/odishatv-khabar/media/post_attachments/uploadimage/library/16_9/16_9_0/IMAGE_1654256478.jpg)
Home Minister Amit Shah chairs security meeting over J&K targetted killings
ଜମ୍ମୁ ଓ କାଶ୍ମୀରରେ ଟାର୍ଗେଟ କିଲିଂ ବା ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କୁ ହତ୍ୟାକୁ ନେଇ ଉଚ୍ଚସ୍ତରୀୟ ବୈଠକ । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜମ୍ମୁ ଓ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ଜମ୍ମୁ ଓ କାଶ୍ମୀର ପ୍ରଶାସନର ଉଚ୍ଚ ଅଧିକାରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା, ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଏବଂ ସେନାଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି ।
Advertisment
ଗୋଟିଏ ପଟେ ନିରୀହ ସଂଖ୍ୟାଲଘୁଙ୍କୁ ହତ୍ୟା ବଢୁଥିବାବେଳେ ଅନ୍ୟପଟେ ମାସ ଶେଷକୁ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଏଣୁ ଏହାକୁ ଗୁରୁତ୍ୱ ସହ ନେଇ ଶାହ ଏହି ସମୀକ୍ଷା କରିଥିବା ଜଣାପଡିଛି ।
ଦିନକୁ ଦିନ ଆତଙ୍କବାଦୀଙ୍କ ବର୍ବରାତା କାଣ୍ଡ ବଢ଼ିବାରେ ଲାଗିଛି । ଦେଖନ୍ତୁ ଗତ କିଛି ଦିନ ମଧ୍ୟରେ ଆତଙ୍କବାଦୀମାନେ କିପରି ଭାବରେ ଲୋକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ।
Advertisment
- ଆଜି ବୁଧଗାମ ଜିଲ୍ଲା ଚାଡୋରାରେ ଜଣେ ଜଣେ ଶ୍ରମିକଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି ।
- ଗତକାଲି କୁଲଗାମରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ ।
- ଗତ ମେ ମାସ ୩୧ ତାରିଖ ଦିନ ଦ୍ୱିପ୍ରହରରେ ଆତଙ୍କବାଦୀ ସ୍କୁଲ ଭିତରକୁ ପଶି ମହିଳା ଶିକ୍ଷୟିତ୍ରୀଙ୍କୁ ନିର୍ମମ ଭାବେ ଗୁଳି କରି ହତ୍ୟା କରିଥିଲେ ।
- ପୂର୍ବରୁ ମଧ୍ୟ ମେ ମାସ ୨୬ ତାରିଖ ଦିନ ଜମ୍ମୁ କଶ୍ମୀରର ଜଣେ ୩୫ ବର୍ଷୀୟ ଜଣାଶୁଣା ଟିକଟକ ଷ୍ଟାରଙ୍କୁ ଆତଙ୍କୀ ଗୁଳି କରି ହତ୍ୟା କରିଥିଲେ ।
- ମେ ମାସ ୨୪ ତାରିଖରେ ମଧ୍ୟ ଶ୍ରୀନଗର ସୌର ଅଞ୍ଚଳରେ ଆତଙ୍କୀଙ୍କ ଆଖିବୁଜା ଗୁଳିରେ ଜଣେ ପୋଲିସ ଯବାନ ସହିଦ ହୋଇଥିଲେ ।
- ଏହା ପୂର୍ବରୁ କାଶ୍ମୀରର ଜଣେ ପଣ୍ଡିତଙ୍କୁ ତହସିଲ୍ଦାର ଅଫିସ୍ ଭିତରେ ପଶି ଆତଙ୍କବାଦୀମାନେ ଗୁଳିକରି ହତ୍ୟା କରିଥିଲେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)