Advertisment

ମଧ୍ୟପ୍ରଦେଶରେ ଦିଲ୍ଲୀ ବୁରାଡ଼ି ଘଟଣା ରିପିଟ୍; ଗୋଟିଏ ପରିବାରରୁ ମିଳିଲା ୫ ମୃତ ଦେହ

ଗୋଟିଏ ପରିବାରର ୫ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମଧ୍ୟପ୍ରଦେଶ ଅଲ୍ଲିରାଜପୁର ଥାନା ସେଣ୍ଡୱା ଗାଁରେ ଅଞ୍ଚଳରେ ଘଟିଛି ଏହି ଘଟଣା ।

author-image
Sujit kumar Swain
ଅଦ୍ୟତନ ହୋଇଛି
Family Of 5 Found Dead In Suspected Suicide Case In Madhya Pradesh

Suspected Suicide Case

ମଧ୍ୟପ୍ରଦେଶରେ ଦିଲ୍ଲୀ ବୁରାଡ଼ି ଘଟଣା ରିପିଟ୍ । ଗୋଟିଏ ପରିବାରର ୫ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମଧ୍ୟପ୍ରଦେଶ ଅଲ୍ଲିରାଜପୁର ଥାନା ସେଣ୍ଡୱା ଗାଁରେ ଅଞ୍ଚଳରେ ଘଟିଛି ଏହି ଘଟଣା । ରାକେଶ ସିଂ ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ, ତିନି ଛୁଆଙ୍କ ବନ୍ଦ ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଛି। 

Advertisment

ମିଳିଥିବା ସୂଚନା ମୁତାବକ, ଗତକାଲିଠୁ ପୁରା ପରିବାର ସମ୍ପର୍କରେ କୌଣସି ଖୋଜ୍ ଖବର ମିଳିପାରିନଥିଲା। ଆଜି ପଡ଼ୋଶୀ ଯାଇ ଘରେ ଦେଖିଲା ବେଳେ ଏଭଳି ଅଭାବନୀୟକାଣ୍ଡ ଘଟିଛି। ମୃତ୍ୟୁ କେମିତି ହେଲା ସେ ନେଇ ଏବେ ପୋଲିସ୍ ତଦନ୍ତ କରୁଛି । ୨୦୧୮ରେ ଦିଲ୍ଲୀ ବୁରାଡିରେ ଗୋଟିଏ ପରିବାରର ୧୨ ଜଣ ଆତ୍ମହତ୍ୟା କରିଥିଲେ। ଏହି ଘଟଣା ସାରା ଦେଶକୁ ସ୍ତବ୍ଧ କରିଥିଲା।

ଅଧିକ ପଢ଼ନ୍ତୁ: ପୁଣି ଅଲୋଡା ଶିଶୁକନ୍ୟା; ଜଙ୍ଗଲରୁ ଉଦ୍ଧାର ହେଲା ଦିବ୍ୟାଙ୍ଗ ଶିଶୁ ...

Advertisment

ପୋଲିସ ସୂତ୍ର ଅନୁଯାୟୀ ମୃତ ବ୍ୟକ୍ତି ରାକେଶ, ରାକେଶଙ୍କ ପତ୍ନୀ ଲଳିତା, ଝିଅ ଲକ୍ଷ୍ମୀ, ପୁଅ ପ୍ରକାଶ ଏବଂ ଅକ୍ଷୟ ବୋଲି ଜଣାପଡିଛି । ମୃତ ରାକେଶଙ୍କ ମାମୁଁ ତାଙ୍କ ଘରେ ତାଙ୍କୁ ଭେଟିବାକୁ ଆସିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ରାକେଶଙ୍କ ମାମୁଁଙ୍କ କହିବା ଅନୁଯାୟୀ ସେ କବାଟ ବାଡେଇଥିଲେ, କିନ୍ତୁ କବାଟ ଖୋଲିବାକୁ କେହି ଆସି ନଥିଲେ। ମୁଁ ଯେତେବେଳେ ଫୋନ୍ କଲି, କେହି ଫୋନ୍ ଉଠାଇ ନଥିଲେ ବୋଲି ସେ କହିଥିଲେ।

ସେ ଆହୁରି ମଧ୍ୟ କହିଥିଲେ କି ରାତି ପାହି ସାରିଥିଲା । ଯଦିଓ ରାକେଶ ଶୋଇଥିଲେ, ତେବେ ତାଙ୍କ ପତ୍ନୀ ଓ ପିଲାମାନେ ଉଠି ପଡ଼ିବା କଥା। କିନ୍ତୁ ସେଭଳି କିଛି ହୋଇନଥିଲା। ସେ ପଡ଼ୋଶୀଙ୍କୁ ପଚାରିବାରୁ କାହାରିକୁ ଦେଖିନଥିବା ନେଇ ପଡ଼ୋଶୀମାନେ କହିଥିଲେ। କିଛି ଅଘଟଣର ଆଶଙ୍କା କରି ଗାଁ ପଞ୍ଚାୟତଙ୍କୁ ସୂଚନା ଦେଇଥିଲେ। ସରପଞ୍ଚ ଓ ପଞ୍ଚାୟତ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଉପସ୍ଥିତିରେ ଘର ଖୋଲାଯିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।

ଅଧିକ ପଢ଼ନ୍ତୁ: ପୁରୀରେ ଚାଞ୍ଚଲ୍ୟ, ସାନ ଶଢୁକୁ ଗୁଳିକରି ହତ୍ୟା କଲା ବଡ଼ ଶଢୁ

Suicide Case
Advertisment
Advertisment