• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁରୀ ମାଉସୀମା ମନ୍ଦିର ସମ୍ମୁଖରେ ଯୁବକଙ୍କୁ ଛୁରାମାଡ଼ । ଗୁରୁତର ଆହତ ଯୁବକ ହେଉଛନ୍ତି ଲୋକନାଥ ରୋଡ ଷଣ୍ଢ ଯାଗା ଅଞ୍ଚଳର ସୂର୍ଯ୍ୟନାରାୟଣ ତ୍ରିପାଠୀ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପୁରୀ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି । ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଖା ସହି ଅଂଚଳର ଦିପୁ ବେହେରା ଛୁରାମାଡ କରିଥିବା ପୋଲିସ ସୂଚନା ଦେଇଛି । କୁମ୍ଭାରପଡା ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ତେବେ ଏହାର କିଛି ସମୟ ପୂର୍ବରୁ ପୁରୀ ସହରରେ ଫୁଟିଥିଲା ଗୁଳି । ଘଟଣାରେ ଜଣେ ମୃତ । ଏମାର ମଠ ନିକଟ କାକୁଡ଼ିଖାଇ ଛକରେ ଗୁଳିମାଡ଼ ହୋଇଛି । ମୃତକ ହେଲେ ତଳୁଚ୍ଛ ସାହିର ଶିବରାମ ପାତ୍ର । ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ସୂଚନା । ୨ ଜଣ ଦୁର୍ବୃତ୍ତ ୨ ରାଉଣ୍ଡ ଗୁଳି କରିଥିବା ସୂଚନା । ଗୁଳିମାଡ଼ ଘଟଣାରେ ଚନ୍ଦନ ବାରିକ ନାମକ ଜଣେ ଯୁବକ ଅଟକ । ମୁଖ୍ୟ ଅଭିଯୁକ୍ତକୁ ଅଟକ ନେଇ ପୁରୀ ଏସ୍‌ପିଙ୍କ ସୂଚନା । ଅଭିଯୁକ୍ତ ଚନ୍ଦନ ବାରିକ ଠାରୁ ଏକ ବନ୍ଧୁକ ମଧ୍ୟ ଜବତ ।