ଜଙ୍ଗଲ ଭିତରେ ବାଘ ଶୀକାର, ଜଙ୍ଗଲ ବାହାରେ ଛାଲ ଡିଲ୍। ମାତିଛନ୍ତି ଆନ୍ତଃରାଜ୍ୟ ମାଫିଆ, ଓଡ଼ିଶା ମାଟିରେ ଚଳାଇଛନ୍ତି ବାଘ ଚମଡ଼ାର ବେପାର। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନବିଭାଗ ହାତରେ ଲାଗିଛି ୫ କଲରାପତରିଆ ବାଘ ଛାଲ ସମେତ ଗୋଟିଏ ଲେଖାଏଁ ଜଙ୍ଗଲୀ ଓ ମାଛରଙ୍କା ବିରାଡ଼ି ଚମଡ଼ା।
ଅସୁରକ୍ଷିତ ଜଙ୍ଗଲ, ସଙ୍କଟରେ ବାଘ। ଗତ ୪ ବର୍ଷ ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରାୟ ୫୫ଟି କଲରାପତରିଆ ବାଘ ଛାଲ ଜବତ ହୋଇସାରିଲାଣି। ଏବେ ପୁଣି ଗଜପତି ଜିଲ୍ଲାରୁ ଗତକାଲି ୫ଟି କଲରାପତରିଆ ବାଘ ଛାଲ ଜବତ ସହ ୭ ଜଣ ମାଫିଆଙ୍କୁ ଗିରଫ କରାଯାଇଛି।
ଠକ ପ୍ରେମିକ । ନିଜକୁ ଆରପିଏଫ ଅଧିକାରୀ କହି ଯୁବତୀଙ୍କୁ ପ୍ରେମ ନିବେଦନ । ଏକାଧିକ ଯୁବତୀଙ୍କଠୁ ଟଙ୍କା ଠକିଥିବା ଅଭିଯୋଗ ।
ଜୟଶ୍ରୀ ଓ ତାଙ୍କ ୩ସାଙ୍ଗ ରଞ୍ଜିତଙ୍କୁ ହଠାତ ଆକ୍ରମଣ କରିଥିଲେ। ପ୍ରବଳ ପାଟିତୁଣ୍ଡ ହେବାପରେ ଜୟଶ୍ରୀ ରଞ୍ଜିତଙ୍କୁ ବାରମ୍ୱାର ଛୁରି ଭୁସିଥିଲେ। ଏହି ସମୟର ଭିଡିଓ ସିସିଟିଭିରେ କଏଦ ହୋଇଥିଲା।
ସମୟ ବଦଳିବା ସହିତ ଚୋରମାନେ ମଧ୍ୟ ଅଗ୍ରଗତି କରିଛନ୍ତି। ଚୋରମାନେ ଚୋରି ପାଇଁ ନୂଆ ନୂଆ ଉପାୟ ମଧ୍ୟ ଚେଷ୍ଟା କରୁଛନ୍ତି, ଯାହାକୁ ଜାଣି ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେବେ। ବର୍ତ୍ତମାନ, ଏପରି ଜଣେ ଚୋରର ଏକ ଭିଡିଓ ଇଣ୍ଟର୍ନେଟ୍ରେ ଭାଇରାଲ୍ ହେବାରେ ଲାଗିଛି।
ସିସିଟିଭି ଫୁଟେଜ୍ ଓ ପାଚେରୀ ନିକଟରେ ପଡ଼ିଥିବା ରକ୍ତଛିଟାକୁ ଆଧାର କରି, ପ୍ରାଥମିକ ତଦନ୍ତରୁ ଉଭୟ କଏଦୀ ଜେଲ୍ ପାଚେରୀ ଡେଇଁ ପଳାଇଥିବା ଜଣାପଡ଼ିଛି ।
ପ୍ରାୟ ୧୨୦ କେଜି ଗଞ୍ଜେଇ ସହ ଏକ ପିକ୍-ଅପ୍ ଭ୍ୟାନ ଜବତ କରିଛି କୋରାପୁଟ ପୋଲିସ।
ସିକନ୍ଦର ନୂଆପଡ଼ା ଜିଲ୍ଲାର ହୋଇଥିବା ବେଳେ ନୀଳମଣି ଧର୍ମଗଡ ଅଞ୍ଚଳର ବୋଲି ଜଣାପଡ଼ିଛି।
ମନ୍ଦିରରୁ ଚୋରି କରୁଥିବା ଏକ ୭ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଧରିଛି ବାଲେଶ୍ୱର ପୋଲିସ । ସେମାନଙ୍କଠାରୁ ବିଭିନ୍ନ ପ୍ରକାର ସାମଗ୍ରୀ ଜବତ କରାଯାଇଛି ।
ଏହି ବିଷୟରେ ଘରେ କଣ କହିବେ ଭାବି ସେ ଭୟଭୀତ ହୋଇଯାଇଥିଲେ। ଘରଲୋକ ଗାଳି ଦେବା ଭୟରେ ସେ କୀଟନାଶକ ପିଇ ଦେଇଥିଲେ। ଏହି ଠକେଇ ବିଷୟରେ ସେ ନିଜ ବାପା-ମା’ଙ୍କୁ ଜଣାଇ ନଥିଲେ।
ଦିଲ୍ଲୀ ମେଟ୍ରୋରେ ମହିଳା ଯାତ୍ରୀମାନଙ୍କ ପାଇଁ ପ୍ରଥମ କୋଚ୍ଟି ରିଜର୍ଭ ରହିଥାଏ । କିନ୍ତୁ ପୁରୁଷମାନେ ନିୟମିତ ଭାବରେ ଏହି କୋଚ୍ରେ ବସି ପଡ଼ନ୍ତି । ସେମିତି ଏକ ଘଟଣା ଘଟଛି ଯାହା ସମସ୍ତଙ୍କୁ ଚକିତ କରିଛି ।
ଏକ ଘରୋଇ ସଂସ୍ଥାର ଅଡିଟର ଭାବେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ । ଗତ ଶୁକ୍ରବାରରେ ଆକ୍ରମଣ ହୋଇଥିଲା । ତେବେ ଏହି ଆକ୍ରମଣରେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ପାଞ୍ଚଜଣ ଅଭିଯୁକ୍ତଙ୍କୁ ଗିରଫ କରିନେଇଛି ।
ବିଜାପୁର ଏସ୍ପି ଜିତେନ୍ଦ୍ର ଯାଦବଙ୍କ ସୂଚନା ଅନୁସାରେ, ବିଜାପୁର କରିଗୁଟା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଥିଲା । ଏହି ସମୟରେ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ ।
ଅନ୍ଧ କରିଦେଲା ପୁତ୍ର ମୋହ। ପର ହୋଇଗଲା ନିଜ କଅଁଳ ଶିଶୁକନ୍ୟା। ସେହି କନ୍ୟାକୁ ଛାଡ଼ି ଶେଷରେ ଅନ୍ୟର ଶିଶୁପୁତ୍ରକୁ ମେଡ଼ିକାଲରୁ ନେଇଗଲେ ଦମ୍ପତ୍ତି। ସଭ୍ୟ ସମାଜକୁ ଲଜ୍ଜିତ କଲା ଭଳି ଏବଂ ପ୍ରତ୍ୟେକ ବାପା, ମା’ଙ୍କୁ ଭୟଭୀତ କଲା ଭଳି ଚାଞ୍ଚଲ୍ୟକର ଘଟଣା, ଆଜି ବାଲେଶ୍ବରରେ ଦୋହଲାଇ ଦେଇଛି। ତା’ସହ ମେଡ଼ିକାଲ୍ ପରିସରରେ ଢ଼ିଲା ସୁରକ୍ଷା ବ୍ୟବସ୍ଥାର ପୋଲ୍ ଖୋଲିଥିବାବେଳେ ଘଟଣାରେ ଅଭିଯୁକ୍ତ ଦମ୍ପତ୍ତିଙ୍କୁ ଗିରଫ କରିଛି ପୋଲିସ।
ଯେତେଦିନ ଯାଏଁ ସେ ଗର୍ଭରେ ଥିଲା...ମାତୃତ୍ୱର ଉଷ୍ମ ସ୍ପର୍ଶ ପାଇ ବେଶ ସୁରକ୍ଷିତ ଥିଲା...ହେଲେ ସିଏ କ’ଣ ଜାଣିଥିଲା ଦୁନିଆରେ ପାଦ ଥାପୁ ଥାପୁ, ତାକୁ ବି ଯେ ଅପରାଧୀଙ୍କ ଶୀକାର ହେବାକୁ ପଡ଼ିବ ବୋଲି
୪ ଲୁଟେରାଙ୍କୁ ଇମ୍ଫୋଭାଲି ପୋଲିସ ଗିରଫ କରିବା ସହ ତାଙ୍କ ନିକଟରୁ ୯ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ଏଥିସହ ୩ଟି ଗାଡ଼ି ଏବଂ ମୋବାଇଲ ଜବତ ହୋଇଛି ।
