• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଜଣେ ବିବାହିତା ମହିଳାଙ୍କୁ ଦେଢ଼ ଲକ୍ଷ ଟଙ୍କାରେ ରାଜସ୍ଥାନରେ ବିକ୍ରି ଅଭିଯୋଗରେ ଝାରସୁଗୁଡ଼ା ପୋଲିସ ୫ ଜଣଙ୍କୁ ଗିରଫ କରିଛି । ତାସହ ସଂପୃକ୍ତ ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ । ଝାରସୁଗୁଡ଼ା ଏସ୍ପି ବିକାଶ ଚନ୍ଦ୍ର ଦାଶ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ।

ଗିରଫ ଅଭିଯୁକ୍ତମାନେ ହେଲେ କିରଣ ସେଠୀ, ହୃଷିକେଶ ସେଠୀ ଏବଂ ଦନିଶ ବେହେରା । ଏମାନେ ସଂପୃକ୍ତ ବିବାହିତା ମହିଳାଙ୍କୁ ଦେଢ଼ ଲକ୍ଷ ଟଙ୍କାରେ ରାଜସ୍ଥାନରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା ।

ସୂଚନା ଅନୁଯାୟୀ, ଝାରସୁଗୁଡ଼ାର କ୍ରିଷ୍ଣ କୁମାରଙ୍କୁ ସମ୍ବଲପୁର ସାକ୍ଷୀପଡ଼ାର ସଂପୃକ୍ତ ମହିଳା ଜଣକ ବିବାହ କରିଥିଲେ । ଝାରସୁଗୁଡ଼ା ମଙ୍ଗଳବଜାର ଠାରେ ଉଭୟଙ୍କର ବିବାହ ହୋଇଥିଲା । ବିବାହ ପରେ ଉଭୟେ ପୁରୁଣାବସ୍ତିର ଏକ ଭଡ଼ାଘରେ ରହୁଥିଲେ । କିଛିଦିନର ରହଣୀ ଭିତରେ ଉଭୟଙ୍କ ମଧ୍ୟରେ କଳହ ହେବାରୁ ଯୁବତୀ ଜଣକ ଝାରସୁଗୁଡ଼ା ଭୁଲିଆଟିକ୍ରାର କିରଣ ସେଠୀ ପାଖକୁ ଯାଇ ରହୁଥିଲେ । ତାପରଠୁ ଆଉ ସଂପୃକ୍ତ ମହିଳାଙ୍କ କୌଣସି ପତ୍ତା ମିଳିନଥିଲା ।

ଏପରିକି କିରଣ ସେଠୀ ଘରକୁ କ୍ରିଷ୍ଣ କୁମାର ଯାଇ ଖୋଜାଖୋଜି କରିଥିଲେ । ତେବେ ଅସରଫ ନାମକ ନିଜର ଜଣେ ବନ୍ଧୁଙ୍କୁ ଏହି ମହିଳା ଫୋନ୍ କରି କିରଣ, ହୃଷିକେଶ ଓ ଦନିଶ ଦେଢ଼ ଲକ୍ଷ ଟଙ୍କାରେ ରାଜସ୍ଥାନରେ ବିକ୍ରି କରିଦେଇଥିବା ଜଣାଇଥିଲେ । ସେଠାରେ ରାଜସ୍ଥାନର ଜଣେ ବ୍ୟକ୍ତି ତାଙ୍କ ପୁତ୍ର ସହିତ ଜବରଦସ୍ତି ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ ଏବଂ ଜୀବନରେ ମାରି ଦେବାକୁ ଧମକ ବି ଦେଉଥିଲେ ।

Jharsuguda Woman Sold In Rajasthan For Rs 1.5 Lakh Rescued, 5 Arrested(ଅଭିଯୁକ୍ତ)

ଏହି ଖବର ପାଇବା ପରେ ତାଙ୍କର ସ୍ବାମୀ କ୍ରିଷ୍ଣ କୁମାର ଗତ ୭ ତାରିଖ ଦିନ ଝାରସୁଗୁଡ଼ା ଟାଉନଥାନାରେ ଏତଲା ଦେଇଥିଲେ । ପୁଲିସ ଏତଲା ଗ୍ରହଣ କରି ୯ ତାରିଖ ଦିନ କିରଣ, ହୃଷିକେଶ ଓ ଦନିଶକୁ ଗିରଫ କରି କୋର୍ଟଚାଲାଣ କରିଛି ।

ଏହାପରେ ଏକ ଟିମ୍ ରାଜସ୍ଥାନର ନିମୁଚ ଜିଲ୍ଲାର ରମପୁରା ଗାଁରୁ ପୀଡ଼ିତାଙ୍କୁ ଉଦ୍ଧାର କରିଛି । ତାସହ ମହିଳାଙ୍କୁ ବିବାହ କରିଥିବା ରାଜସ୍ଥାନର ମନୋଜ ପ୍ରଜାପତି, ଦଲାଲ ସୁପ୍ରିୟା ଓରଫ ରଜନୀ ବାଇକୁ ପୋଲିସ ଗିରଫ କରି ଟ୍ରାନଜିଟ ରିମାଣ୍ଡରେ ଝାରସୁଗୁଡ଼ାକୁ ଆଣିଛି ।