/odishatv-khabar/media/post_attachments/uploadimage/library/16_9/16_9_0/Firing_1653406771.jpg)
Firing
ପୁରୀରେ ପୁଣି ଗର୍ଜିଲା ବନ୍ଧୁକ । ଶ୍ରୀମନ୍ଦିର ନିକଟରେ ଫୁଟିଲା ଗୁଳି । ଏମାର ମଠ ନିକଟ କାକୁଡ଼ିଖାଇ ଛକରେ ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ । ମୃତ ବ୍ୟକ୍ତି ତଳୁଚ୍ଛସାହିର ଶିବରାମ ପାତ୍ର । ପୂର୍ବ ଶତ୍ରୁତାରୁ ତାଙ୍କୁ ଗୁଳିମାଡ଼ କରାଯାଇଥିବା ପୁରୀ ଏସପି ସୂଚନା ଦେଇଛନ୍ତି । ଶିବରାମ ବାଇକ ଯୋଗେ ଘରୁ ଆସୁଥିବା ବେଳେ ତାଙ୍କୁ ଫାୟାରିଂ ହୋଇଥିଲା ।
Advertisment
ତାଙ୍କ ମୁଣ୍ଡକୁ ହିଁ ୨ ଜଣ ଦୁର୍ବୃତ୍ତ ଦୁଇ ରାଉଣ୍ଡ ଗୁଳି କରି ଫେରାର ମାରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଶିବରାମଙ୍କ ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳକୁ ନିଜେ ଏସପି ଯାଇ ତଦନ୍ତ କରିଛନ୍ତି ।
ସେପଟେ ଘଟଣା ପରେ ପୋଲିସ, ମୁଖ୍ୟ ଅଭିଯୁକ୍ତ ଚନ୍ଦନ ବାରିକକୁ ଅଟକ ରଖିଛି । ପୋଲିସ ତା’ନିକଟରୁ ବନ୍ଧୁକ ଜବତ କରିଛି । ଘଟଣା ସମ୍ପର୍କରେ ତାକୁ ଅଧିକ ପଚରାଉଚରା କରାଯାଉଥିବା ପୁରୀ ଏସପି କହିଛନ୍ତି । ଅନ୍ୟପକ୍ଷେ ପ୍ରେମ ବ୍ୟାପାରକୁ ନେଇ ଏହି ଗୁଳିକାଣ୍ଡ ହୋଇଥିବା ମଧ୍ୟ ଚର୍ଚ୍ଚା ହେଉଛି । ତେବେ ପୋଲିସ ସବୁ ଦିଗକୁ ନେଇ ତଦନ୍ତ ଜାରି ରଖିଛି ବୋଲି କହିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)