• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଶ୍ଚିମ ଓଡ଼ିଶାର ବିଶିଷ୍ଟ ହାସ୍ୟାଭିନେତା ଯୋଗେଶ ଓରଫ ଜୋଜୋଙ୍କୁ ହତ୍ୟା ଧମକ ସହ କରାଯାଇଥିଲା ଅପହରଣ । ନିଜେ ସୋସିଆଲ୍ ମିଡିଆରେ ଭିଡ଼ିଓ ପୋଷ୍ଟ କରି ଏଭଳି ଅଭିଯୋଗ ଆଣିଛନ୍ତି ଜୋଜୋ । କହିଛନ୍ତି ପାରିବାରିକ ବିବାଦରୁ ସେ ଷ୍ଟୁଡ଼ିଓକୁ ଯାଇ ରହୁଥିଲେ । ତେବେ ୨ ଜଣ ଦୁର୍ବୃତ୍ତ ସେହି ଷ୍ଟୁଡ଼ିଓକୁ ପଶି ଜୋଜୋଙ୍କ ବେକରେ ପ୍ରଥମେ ବନ୍ଧୁକ ଲଗାଇଥିଲେ । ତାପରେ କୌଣସି ଭିଡିଓ ପୋଷ୍ଟ ନକରିବାକୁ ଧମକ ଦେବା ସହ ଅପହରଣ କରି ନେଇ ନିସ୍ତୁକ ମାଡ଼ ମାରିଥିବା ନିଜେ ଜୋଜୋ ଅଭିଯୋଗ କରିଛନ୍ତି ।

ତେବେ କିଏ ସଂପୃକ୍ତ ଅପହରଣକାରୀ, କାହାକୁ ବି ସେ ଚିହ୍ନିନଥିବା କିମ୍ବା ଜାଣିନଥିବା କହିଛନ୍ତି । ଦୁର୍ବୃତ୍ତଙ୍କ କବଳରୁ ଖସିଆସିବା ପରେ ଆଜି ଏନେଇ ସଂଧ୍ୟାରେ ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯୋଗେଶ ଓରଫ୍ ଜୋଜୋ । ତାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ପୋଲିସ IPC ଦଫା 458, 365, 323, 379, 506 ଏବଂ ଆର୍ମସ ଆକ୍ଟ ଲଗାଇ ଛାନଭିନ୍ ଜାରି ରଖିଛି । ମିଳିଥିବା ସୂଚନା ଅନୁଯାୟୀ ଗତ ୨୩ ତାରିଖରେ ଏହି ଘଟଣା ଘଟିଥିଲା । ଗତକାଲି ଜୋଜୋ ନିଜ ୟୁଟ୍ୟୁବ ଚାନେଲ୍‌ରେ ୨ଟି ଭିଡିଓ ଅପଲୋଡ କରି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିପାରିନି ।