• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାମନାକୁ ଆସିିଲା ଜୁଏଲ ଥିପ୍ ଗ୍ୟଙ୍ଗ୍‌ । ଗ୍ୟାଙ୍ଗକୁ ଅପରେଟ କରୁଥିଲେ ମହିଳା । ରାଜଧାନୀରୁ ରଣପୁର ଯାଏ ଲମ୍ବିଛି ଗହଣା ଲୁଟର କାରନାମା । ମାର୍ଚ ୧୬ ଖୋର୍ଦ୍ଧା ଜାଆଁଳାରେ ବନ୍ଧୁକ ମୁନରେ ଫାୟାରିଂ କରି ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗହଣା ଲୁଟ । ଏପ୍ରିଲ ୪, ଭୁବନେଶ୍ୱର ଶତାଦ୍ଦୀନଗରରୁ ସମାନ ଢଙ୍ଗରେ ଗହଣା ବ୍ୟବସାୟୀଙ୍କ ଠାରୁ ୬ଲକ୍ଷ ଟଙ୍କାର ଲୁଟ । ମେ ୩, ସମନ୍ତରାପୁରରେ ଜିରୋ ରେଞ୍ଜରୁ ଫାୟାରିଂ କରି ଲୁଟ ଉଦ୍ୟମ ।

ରାଜଧାନୀରେ ଗୋଟିଏ ପରେ ଗୋଟିଏ ଗହଣା ବ୍ୟବସାୟୀଙ୍କୁ ଟାର୍ଗେଟ ସହ ବେଗୁନିଆ ଏବଂ ନୟାଗଡ଼ରେ ଗହଣା ଦୋକାନ ଲୁଟ ପଛର ଆନ୍ତଜିଲ୍ଲା ଲୁଟେରା ଗ୍ୟାଙ୍ଗ ଧରାପଡିଛି । ଅପରେସନ ହଟ ପରସୁଟ୍‌ରେ ଆନ୍ତଜିଲ୍ଲା ଗ୍ୟାଙ୍ଗର ୭ ଜଣିଆ ସଦସ୍ୟ ଧରାପଡିବା ପରେ ସେମାନଙ୍କ କଳାକରନାମାର ଚିଠା ସାମନାକୁ ଆସିଛି । ୫ଟି ଗହଣା ଲୁଟ ସହ ଚେନ୍‌ ସ୍ନାଚିଂ, ମୋବାଇଲ ସ୍ନାଚିଂ ଭଳି ୨୨ଟି ମାମଲାରେ ଏହି ଗ୍ୟାଙ୍ଗର ସଂପୃକ୍ତି ରହିଛି । ସେମାନଙ୍କଠାରୁ ୧୪ଟି ଚେନ୍‌, ୧୬ଟି ମୁଦି, ୨ କେଜି ୩୦୦ ଗ୍ରାମର ରୁପା ଅଲଙ୍କାର, ଲୁଟରେ ବ୍ୟବହୃତ ବାଇକ ଓ ମାରଣାସ୍ତ୍ର ଜବତ ହୋଇଛି । ତଦନ୍ତ ପରେ ଏମାନେ ଏନକାଉଣ୍ଟରରେ ଆହତ ହୋଇଥିବା ଚକରା ଗ୍ୟାଙ୍ଗର ସଦସ୍ୟ ଥିବା ସୁରାଗ ମିଳିଛି ।

ଖୋଲତାଡ଼ରୁ ଜଣାପଡିଛି ଗିରଫ ୫୦ ବର୍ଷୀୟ ଜ୍ୟୋସ୍ନା ମହାପାତ୍ର ହେଉଛନ୍ତି ଏହି ଗ୍ୟାଙ୍ଗର ପୃଷ୍ଟପୋଷକ । ଲୁଟ ସାମଗ୍ରୀକୁ ଲୁଚାଇ ରଖିବା ସହ ସେଗୁଡିକୁ ବିକ୍ରି କରୁଥିଲେ । ଯୁନିଟ ୬ ପିଚୁକୁଲିଆ ବସ୍ତିରେ ରହି ସେ ଲୁଟ୍ ଅପରେଟ କରୁଥିଲେ । ସେପଟେ ଗ୍ୟାଙ୍ଗର ଅନ୍ୟ ଜଣେ କୁଖାତ ସଦସ୍ୟ ରାଜେଶ ମହାପାତ୍ର ଫେରାର ଥିବାବେଳେ ଗିରଫ ମହିଳା ତାର ମାଆ ବୋଲି ଜଣାପଡିଛି । ନିକଟରେ ବରମୁଣ୍ଡାରେ ବସି ଲୁଟ ଯୋଜନା କରୁଥିବା ଚକରା ଗ୍ୟାଙ୍ଗସହ ପୋଲିସର ମୁହାଁ ମୁହିଁ ବେଳେ ଏନକାଣ୍ଟଆରେ ଆହାତ ହୋଇ ଚକରା ଧରାପଡିଥିଲା । ଆଉ ତାକୁ ରିମାଣ୍ଡରେ ଆଣି ଜେରା ବେଳେ ଖୋଲିଥିଲା ଲୁଟ୍ ରାକେଟର ଗୁମର ।