ଅତିଥି ଦେବତା ସଙ୍ଗେ ସମାନ । ପର୍ଯ୍ୟଟନ ଶିଳ୍ପରେ ଅତିଥି ବା ପର୍ଯ୍ୟଟକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ହେଲେ ଯଦି ସେହି ଅତିଥିମାନଙ୍କୁ ହତାଦର କରି ମାଡ ମରାଯାଏ ? ଏଭଳି କିଛି ଘଟଣା ଘଟିଛି ରାଜ୍ୟର ଏକମାତ୍ର ବଡ଼ ଚଢିଆଖାନା ନନ୍ଦନକାନନରେ ।
ଗତକାଲି ନନ୍ଦନକାନନରେ ଯାହା ଘଟିଲା ତାହା ରାଜ୍ୟ ପାଇଁ ଅପମାନ । ବାହାର ରାଜ୍ୟର ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ହୋଇଛି । ଲୁହା ରଡ଼, କାଠ ଫାଳିଆ ଓ ବାଉଁଶ ବାଡିରେ ପର୍ଯ୍ୟଟକଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି ।