍କର ସନ୍ଦେହ ହୋଇଥିଲା।

ତେବେ ପରବର୍ତ୍ତୀ ସମୟରେ ସନ୍ଦେହ ସତ ସାବ୍ୟସ୍ତ ହେଲା। ସମୟ ଯେତିକି ଯେତିକି ବଢୁଥିଲା, ଶ୍ୱଶୁର ବୋହୂଙ୍କ ମଧ୍ୟରେ ତିକ୍ତତା ବି ସେତିକି ସେତିକି ବଢୁଥିଲା। ଯାହା ପାଇଁ ଜଣଙ୍କ ଜୀବନ ବି ଗଲା । ତେବେ ପୁଅକୁ ସବୁ ସତ କହିଦେବେ ବୋଲି ବାପା ରଘୁନାଥ ଠିକ୍‌ କଲେ। କେବଳ ଏତିକି ନୁହେଁ ବରଂ ବୋହୂର ପରକୀୟା ସମ୍ପର୍କରେ ପୁଅକୁ କହିବେ ବୋଲି ସମୟ ବି ମାଗିଲେ। ହେଲେ ବୋହୂ ଏ ସବୁ ଜାଣିବା ପରେ ଚିନ୍ତାରେ ପଡ଼ିଥିଲା।

Advertisment

ଗୋଟିଏ ପଟେ ସ୍ୱାମୀଙ୍କୁ ଛାଡିବାକୁ ଇଚ୍ଛା କରୁନଥିଲା, ସେପଟେ ଜୈନିକ ବ୍ୟକ୍ତିଙ୍କୁ ବି ଛାଡ଼ିବାକୁ ରାଜି ନଥିଲା। ଶେଷରେ ବୁଢା ଶ୍ୱଶୁରକୁ ରାସ୍ତାରୁ ସବୁଦିନ ପାଇଁ ହଟାଇ ଦେବାକୁ ନେଲା ନିଷ୍ପତ୍ତି। ରାତିରେ ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ବୁଢା ବାପାର ମୁଣ୍ଡକୁ କରିଦେଲା ଦୁଇ ଖଣ୍ତ।

ତେବେ ସକାଳୁ ସକାଳୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ରଘୁନାଥଙ୍କୁ ଦେଖି ପୋଲିସକୁ ଖବର ଦେଇଥିଲେ ଗାଁ ଲୋକେ । ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାର ତଦନ୍ତ କରୁଛି ପୋଲିସ। ଏହାସହ ହତ୍ୟାରେ ବ୍ୟବହୃତ ଧାରୁଆ ଅସ୍ତ୍ରକୁ ଜବତ ବି କରିଛି। ସେ ଯାହା ବି ହେଉ ନିଜର ପରକୀୟା ପ୍ରୀତି ପାଇଁ ଜଣେ ବୋହୂ ଶ୍ୱଶୁରଙ୍କୁ ହତ୍ୟା କରିବ ତାହା କେହି ବିଶ୍ୱାସ କରିପାରୁନାହାନ୍ତି ।

ରିପୋର୍ଟର- ରଣଜୀତ ପାକଳ

Special Story Illicit Affair Murder
Advertisment
Advertisment