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗଡ଼ଗଡ଼ି ସେତୁ ଉପରୁ ଛୁଆକୁ ଧରି ମାଆ ନଦୀକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି ।
ବୁଧବାର ରାତି ପ୍ରାୟ ସାଢ଼େ ଦଶଟା ବେଳେ ଜଣେ ଅଜଣା ବ୍ୟକ୍ତି ପୋଲିସକୁ କଲ କରିଥିଲେ । ଆଉ କହିଲେ ସେହି ଝିଅକୁ ହତ୍ୟା କରାଯାଇଛି । ଏହି ଖବର ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳକୁ ଏକ ଟିମ୍ ପଠାଇଥିଲା ।
ଗଞ୍ଜେଇ ଚୋରା ଚାଲାଣର ଅଭିନବ ଉପାୟ । ଦେହରେ ୨୨ କିଲୋ ଗଞ୍ଜେଇକୁ ସେଲୋ ଟ୍ୟାପରେ ପ୍ୟାକିଂ ।
ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ନିଖୋଜ କିମ୍ବା ଘରୁ ପଳାଇଥିବା ୧୪୫ ଶିଶୁ ଉଦ୍ଧାର । ରାଜ୍ୟ ତଥା ରାଜ୍ୟ ବାହାରୁ ଉଦ୍ଧାର ପରେ ଅଭିଭାବକ କିମ୍ବା ପରିବାରକୁ ହସ୍ତାନ୍ତର ।
ଛାତ୍ରଛାତ୍ରୀଙ୍କ ଠାରୁ ଶହେ ଟଙ୍କା ଲେଖାଏଁ ନିଆଯାଇଥିବା ଅଭିଯୋଗ । ଭାଇରାଲ ହେଉଛି ପିଲାମାନେ ଟଙ୍କା ଦେବା ବେଳର ଦୃଶ୍ୟ ।
ମାର୍ଚ୍ଚ ୩୦ ତାରିଖରେ ରାଜସ୍ଥାନ ହିଣ୍ଡାଉନ୍ ସହରରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ଗ୍ୟାଙ୍ଗରେପ୍ର ଶିକାର ହୋଇଥିବା ଜଣେ ଯୁବତୀ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ବୟାନ ରେକର୍ଡ କରିବାକୁ ଆସିଥିବା ବେଳେ, ଜଜ୍ ତାଙ୍କୁ ପୋଷାକ ଖୋଲି କ୍ଷତ ଚିହ୍ନ ଦେଖାଇବାକୁ କହିଥିଲେ । ଏନେଇ ବାର ଓ ବେଞ୍ଚ ପକ୍ଷରୁ ମଧ୍ୟ କୁହାଯାଇଛି ।
ପୋଲିସ କହିଛି ଯେ ଅଭିଯୁକ୍ତ ଜଣେ ପ୍ରବାସୀ ଶ୍ରମିକ ଏବଂ ତାଙ୍କୁ ପାଲକ୍କଡରୁ ଗିରଫ କରାଯାଇଛି ।
ବ୍ୟାଗ ଭିତରେ ଏକ ଇଟା ମଧ୍ୟ ରହିଥିଲା। କେହି ହତ୍ୟା କରିବା ପରେ ଏଗୁଡିକୁ ନଦୀ କିମ୍ୱା କେନାଲରେ ଫିଙ୍ଗିବାକୁ ଯୋଜନା କରିଥିବା ସନ୍ଦେହ କରାଯାଉଛି। ଏନେଇ ଡିଟେକ୍ଟିଭ ବିଭାଗର ହୋମଗାର୍ଡ ୱିଙ୍ଗର ଜଣେ ଅନୁସନ୍ଧାନକାରୀ ସୂଚନା ଦେଇଛନ୍ତି।
ବର ୬୩ କୁ କନ୍ୟା ୧୨ ବର୍ଷ । ଜଣେ ୬୩ ବର୍ଷୀୟ ପୁରୋହିତ ସହ ଜଣେ ୧୨ ବର୍ଷୀୟ ନାବାଳିକାର ବିବାହ ହେବା ପରେ ବିବାଦ ଦେଖାଦେଇଛି । ଏପରି ଘଟଣା ଘାନାରେ ଘଟିଛି ।